Success Story: ମାଆ ଦେଇଥିଲେ ୨ ହଜାର: ପୁଅ କରିଦେଲା କୋଟିଏ
Advertisement
Article Detail0/zeeodisha/odisha1752026

Success Story: ମାଆ ଦେଇଥିଲେ ୨ ହଜାର: ପୁଅ କରିଦେଲା କୋଟିଏ

ଆମ ଦେଶରେ ଏପରି ଅନେକ ବ୍ୟକ୍ତି ଜନ୍ମ ନେଇଛନ୍ତି ଯେଉଁମାନେ ଭଲ ସଫଳ ଉଦ୍ୟୋଗୀ ଭାବରେ ସୁନାମ ଅର୍ଜନ କରିଛନ୍ତି । ସେମାନଙ୍କ ଜୀବନରେ ଖୁବ ସଂଘର୍ଷମୟ କାହାଣୀ (struggle story) ମଧ୍ୟ ରହିଛି । ଯାହା ଅନ୍ୟକୁ ପ୍ରେରଣା ଦେବାସହ ଆଗକୁ ବଢିବା ପାଇଁ ଉତ୍ସାହିତ କରେ । ଆମେ ଆପଣଙ୍କୁ ଏପରି ଜଣେ ଶିଳ୍ପପତି (Industrialist)ଙ୍କ ଜୀବନର କା

Success Story: ମାଆ ଦେଇଥିଲେ ୨ ହଜାର: ପୁଅ କରିଦେଲା କୋଟିଏ

Success Story: ଆମ ଦେଶରେ ଏପରି ଅନେକ ବ୍ୟକ୍ତି ଜନ୍ମ ନେଇଛନ୍ତି ଯେଉଁମାନେ ଭଲ ସଫଳ ଉଦ୍ୟୋଗୀ ଭାବରେ ସୁନାମ ଅର୍ଜନ କରିଛନ୍ତି । ସେମାନଙ୍କ ଜୀବନରେ ଖୁବ ସଂଘର୍ଷମୟ କାହାଣୀ (struggle story) ମଧ୍ୟ ରହିଛି । ଯାହା ଅନ୍ୟକୁ ପ୍ରେରଣା ଦେବାସହ ଆଗକୁ ବଢିବା ପାଇଁ ଉତ୍ସାହିତ କରେ । ଆମେ ଆପଣଙ୍କୁ ଏପରି ଜଣେ ଶିଳ୍ପପତି (Industrialist)ଙ୍କ ଜୀବନର କାହାଣୀ କହିବାକୁ ଯାଉଛୁ, ଯିଏ ପିତାଙ୍କ ମୃତ୍ୟୁ ପରେ ପରିବାର ଦାୟୀତ୍ୱ ସହ ପାରିବାରିକ ବ୍ୟବସାୟ (family business) ବୁଝିଥିଲେ । ନିଜେ ସଂଘର୍ଷ କରି ତାହାକୁ ଖୁବ୍ ଆଗକୁ ନେଇଯାଇଛନ୍ତି । ଆମେ 'ବ୍ରାଣ୍ଡ ମେସିନ୍' ଭାବରେ ଜଣାଶୁଣା SBS ଗ୍ରୁପ୍ ଅଫ୍ କମ୍ପାନୀର ପ୍ରତିଷ୍ଠାତା ସଞ୍ଜୀବ ଜୁନେଜା (sanjeev juneja)ଙ୍କ ବିଷୟରେ କହୁଛୁ । ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ସଂଘର୍ଷମୟ ଯାତ୍ରାର କାହାଣୀ ।

୪୬ ବର୍ଷିୟ ସଞ୍ଜୀବ ଜୁନେଜା ତାଙ୍କ ମା’ଙ୍କଠାରୁ ମାତ୍ର ୨ ହଜାର ଟଙ୍କା ଦେଇ କମ୍ପାନୀ ଆରମ୍ଭ କରିଥିଲେ । ଆଜି ଏହି କମ୍ପାନୀ ଦୁନିଆର ସବୁଠୁ ବଡ ଆୟୁର୍ବେଦ ସଂସ୍ଥା ମଧ୍ୟରୁ ଅନ୍ୟତମ ହୋଇପାରିଛି । ସେ କେଶ କିଙ୍ଗ, ପେଟ ସଫା ଏବଂ ଡାକ୍ତର ଆର୍ଥୋ ପରି ଅନେକ ପ୍ରସିଦ୍ଧ ଆୟୁର୍ବେଦିକ ବ୍ରାଣ୍ଡ ସୃଷ୍ଟି କରିଥିଲେ । ଯାହା ଆଜି ଖୁବ୍ ଲୋକପ୍ରିୟ ହୋଇପାରିଛି । ଆସନ୍ତୁ ଜାଣିବା ସେ କିପରି ନିଜର ଯାତ୍ରା ଆରମ୍ଭ କରି ସଫଳତା ପାଇଥିଲେ ।

ପିତାଙ୍କ ମୃତ୍ୟୁ ପରେ ବ୍ୟବସାୟର ଦାୟୀତ୍ୱ ନେଲେ
ସଞ୍ଜୀବ ଜୁନ୍ଜାଙ୍କ ପିତା ପଞ୍ଜାବର ଅମ୍ବାଲାରେ ଜଣେ ଭଲ ଆୟୁର୍ବେଦ ଡାକ୍ତର ଥିଲେ । ସେ ଏକ ଛୋଟ କ୍ଲିନିକ୍ ଚଳାଉଥିଲେ । ୧୯୯୯ ମସିହାରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ, ସେ ତାଙ୍କ ପିତାଙ୍କ ବ୍ୟବସାୟକୁ ଆଗକୁ ବଢାଇବାକୁ ସ୍ଥିର କଲେ । ସେ ଆୟୁର୍ବେଦ ସମ୍ବନ୍ଧୀୟ ଜ୍ଞାନକୁ ବ୍ୟବହାର କରିଥିଲେ ଯାହାକି ସେ ତାଙ୍କ ପିତାଙ୍କଠାରୁ ଶିଖିବାକୁ ପାଇଥିଲେ । ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଆୟୁର୍ବେଦିକ ଉତ୍ପାଦ ସମଗ୍ର ଦେଶରେ ବେଶ୍ ଲୋକପ୍ରିୟତା ହାସଲ କଲା । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚାହିଦା ବଢିବାରେ ଲାଗିଲା ।

ରୟାଲ କ୍ୟାପସୁଲରୁ କେଶ କିଙ୍ଗ ପର୍ଯ୍ୟନ୍ତ ଅନେକ ସଫଳ ବ୍ରାଣ୍ଡ ।
ସଞ୍ଜୀବ ଜୁନଜା ୧୦୦୩ ମସିହାରେ ରୟାଲ କ୍ୟାପସୁଲ ସହିତ ତାଙ୍କର ସଫଳ ଆୟୁର୍ବେଦିକ ଉତ୍ପାଦ ବ୍ୟବସାୟ ଆରମ୍ଭ କରିଥିଲେ । ସେ ଏହି ଉତ୍ପାଦରୁ ପାଇଥିବା ଲାଭକୁ ସେ ଏହାକୁ ପୁନର୍ବାର ନିଜ ବ୍ୟବସାୟରେ ବିନିଯୋଗ କରିବାକୁ ଲାଗିଥିଲେ । ୨୦୦୮ ମସିହାରେ ଏହାର ସବୁଠାରୁ ସଫଳ ଆୟୁର୍ବେଦିକ ଉତ୍ପାଦ କେଶ କିଙ୍ଗ ହେୟାର ତେଲ ଲଞ୍ଚ କରିଥିଲା । ଝଡି ଯାଉଥିବା କେଶ ଏବଂ ଧୂସର କେଶ ସମସ୍ୟାକୁ ଧ୍ୟାନରେ ରଖି ଏହି ପ୍ରଡକ୍ଟ ପ୍ରସ୍ତୁତ କରାଯାଇଥିଲା । ପରେ ଏହା ବଜାରକୁ ଆସିବା ପରେ ଏକ ବଡ଼ ବ୍ରାଣ୍ଡ ହୋଇଗଲା । ଆଶ୍ଚର୍ଯ୍ୟର କଥା ସେ, ନିଜ ଆୟୁର୍ବେଦିକ ଦ୍ରବ୍ୟକୁ ଘର ଘର ବୁଲି ବିକ୍ରି କରିଥିଲେ ।

ଜୁହି ଚାୱଲାଙ୍କ ଦ୍ୱାରା  ବିଜ୍ଞାପନ ।
କେଶ କିଙ୍ଗ ହେୟାର ତେଲ ଏତେ ସଫଳ ଉତ୍ପାଦ ହୋଇଗଲା ଯେ, ତାହାର ପ୍ରମାଣ ଖବର କାଗଜ ଓ ଟିଭି ବିଜ୍ଞାପନରେ ମଧ୍ୟ ଦେଖିବାକୁ ମିଳିଲା । ପରବର୍ତ୍ତୀ ସମୟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ହୋଇଥିଲେ। ତେବେ ସେହି ସମୟରେ ଉତ୍ପାଦର ବିକ୍ରି ମାତ୍ର ୩ ଶହ କୋଟି ଟଙ୍କା ଥିଲା । ଏହି ଉତ୍ପାଦର ବଡ ସଫଳତା ପରେ, ଏଫଏମସିଜି ଦିଗଜ ଇମାମି ୨୦୧୫ ମସିହାରେରେ ୧୬୫୧ କୋଟି ଟଙ୍କାରେରେ ଏହି ବ୍ରାଣ୍ଡ କିଣିଥିଲେ ।  ସଞ୍ଜୀବ ଜୁନ୍ଜା ମଧ୍ୟ ପେଟ ସଫା ଏବଂ ଡାକ୍ତର ଅର୍ଥୋ ଭଳି ବ୍ରାଣ୍ଡ ଲଞ୍ଚ କରିଥିଲେ । ଏହି ବ୍ୟବସାୟରେ ସେମାନେ ବହୁତ ସଫଳ ହୋଇଥିଲେ ।

Also read- ପୁରୁଷଙ୍କ ଗର୍ଭରେ ୩୬ ବର୍ଷ ଯାଏଁ ଥିଲେ ଯାଆଁଳା ଶିଶୁ! ଜାଣନ୍ତୁ କଣ ଏହି ବିରଳ ଚିକିତ୍ସା ଅବସ୍ଥା