ଆସିଲା ନାହିଁ ସୁଭଦ୍ରା ଏସ୍‍ଓପି, ପୁଣି ‘କାଲି’କୁ ଅପେକ୍ଷା
Advertisement
Article Detail0/zeeodisha/odisha2390942

ଆସିଲା ନାହିଁ ସୁଭଦ୍ରା ଏସ୍‍ଓପି, ପୁଣି ‘କାଲି’କୁ ଅପେକ୍ଷା

ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟ ସରକାର ଶୁଭଦ୍ରା ଯୋଜନାର ମାର୍ଗସୂଚିକା ବିଧାନସଭାରେ ଉପସ୍ଥାପନ କରିବେ। 

ଆସିଲା ନାହିଁ ସୁଭଦ୍ରା ଏସ୍‍ଓପି, ପୁଣି ‘କାଲି’କୁ ଅପେକ୍ଷା

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା କିପରି କାର୍ଯ୍ୟକାରୀ ହେବ ସେଥିନେଇ ଦିଶା ନିର୍ଦ୍ଦେଶ ଆଜିବି ପ୍ରକାଶ ପାଇ ପାରି ନାହିଁ। ରାକ୍ଷୀ ପୂର୍ଣ୍ଣମୀ ତିଥିରେ ଏହି  ମାର୍ଗ ସୂଚୀକା ଆସିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ପୁଣିଥରେ ‘କାଲି’କୁ ଘୁଞ୍ଚିଛି। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟ ସରକାର ଏହି ଯୋଜନାର ମାର୍ଗସୂଚିକା ବିଧାନସଭାରେ ଉପସ୍ଥାପନ କରିବେ। 

ସୁଭଦ୍ରା ଯୋଜନା ହେଉଛି ରାଜ୍ୟର ମହିଳାମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ଯୋଜନା। ଏହି ଯୋଜନାରେ ନିର୍ଦ୍ଧାରିତ ମହିଳାମାନଙ୍କୁ ବାର୍ଷିକ ୫୦ ହଜାର ଟଙ୍କା ସିଧାସଳକ ହସ୍ତାନ୍ତର କରାଯିବା ପାଇଁ ପ୍ରତିଶୃତି ଦେଇଛି। ନିର୍ବାଚନ ସମୟରେ ଇସ୍ତାହାରରେ ଏହି ଯୋଜନା ଲାଗୁ କରିବା ପାଇଁ ବିଜେପି ସୂଚନା ଦେଇଥିଲା। ଏହି ଯୋଜନାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଥିଲେ ମଧ୍ୟ ଯୋଜନାର ମାର୍ଗ ନିର୍ଦ୍ଦେଶିକା ପ୍ରସ୍ତୁତ କରାଯାଇ ପାରି ନାହିଁ। ଏପରିକି ଏହାକୁ ସେପ୍ଟମ୍ବର ୧୭ ତାରିଖରେ ଲାଗୁ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହିଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ସ୍ମରଣୀୟ କରିବାକୁ ଯାଇ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରାଯିବ। 

ମହିଳାମନଙ୍କୁ ସିଧାସଳଖ ନଗଦ ଅର୍ଥ ପ୍ରଦାନ କରିବା ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଯୋଜନା ଲାଗୁ ହୋଇ ଆସୁଛି। ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ପରେ ମହାରାଷ୍ଟ୍ର ବିହାରରେ ମଧ୍ୟ ଏହା ନିର୍ବାଚନ ପ୍ରତିଶୃତି ହୋଇ ରହିଛି। ଆସନ୍ତା କାଲିଠାରୁ ବିଧାନସଭାର ବଜେଟ ଅଧିବେଶର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଉଥିବାରୁ ମୁଖ୍ୟମନ୍ତ୍ରୀ ମେହନ ଚରଣ ମାଝି ଏହି ଯୋଜନା ବାବଦରେ ମାର୍ଗଦର୍ଶିକା ରଖିବେ ବୋଲି ସୂଚନା ମିଳିଛି।

Also Read- Grah Gochar: ମଙ୍ଗଳ, ବୁଧ ଏବଂ ଶୁକ୍ରଙ୍କ ଗତିବିଧି ପ୍ରଭାବ, ୩ ରାଶିର ଭାଗ୍ୟ ଉଜ୍ୱଳ

Also Read- ଏବର୍ଷ ନୁହେଁ, ଆସନ୍ତା ବର୍ଷଠୁ ହେବ ଛାତ୍ରସଂସଦ ନିର୍ବାଚନ