CBI-ED ର 'ଅପବ୍ୟବହାର' ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ଏହି ୧୪ଟି ଦଳ, ୫ ଏପ୍ରିଲରେ ହେବ ଶୁଣାଣି, ଦେଖନ୍ତୁ ଲିଷ୍ଟ୍
Advertisement
Article Detail0/zeeodisha/odisha1624965

CBI-ED ର 'ଅପବ୍ୟବହାର' ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ଏହି ୧୪ଟି ଦଳ, ୫ ଏପ୍ରିଲରେ ହେବ ଶୁଣାଣି, ଦେଖନ୍ତୁ ଲିଷ୍ଟ୍

14 Political Parties Move Supreme Court: ଏହି ପିଟିସନରେ ବିରୋଧୀ ଦଳ କହିଛନ୍ତି ଯେ ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରିବା ପାଇଁ ଇଡି ଓ ସିବିଆଇକୁ ମନଇଚ୍ଛା ବ୍ୟବହାର କରାଯାଉଛି । ସମସ୍ତ ୧୪ରାଜନୌତିକ ଦଳ କହିଛନ୍ତି ଯେ ଗଣତନ୍ତ୍ର ବିପଦରେ ଅଛି ଓ ଆମେ ଚାଲିଥିବା ଯାଞ୍ଚକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁନାହୁଁ ।

ସୌ: ସୋସିଆଲ ମିଡିଆ

Political Parties Move Supreme Court: ଦେଶର ୧୪ ବିରୋଧୀ ଦଳ ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ (Supreme Court) ଏକ ପିଟିସନ ଦାଖଲ କରି କହିଛନ୍ତି ଯେ ବିରୋଧୀ ରାଜନୌତିକ ଦଳ ବିରୋଧରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (CBI) ଓ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) କୁ ଦୁର୍ବ୍ୟବହାର କରାଯାଉଛି । ଯେଉଁମାନେ ଏହି ପିଟିସନ ଦାଖଲ କରିଛନ୍ତି ସେମାନଙ୍କ ମଧ୍ୟରେ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଡିଏମକେ, ଆରଜେଡି ଓ ତୃଣମୂଳ କଂଗ୍ରେସ ସମେତ ୧୪ଟି ରାଜନୌତିକ ଦଳ ଅଛନ୍ତି ।

ଏହି ପିଟିସନରେ ଅଭିଯୋଗ ହୋଇଛି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଇନ ଶୃଙ୍ଖଳା ବଜାୟ ରଖିବା ଯାଞ୍ଚ ସଂସ୍ଥାଗୁଡ଼ିକୁ ଅପବ୍ୟବହାର କରଯାଉଛି । ଏହି ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ୫ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ ।

ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡ୍, ଜଷ୍ଟିସ ପିଏସ ନରସିଂହ ଓ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କ ଏକ ବେଞ୍ଚ ଡିଏମକେ, ରାଷ୍ଟ୍ରୀୟ ଜନତା ଦଳ, ଭାରତ ରାଷ୍ଟ୍ର ସମିତି ଓ ତୃଣମୂଳ କଂଗ୍ରେସ ଭଳି ବିରୋଧୀ ଦଳଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ଏମ ସିଂଭିଙ୍କ ଯାଚିକା ଉପରେ ଧ୍ୟାନ ଦେଇ ଏହାର ସଂଜ୍ଞାନ ନେଇଥିଲେ ଓ କହିଥିଲେ ଯେ ଏହି ପିଟିସନ ଉପରେ ୫ ଏପ୍ରିଲରେ ଶୁଣାଣି ହେବ ।

fallback

କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଓ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ପରି କେନ୍ଦ୍ରୀୟ ଯାଞ୍ଚକାରୀ ଏଜେନ୍ସିଗୁଡିକ ଅନୁସରଣ କରିବାକୁ ଏହି ଦଳଗୁଡିକ ଗିରଫ ପୂର୍ବରୁ ଓ ଗିରଫ ପରବର୍ତ୍ତୀ ନିର୍ଦ୍ଦେଶାବଳୀ ପାଇଁ ଅନୁରୋଧ କରୁଛନ୍ତି । ସିଂହଭି କହିଛନ୍ତି, '୯୫ ପ୍ରତିଶତ ମାମଲା ବିରୋଧୀ ଦଳର ନେତାଙ୍କ ବିରୋଧରେ ରହିଛି । ଗିରଫ ପୂର୍ବରୁ ଓ ଗିରଫ ପରବର୍ତ୍ତୀ ନିର୍ଦ୍ଦେଶାବଳୀ ପାଇଁ ଆମେ ଦାବି କରୁଛୁ ।'

ଏହି ପିଟିସନରେ ବିରୋଧୀ ଦଳ କହିଛନ୍ତି ଯେ ବିରୋଧୀ ଦଳର ନେତାଙ୍କୁ ଗିରଫ କରିବା ପାଇଁ ଇଡି ଓ ସିବିଆଇକୁ ମନଇଚ୍ଛା ବ୍ୟବହାର କରାଯାଉଛି । ସମସ୍ତ ୧୪ ରାଜନୌତିକ ଦଳ କହିଛନ୍ତି ଯେ ଗଣତନ୍ତ୍ର ବିପଦରେ ଅଛି ଓ ଆମେ ଚାଲିଥିବା ଯାଞ୍ଚକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁନାହୁଁ ।

ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବା ସମସ୍ତ ପାର୍ଟି ଲିଷ୍ଟ:
ସୁପ୍ରିମକୋର୍ଟରେ ଯେଉଁ ୧୪ଟି ଦଳ ପିଟିସନ ଦାଖଲ କରିଛନ୍ତି, ସେମାନଙ୍କ ମଧ୍ୟରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଝାଡ଼ଖଣ୍ଡ ମୁଖୀ ମୋର୍ଚ୍ଚା, ଜନତା ଦଳ ୟୁନାଇଟେଡ୍, ଭାରତ ରାଷ୍ଟ୍ର ସମିତି, ରାଷ୍ଟ୍ରିୟ ଜନତା ଦଳ, ସମାଜବାଦୀ ପାର୍ଟି, ଶିବସେନା (ଉଦ୍ଧବ ଠାକରେ), ନେସନାଲ କନଫ୍ରେସ୍, ନେସାଲିଷ୍ଟ କଂଗ୍ରେସ ପାର୍ଟି, ସିପିଆଇ, ସିପିଏମ ଓ ଡିଏମକେ ଦଳ ଅଛନ୍ତି ।

ଏହା ବି ପଢ଼ନ୍ତୁ: Study On Losing a Spouse: ଜୀବନ ସାଥୀ ବିନା ବଞ୍ଚିପାରନ୍ତି ନାହିଁ ପୁରୁଷ! ଅଲଗା ହେବା ପରେ ୭୦ ପ୍ରତିଶତଙ୍କ ବଢ଼ିଯାଏ ମୃତ୍ୟୁ ଆଶଙ୍କା

ଏହା ବି ପଢ଼ନ୍ତୁ: Flying Fish: ଏହି ମାଛଗୁଡ଼ିକ ପବନରେ ଉଡ଼ନ୍ତି, ଗତି ଏତେ ଅଧିକ ଯେ ସେମାନେ ଏକ୍ସପ୍ରେସ ଟ୍ରେନକୁ ମଧ୍ୟ ପଛରେ ପକାଇଦେବେ