ଆମେରିକାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମନ୍ଦିର, ରହିଛି ୧୦ ହଜାର ପ୍ରତିମା
Advertisement
Article Detail0/zeeodisha/odisha1885925

ଆମେରିକାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମନ୍ଦିର, ରହିଛି ୧୦ ହଜାର ପ୍ରତିମା

ଭାରତ ବାହାରେ ତଥା ଆମେରିକାର ନ୍ୟୁ ଜର୍ସି (new jersey)ରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ହିନ୍ଦୁ ମନ୍ଦିର ନିର୍ମାଣ ହୋଇଛି । ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୧୪ ବର୍ଷ ସମୟ ଲାଗିଥିଲା ​। ମନ୍ଦିରର ପରିସୀମା ସମୁଦାୟ ୧୮୩ ଏକର ଜମି ଉପରେ ବ୍ୟାପିଥିବା ଜଣାପଡିଛି । ଭାରତ ବାହାରେ ନିର୍ମିତ ବିଶ୍ୱର ଦ୍ୱିତୀୟ ବୃହତ

ଆମେରିକାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମନ୍ଦିର, ରହିଛି ୧୦ ହଜାର ପ୍ରତିମା

Worlds Second Largest Temple: ଭାରତ ବାହାରେ ତଥା ଆମେରିକାର ନ୍ୟୁ ଜର୍ସି (new jersey)ରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ହିନ୍ଦୁ ମନ୍ଦିର ନିର୍ମାଣ ହୋଇଛି । ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୧୪ ବର୍ଷ ସମୟ ଲାଗିଥିଲା ​। ମନ୍ଦିରର ପରିସୀମା ସମୁଦାୟ ୧୮୩ ଏକର ଜମି ଉପରେ ବ୍ୟାପିଥିବା ଜଣାପଡିଛି । ଭାରତ ବାହାରେ ନିର୍ମିତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଅକ୍ଟୋବର ୮ ତାରିଖରେ ନ୍ୟୁ ଜର୍ସିରେ ଉଦ୍ଘାଟିତ ହେବ । ନ୍ୟୁୟର୍କ ସ୍ଥିତ ଟାଇମ୍ସ ସ୍କୋୟାରଠାରୁ ପ୍ରାୟ ୬୦ ମାଇଲ ଦୂରରେ ଏବଂ ୱାଶିଂଟନ୍ (washington), ଡିସିଠାରୁ ପ୍ରାୟ ୧୮୦ ମାଇଲ ଦୂରରେ ରହିଛି ଏହି ମନ୍ଦିର । ଏହି ମନ୍ଦିରଟିକୁ ସମ୍ପୂର୍ଣ୍ଣ କରିବାରେ ସ୍ୱେଚ୍ଛାସେବୀମାନେ ଅନେକ ପ୍ରକାରର ସାହାଯ୍ୟ ସହଯୋଗ କରିଥିଲେ। ମନ୍ଦିରର ଆନୁଷ୍ଠାନିକ ଉଦଘାଟନ ପୂର୍ବରୁ ମଧ୍ୟ ମନ୍ଦିରଟିକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଲୋକ ଭିଡ଼ ଲଗାଉଛନ୍ତି ।

ସ୍ୱାମୀ ନାରାୟଣ ଅକ୍ଷରଧାମ (swaminarayan akshardham) ନାମରେ ପରିଚିତ ଏହି ମନ୍ଦିରଟି ୧୮୩3 ଏକର ଜମି ପରିସରରେ ନିର୍ମିତ ହୋଇଛି । ପ୍ରାଚୀନ ହିନ୍ଦୁ ଶାସ୍ତ୍ର ତଥା ପରମ୍ପରାର ଛିଟା ରହିଛି ଏହି ମନ୍ଦିରରେ । ଏହି ମନ୍ଦିରରେ ୧୦ ହଜାର ଦେବୀ ଦେବତାଙ୍କ ପ୍ରତିମୂର୍ତ୍ତି (Statue of Goddess) ରହିଛି । ଏଥି ସହିତ ଭାରତୀୟ ବାଦ୍ୟଯନ୍ତ୍ର ଏବଂ ନୃତ୍ୟର ଖୋଦିତ ଚିତ୍ର ସହିତ ପ୍ରାଚୀନ ଭାରତୀୟ ସଂସ୍କୃତିର ଚିତ୍ର ମନ୍ଦିରକୁ ଖୁବ ଆକର୍ଷିତ କରିଛି । କାମ୍ବୋଡିଆର ଅଙ୍ଗକୋର ୱାଟ ପରେ ଏହି ମନ୍ଦିର ବୋଧହୁଏ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମନ୍ଦିର । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଅଙ୍ଗକୋର ୱାଟ ମନ୍ଦିର ହେଉଛି ବିଶ୍ୱର ସର୍ବବୃହତ ହିନ୍ଦୁ ମନ୍ଦିର । ଯାହା ୫ଶହ ଏକର ଜମିରୁ ଅଧିକ ଜମିରେ ଛିଡା ହୋଇଛି । ଏହାକୁ ଏକ ୟୁନେସ୍କୋ (ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ) ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ପରିଗଣନା କରାଯାଇଛି ।

ନୂଆଦିଲ୍ଲୀର ଅକ୍ଷରରାମ ମନ୍ଦିରଠାରୁ ବଡ଼

ଦିଲ୍ଲୀ ଏନସିଆରରେ ଥିବା ଅକ୍ଷରଧାମ ମନ୍ଦିର ସମୁଦାୟ ୧୦୦ ଏକର ଜମିରେ ରହିଛି । ୨୦୦୫ ମସିହାରେ ଏହି ମନ୍ଦିରଟି ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା । ସ୍ୱାମୀ ନାରାୟଣ ଅକ୍ଷରଧାମର ଅକ୍ଷର୍ବତ୍ସଲ ଦାସ ସ୍ୱାମୀଙ୍କ କହିବା ଅନୁଯାୟୀ, ଆମର ଆଧ୍ୟାତ୍ମିକ ଗୁରୁଙ୍କ ଇଚ୍ଛା ଥିଲା ଯେ, ପାଶ୍ଚାତ୍ୟ ଗୋଲାର୍ଦ୍ଧରେ ମଧ୍ୟ ଏପରି ଏକ ସ୍ଥାନ ରହିବା ଉଚିତ ଯାହା କେବଳ ହିନ୍ଦୁ ଧର୍ମର ଲୋକ ନୁହେଁ ବରଂ ସମସ୍ତ ବର୍ଗର ଲୋକଙ୍କ ପାଇଁ ଉତ୍ସଗ୍ରିକୃତ ହେବା ଆବଶ୍ୟକ । ତେଣୁ ଏହି ସ୍ଥାନଟି ସମଗ୍ର ବିଶ୍ୱ ପାଇଁ ନିର୍ମିତ ହୋଇଛି । ଯେଉଁଠାରେ ସମସ୍ତ ଲୋକ ଆସି ହିନ୍ଦୁ ପରମ୍ପରା (Hindu tradition)ର କିଛି ମୂଲ୍ୟବୋଧ, ସର୍ବଭାରତୀୟ ମୂଲ୍ୟବୋଧ ବିଷୟରେ ଅନେକ କିଛି ଶିଖିପାରିବେ । ଆମେରିକାରେ ନିର୍ମିତ ମନ୍ଦିରଟି ଅକ୍ଟୋବର ୮ରେ ପ୍ରତିଷ୍ଠା ହେବା ପରେ ଅକ୍ଟୋବର ୧୮ ତାରିଖରୁ ଲୋକମାନଙ୍କ ଦର୍ଶନ ପାଇଁ ଖୋଲାଯିବ ।

Also Read- Heart Transplant: ଆଶ୍ଚର୍ଯ୍ୟ ! ମଣିଷ ଛାତିରେ ଘୁଷୁରୀ ହାର୍ଟ, ଆମେରିକା ରଚିଲା ଆଉ ଏକ ଇତିହାସ

Also Read- Crime News: ସ୍ୱାମୀକୁ ମଦ ପିଆଇ ସ୍ତ୍ରୀକୁ ଗଣଦୁଷ୍କର୍ମ, ଆତ୍ମହତ୍ୟା ପୂର୍ବରୁ ଭିଡିଓ ରେକର୍ଡ କରିଲେ ଦମ୍ପତ୍ତି