Spy Pigeon: CFSLକୁ ଯିବ ସନ୍ଦିଗ୍ଧ ପାରା, ମିଳିଲା ଚାଇନା ଲିଙ୍କ୍ ହେବ DNA ଟେଷ୍ଟ
Advertisement
Article Detail0/zeeodisha/odisha1603919

Spy Pigeon: CFSLକୁ ଯିବ ସନ୍ଦିଗ୍ଧ ପାରା, ମିଳିଲା ଚାଇନା ଲିଙ୍କ୍ ହେବ DNA ଟେଷ୍ଟ

Spy Pigeon: ପାରାଦୀପର ମାଛଧରା ଟ୍ରଲର୍ ସାରଥୀରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରା (Spy pigeon)ସିଏଫଏସଏଲ(CFSL) ଯିବ। କୋଲକାତା , ହାଇଦ୍ରାବାଦ କିମ୍ବା ଦିଲ୍ଲୀର ସିଏଫଏସଏଲକୁ ଯିବ ପାରା। ପାରାର ଡିଏନଏ (DNA)ପରୀକ୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଡେଣାରେ ଲେଖାଥିବା ଭାଷା ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜଗତସିଂହ ପୁର ଏସପି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Spy Pigeon: ପାରାଦୀପର ମାଛଧରା ଟ୍ରଲର୍ ସାରଥୀରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରା (Spy pigeon)ସିଏଫଏସଏଲ(CFSL) ଯିବ। କୋଲକାତା , ହାଇଦ୍ରାବାଦ କିମ୍ବା ଦିଲ୍ଲୀର ସିଏଫଏସଏଲକୁ ଯିବ ପାରା। ପାରାର ଡିଏନଏ (DNA)ପରୀକ୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଡେଣାରେ ଲେଖାଥିବା ଭାଷା ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜଗତସିଂହ ପୁର ଏସପି । ତେବେ, ପାରାକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ପାରାଦୀପର ମାଛଧରା ଟ୍ରଲର୍ ସାରଥୀ ରୁ ମିଳିଥିବା ରହସ୍ୟମୟ ଗୁପ୍ତଚର ପାରାର ଗୋଡ଼ରେ କ୍ୟାମେରା ଲେନ୍ସ ଭଳି ଦେଖାଯାଉଥିବା ଯନ୍ତ୍ରାଂଶ ପ୍ରକୃତରେ ଏକ ସୋଲାର ପ୍ୟାନେଲ୍ ଓ ମେମୋରି କାର୍ଡ କୁହାଯାଉଥିବା ଯନ୍ତ୍ରାଂଶ ଟ୍ରାନସମିଟର୍ । କ୍ୟାମେରା ଓ ମେମୋରି କାର୍ଡ କୁହାଯାଉଥିବା ଦୁଇ ଯନ୍ତ୍ରାଂଶକୁ ଭୁବନେଶ୍ବର ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିରେ ଯାଞ୍ଚ କରାଯିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ତେବେ ଦୁଇ ଡେଣାରେ ଲେଖାଯାଇଥିବା ଅକ୍ଷର ଚାଇନିଜ୍ ବୋଲି ସ୍ପଷ୍ଟ ହୋଇଛି। ଏହାର ଅର୍ଥ ଜାଣିବାକୁ ରାଜ୍ୟ ବାହାରର ଫରେନସିକ୍ ସାଇନ୍ସ ଲାବରେଟୋରିର ବିଶେଷଜ୍ଞଙ୍କ ସହାୟତା ନେବାକୁ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀମାନେ ଆଲୋଚନା ଆରମ୍ଭ କରିଥିବା ସୂଚନା ମିଳିଛି। 

Also Read : Shocking News: ନିଶାରେ ଚୁର ହୋଇ ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ ଦେଲେ ଗାଳି

Also Read : Matric Exam 2023: ପରୀକ୍ଷା ଦେବାକୁ ଯାଇ ଗାଏବ ହେଲେ ଛାତ୍ର, ସେଣ୍ଟରକୁ ମିଳିନଥିଲା ଏଣ୍ଟ୍ରି

ସୂଚନା ଅନୁସାରେ, ଗତ ୬ ତାରିଖ ଦିନ ପାରାଦୀପରୁ 'ସାରଥୀ' ନାମକ ଟ୍ରଲର ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲା।  ଟ୍ରଲର କର୍ମଚାରୀମାନେ ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ପାରାଟି ଉଡି ଆସି ଟ୍ରଲର ଉପରେ ବସି ରହିଲା। ଟ୍ରଲରରେ ଥିବା ମତ୍ସ୍ୟଜୀବୀ ମାନେ ବସି ରହିଥିବା ପାରାଟିକୁ ଅତି ସହଜରେ ଧରିଥିଲେ। ହେଲେ ପାରା ଦେହରେ ଲାଗି ରହିଥିବା କ୍ୟାମେରା ଓ ଚିପ୍ ଦେଖି ପ୍ରଥମେ ମତ୍ସ୍ୟଜୀବୀ ମାନେ ଡରି ଯାଇଥିଲେ । ହେଲେ ପରେ ପାରାଟିକୁ ଖାଇବାକୁ ଦେବା ସହ ଏକ ପେଟି ଭିତରେ ଯତ୍ନରେ ରଖି ଟ୍ରଲର ମାଲିକଙ୍କୁ ଖବର ଦେଇଥିଲେ। ଟ୍ରଲରଟି କୂଳରେ ପହଞ୍ଚିବା ପରେ ଟ୍ରେଲର ମାଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ ।ଖବର ପାଇ ଟ୍ରଲର ନିକଟରେ ପାରାଦୀପ ମେରାଇନ୍ ଥାନା ପୋଲିସ  ପହଞ୍ଚିଥିଲା । ଏବଂ ପାରାଟିକୁ ଉଦ୍ଧାର କରିଥିଲା। ପରେ ଗୁରୁବାର ଏଡିଜି କମ୍ୟୁନିକେସନଙ୍କ ଅଧୀନରେ ଥିବା ପାରା ସେବା କେନ୍ଦ୍ରର ଏକ ଟିମ୍ ସହିତ ମେରାଇନ୍ ଥାନା ଏହି ପାରାକୁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ନିଆଯାଇଥିଲା। ତେବେ ଏହି ଗୁପ୍ତଚର ପାରାଟି କେଉଁଠୁ ଆସିଲା ଓ କିଏ ବା କାହିଁକି ପଠାଇଛି ? ତାକୁ ନେଇ ପୋଲିସର ତନାଘନା ଜାରି ରହିଛି । 

Also Read :  Mayurbhanj News: ନୃଶଂସ ସାଜିଲା ପୁଅ, ଅନ୍ଧ ବିଶ୍ବାସର ବସବର୍ତ୍ତୀ ହୋଇ ମାଆକୁ କଲା ହତ୍ୟା, ପରେ ବାପାକୁ...

Also Read :  Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ