Afghanistan vs Pakistan: ଗୁଳିମାଡ଼ ପରେ ମୁହାଁମୁହିଁ ଆଫଗାନିସ୍ତାନ-ପାକିସ୍ତାନ! ବନ୍ଦ ହୋଇଗଲା ତୋରଖମ ଲାଇନ
Advertisement
Article Detail0/zeeodisha/odisha1858705

Afghanistan vs Pakistan: ଗୁଳିମାଡ଼ ପରେ ମୁହାଁମୁହିଁ ଆଫଗାନିସ୍ତାନ-ପାକିସ୍ତାନ! ବନ୍ଦ ହୋଇଗଲା ତୋରଖମ ଲାଇନ

 Afghanistan–Pakistan Border Skirmishes: ଆଫଗାନିସ୍ତାନ ତାଲିବାନ ଦଖଲକୁ ଚାଲିଯିବା ପରେ ପାକିସ୍ତାନ ସହ ସମ୍ପର୍କ ସ୍ୱାଭାବିକ ରହିନାହିଁ। ଗତ ଫେବୃଆରୀ ମାସରେ ଉଭୟ ପାର୍ଶ୍ୱରୁ ତୋରଖମ ଲାଇନ ବର୍ଡର ସିଲ କରାଯାଇଥିଲା। 

Afghanistan vs Pakistan: ଗୁଳିମାଡ଼ ପରେ ମୁହାଁମୁହିଁ ଆଫଗାନିସ୍ତାନ-ପାକିସ୍ତାନ! ବନ୍ଦ ହୋଇଗଲା ତୋରଖମ ଲାଇନ

Afghanistan vs Pakistan War: ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ରହିଥିବା ତୋରଖମ ଲାଇନ ସୀମାକୁ ସିଲ୍ କରାଯାଇଛି। ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳି ବିନିମୟ ପରେ କୌଣସି ପ୍ରକାର ଯାତାୟତ ପାଇଁ ତୋରଖମ ଲାଇନ ବନ୍ଦ କରି ଦିଆଯାଇଛି। 'ଖୋରାସାନ୍ ଡାଏରୀ' (Khorasan Diary) ଅନୁଯାୟୀ, ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ପାକିସ୍ତାନ ଅଧିକାରୀ କହିଛନ୍ତି ଯେ ସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ଉଭୟ ପାର୍ଶ୍ୱରୁ ତୋରଖମ ଲାଇନ ବର୍ଡର ସିଲ (Torkham Line Border Seal) କରାଯାଇଥିଲା। ଯଦିଓ ଏହି ଘଟଣା ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ (Afghanistan-Pakistan Bilateral Relations) ତିକ୍ତ ହେବା ପରେ ଘଟିଥିଲା। ପୂର୍ବ ଆଫଗାନିସ୍ତାନ ସ୍ଥିତ ନଙ୍ଗାହାର ପ୍ରଦେଶରେ (Nangahar Province Afghanistan) ତାଲିବାନ ପ୍ରଶାସନ ପୋଲିସ୍ ଫୋର୍ସ (Taliban Administration Police Force) ମୁଖପାତ୍ର ନ୍ୟୁଜ ଏଜେନ୍ସି ରଏଟର୍ସ ଉଦ୍ଦେଶ୍ୟରେ କହିଛନ୍ତି ଯେ ସୀମାକୁ ସିଲ୍ (Afghanistan vs Pakistan Border Seal) କରାଯାଇଛି ଏବଂ ଆମେ ଏହା ପରେ ଆଲୋଚନା କରିବୁ।

Also Read: Durand Line: ଗୁଳି ମାଡ଼ ପରେ ଥରେ ଉଠିଲା ପାକିସ୍ତାନ-ଆଫଗାନିସ୍ତାନ ସୀମା, ଖାଲି ହୋଇଗଲା ଅନେକ ସୀମାନ୍ତ ଗ୍ରାମ

ଆଫଗାନିସ୍ତାନ ତାଲିବାନ ଦଖଲକୁ (Taliban Occupation of Afghanistan) ଚାଲିଯିବା ପରେ ପାକିସ୍ତାନ ସହ ସମ୍ପର୍କ ସ୍ୱାଭାବିକ ରହିନାହିଁ। ଗତ ବର୍ଷ ଅପ୍ରେଲ ମାସରେ ଆଫଗାନିସ୍ତାନ ସ୍ଥିତ ଖୋସ୍ତ ଏବଂ କୁନାର (Khost and Kunar Area Afghanistan) ଠାରେ ପାକିସ୍ତାନୀ ସେନା ବିମାନ ଆକ୍ରମଣରେ ୩୬ ତାଲିବାନ ଲୋକ ପ୍ରାଣ ହରାଇଥିଲେ। ଯଦିଓ ପାକିସ୍ତାନ, ଆଫଗାନିସ୍ତାନ ସୀମାରେ (Afghanistan–Pakistan Border) କୌଣସି ପ୍ରକାରର ବିମାନ ଆକ୍ରମଣ କରିବାକୁ ନେଇ ଅସ୍ୱୀକାର କରିଛି। 

ଏନେଇ ପାକିସ୍ତାନ ପକ୍ଷରୁ ଦାବି କରାଯାଇଛି ଯେ ଆଫଗାନିସ୍ତାନ ଠାରୁ ଆତଙ୍କବାଦୀମାନେ ସୀମା ପାର କରି ଆତଙ୍କବାଦୀ ଆକ୍ରମଣ କରୁଛନ୍ତି। ଅନ୍ୟପଟେ ଏହାର ଜବାବରେ ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନ କ୍ଷମତା ଦଖଲ କରିବା ପରେ ଆତଙ୍କବାଦକୁ ନିୟନ୍ତ୍ରଣ କରାଯାଇଛି।

Also Read: Afghanistan Pakistan Clash: ଅନ୍ଧାଧୁନିଆ ଗୁଳିମାଡ଼ରେ ଥରିଉଠିଲା ଡୁରାଣ୍ଡ ଲାଇନ; ୬ ମୃତ, ୧୭ ଆହତ

ଆଫଗାନିସ୍ତାନ ସୀମାରେ ହୋଇଥିବା ବିମାନ ଆକ୍ରମଣ ପରେ ତାଲିବାନ ସରକାର ରାଜଧାନୀ କାବୁଲ ଠାରେ ଅବସ୍ଥିତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଡକାଇ ତୁରନ୍ତ ଏହାକୁ ବନ୍ଦ କରିବାକୁ କହିଥିଲେ। ନ୍ୟୁଜ ଏଜେନ୍ସି ଅନୁଯାୟୀ, ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଡକାଇବା ପରେ ଆଫଗାନିସ୍ତାନ କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଖୋସ୍ତ ଏବଂ କୁନାର ଠାରେ ସାମରିକ କାର୍ଯ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି। କାରଣ ସୀମାରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ଉଭୟ ଦେଶ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ବିବାଦୀୟ ହୋଇପଡ଼ିଛି।