Urfi Javed Hot Video: ଦୀପାବଳି ରାତିରେ ଯୁବକଙ୍କୁ ଅନିନ୍ଦ୍ରା ରଖିଲେ ଉର୍ଫି ଜାଭେଦ୍! ଦେଖାଇଲେ...
Advertisement
Article Detail0/zeeodisha/odisha1410039

Urfi Javed Hot Video: ଦୀପାବଳି ରାତିରେ ଯୁବକଙ୍କୁ ଅନିନ୍ଦ୍ରା ରଖିଲେ ଉର୍ଫି ଜାଭେଦ୍! ଦେଖାଇଲେ...

Urfi Javed Hot Video: ନିକଟରେ ଉର୍ଫି ଜାଭେଦ୍ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ଉର୍ଫି ଏକ ବୋଲ୍ଡ ଅବତାରରେ ଦେଖାଯାଏ ।  ଉର୍ଫି ଏକ ମାରୁନ୍ ରଙ୍ଗ ଲେହେଙ୍ଗାରେ ଦେଖାଯାଏ । କିନ୍ତୁ, ଉର୍ଫି ଟପ୍ ପିନ୍ଧିବାକୁ ଭୁଲିଯାଇଥିବା ପରି ମନେହୁଏ! ହଁ ଆଜ୍ଞା, ଉର୍ଫି ଜାଭେଦ୍ ଲେହେଙ୍ଗା ସହିତ ଟପ୍ ଲେସ ଅଛନ୍ତି । 

 Urfi Javed Hot Video: ଦୀପାବଳି ରାତିରେ ଯୁବକଙ୍କୁ ଅନିନ୍ଦ୍ରା ରଖିଲେ ଉର୍ଫି ଜାଭେଦ୍! ଦେଖାଇଲେ...

Urfi Javed Hot Video, ନୂଆଦିଲ୍ଲୀ: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦଙ୍କୁ କିଏ ବା ନ ଜାଣେ। ନିଜର ବିଚିତ୍ର ପୋଷାକ ଓ ବୋଲ୍ଡନେସକୁ ନେଇ ସେ ଏବେ ଚର୍ଚ୍ଚିତ। କିଛି ଲୋକଙ୍କୁ ଉର୍ଫିଙ୍କ ଅନ୍ଦାଜ ଖୁବ ପସନ୍ଦ ହେଉଥିବା ବେଳେ, କିଛି ଲୋକ ତାଙ୍କୁ କଟାକ୍ଷ କରିବାକୁ ପଛାନ୍ତି ନାହିଁ। ତଥାପି ଉର୍ଫି ନିଜର ଆଉଟଫିଟ ପାଇଁ ସୋସିଆଲ ମିଡିଆରେ ଛାଇ ଯାଆନ୍ତି। ଉର୍ଫିଙ୍କ କହିବା ହେଲା, ସେ ତାଙ୍କ ବାପା ମାଆଙ୍କୁ ଖାତିରି କରନ୍ତି ନାହିଁ, ତେବେ ଟ୍ରୋଲର୍ସଙ୍କୁ କିଏ ପଚାରେ। ଦୀପାବଳି ଅବସରରେ ଉର୍ଫି ତାଙ୍କର ଏକ ହଟ୍ ଭିଡିଓ ସେୟାର କରିଛନ୍ତି, ଯାହା ଖୁବ ଭାଇରାଲ ହେବାରେ ଲାଗିଛି।

ଉର୍ଫି ଜାଭେଦ୍ ନିକଟରେ ତାଙ୍କ ଫ୍ୟାନ୍ସଙ୍କୁ ନିଆରା ଅନ୍ଦାଜରେ ଦୀପାବଳିର ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି। ନିଜ ବୋଲ୍ଡନେସ ପାଇଁ ଚର୍ଚ୍ଚିତ ଥିବା ଅଭିନେତ୍ରୀ ତାଙ୍କର ଏକ ଟପଲେସ୍ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ଉର୍ଫି ନିଜ ବାମ ହାତରେ ବକ୍ଷଜକୁ ଘୋଡାଇ ରଖିଥିବା ବେଳେ ଡାହାଣ ହାତରେ ମିଠେଇ ଖାଉଛନ୍ତି। ଏହି ସମୟରେ ତାଙ୍କ ଆଗରେ ଏକ ଟେବୁଲ ଅଛି, ଯେଉଁଥିରେ କିଛି ଦୀପ ସଜ୍ଜା ହୋଇଛି। ଉର୍ଫି ଭିଡିଓର କ୍ୟାପସନରେ ଲେଖିଛନ୍ତି, 'ଆଜ୍ ଜାନେ କି ଜିଦ୍ ନା କରୋ।' ଏଥିରେ ସେ ସୋହେଲ ରାଣା, ଶିଲ୍ପା ପାଓ ଓ ପି. ନିଲେଶଙ୍କୁ ଟ୍ୟାଗ କରିଛନ୍ତି।

Also Read: Diwali 2022: କାହିଁକି ପାଳନ କରାଯାଏ ଦୀପାବଳୀ, ଜାଣନ୍ତୁ ଆଲୋକର ପର୍ବର ମାହାତ୍ମ୍ୟ

ଦୀପାବଳି ପର୍ବ ଅବସରରେ ଉର୍ଫି ତାଙ୍କର ଟପଲେସ ଭିଡିଓ ସେୟାର କରିଛନ୍ତି। ଯାହା ପରେ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଏହି ପୋଷ୍ଟରେ ୨୫ ହଜାରରୁ ଊର୍ଦ୍ଧ୍ୱ କମେଣ୍ଟ ଆସିଛି।@kajoled ଓ @naazjoshi ଭଳି ମଡେଲ,  ଉର୍ଫିଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। @arpitaroydas12 ଲେଖିଛନ୍ତି, "ଷ୍ଟାଇଲ ଠିକ୍ ଅଛି... କିନ୍ତୁ ଧାର୍ମିକ ପର୍ବରେ ଏ ସବୁ କରିବା ଜରୁରୀ କି... ଯେତେବେଳେ କରିବାର ହିଁ ଥିଲା, ତେବେ ହାତ ବି ହଟାଇଦେଇଥାନ୍ତ।" @dashing_girl95 ଲେଖିଛନ୍ତି ଯେ, ୮ରୁ ୧୦ ବର୍ଷର ପିଲାମାନେ ମଧ୍ୟ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି, ଏଭଳି ଭିଡିଓ ଦ୍ୱାରା ସେମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

@aegyo_21 ଲେଖିଛନ୍ତି, "ମ୍ୟାଡମ ସମ୍ମାନର ସହ କହୁଛି ଯେ, ସମ୍ପୃକ୍ତ ପର୍ବ ବେଳେ ଏଭଳ ଫଟୋ ପୋଷ୍ଟ କରନ୍ତୁ ନାହିଁ। ପର୍ବ ପର୍ବାଣୀରେ ଆମେ ରଙ୍ଗିନ ପୋଷାକ ପିନ୍ଧୁ। ନିର୍ଦ୍ଧିଷ୍ଟ ପର୍ବରେ ନିର୍ଦ୍ଧିଷ୍ଟ ରଙ୍ଗର ପୋଷାକ ପରିଧାନ କରିବାର ଅନେକ କାରଣ ଅଛି। ଯଦି ଏହା ଆପଣଙ୍କର ରେଗୁଲାର ପୋଷ୍ଟ, ତେବେ ତାହା ଠିକ୍ ଅଛି। କିନ୍ତୁ ଦୀବାବଳି ଶୁଭେଚ୍ଛା ଜଣାଇବା ପାଇଁ କରିଥାନ୍ତି ତେବେ ଏହା ନିଶ୍ଚିତ ଭାବେ ଲୋକଙ୍କ ସସ୍କୃତି ପ୍ରତି ଅସମ୍ବେଦନଶୀଳ ବୋଲି କୁହାଯିବ। ତେଣୁ ଆପଣଙ୍କ ଫ୍ୟାନ୍ସଙ୍କ ବିଶ୍ୱାସ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ।"

Also Read: Urfi Javed: ଉର୍ଫିଙ୍କ ଟପଲେସ୍ ଭିଡିଓକୁ ନେଇ ବିବାଦ, ମା' କାଳୀଙ୍କ ଫଟୋ ଛାଡି ଟ୍ରୋଲର୍ସଙ୍କ ମୁହଁ କଲେ ବନ୍ଦ

 

ସେପଟେ ଉର୍ଫିଙ୍କ ଟପଲେସ୍ ଭିଡିଓକୁ ନେଇ ବିବାଦ ଘନେଇବାରେ ଲାଗିଛି। ଦୀପାବଳି ଭଳି ପବିତ୍ର ପର୍ବରେ ସେ ଟପଲେସ ଭିଡିଓ କରି ଶୁଭେଚ୍ଛା ଜଣାଇବା ହିନ୍ଦୁଙ୍କ ଆସ୍ଥାର ଅପମାନ ବୋଲି ୟୁଜର୍ସ ଦାବି କରିଛନ୍ତି। ସେପଟେ ଟ୍ରୋଲର ଶିକାର ହେବା ପରେ ଉର୍ଫି ମୁହଁ ଖୋଲିଛନ୍ତି। ଉର୍ଫି ନିଜ ପ୍ରତିକ୍ରିୟାରେ ମାଁ କାଳୀଙ୍କ ଫଟୋ ପୋଷ୍ଟ କରି ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ସେ ନିଜ ଇନଷ୍ଟା ଷ୍ଟୋରିରେ ଲେଖିଛନ୍ତି, "ଭାରତୀୟ ସଂସ୍କୃତିରେ ମହିଳାଙ୍କ ଶରୀରକୁ କେବେବି ଯୌନ ବସ୍ତୁ ଭେବେ ଦେଖାଯାଇ ନାହିଁ। ମୋଗଲ ଆକ୍ରମଣ ପରେ ମହିଳାମାନେ ନିଜ ଶରୀରକୁ ଘୋଡାଇଲେ। ଆମେ ମହିଳାମାନଙ୍କୁ, ସେମାନଙ୍କର ଶରୀରକୁ ପୂଜା କରୁଥିଲୁ। ଆମେ ମହିଳାମାନଙ୍କୁ ସମ୍ମାନ କରୁଥିଲୁ। ଯେଉଁମାନେ ମଧ୍ୟ ଶିଖିବାକୁ ଚାହାଁନ୍ତି, ମୁଁ ଆପଣଙ୍କୁ ସମସ୍ତଙ୍କୁ ଶିକ୍ଷା ଦେଇ ଖୁସି ହେବି।"