Advertisement
Article Detail0/zeeodisha/odisha2285967
Zee OdishaOdisha TrendingVK Pandian: ବଡ଼ ଯୋଜନାରେ ଭିକେ ପାଣ୍ଡିଆନ୍! ଏମିତି କରିବେ କମବ୍ୟାକ୍

VK Pandian: ବଡ଼ ଯୋଜନାରେ ଭିକେ ପାଣ୍ଡିଆନ୍! ଏମିତି କରିବେ କମବ୍ୟାକ୍

VK Pandian: ଶୋଚନୀୟ ଭାବେ ହାରିବା ପରେ ବି ମୁଖିଆ ନବୀନ ଭିକେ ପାଣ୍ଡିଆନଙ୍କୁ ଭୂରି ଭୂରି ପ୍ରଂଶସା କରିଥିଲେ। ଯାହା ଫଳରେ ବିଜେଡିର ସଂଗଠନ ମଜଭୁତ ନୁହେଁ ଭୁଶୁଡ଼ିବା ଆଶଙ୍କା କରାଯାଇଥିଲା। ଏମିତିରେ ବି ବିଜେଡି ଦଳ ଦୁଇ ଭାଗ ହୋଇଯିବା ଆଶଙ୍କା କରି ଏହି ଭିଡିଓ ରଚାଯାଇଥିବା ବି କୁହାଯାଉଛି। 

 

VK Pandian: ବଡ଼ ଯୋଜନାରେ ଭିକେ ପାଣ୍ଡିଆନ୍! ଏମିତି କରିବେ କମବ୍ୟାକ୍

VK Pandian: ଏବେ ହେଡଲାଇନରେ ଅଛନ୍ତି ଭିକେ ପାଣ୍ଡିଆନ । ସକ୍ରିୟ ରାଜନୀତିରୁ ଓହରିବା ନେଇ ଭିଡିଓ ଛାଡ଼ିବା ପରେ ଏବେ ପାଣ୍ଡିଆନଙ୍କ ନେକ୍ସଟ ମୁଭ୍ ଉପରେ ପୂରା ଓଡ଼ିଶାବାସୀଙ୍କ ନଜର ରହିଛି। ୪ ମିନିଟ୍ ଭିଡିଓରେ ସେ ନିଜର କାର୍ଯ୍ୟ ଆରମ୍ଭରୁ ଆରମ୍ଭ କରି ରାଜନୀତିରେ ପ୍ରବେଶର ପ୍ରକୃତ କାରଣ କହିଛନ୍ତି ପାଣ୍ଡିଆନ। ପାଣ୍ଡିଆନ ଭିଡିଓରେ କହିଛନ୍ତି ଯେ, ମୋର କୌଣସି ଉଦ୍ଦେଶ୍ୟ ନଥିଲା କେବଳ ପ୍ରିୟର ନେତା ନବୀନ ପଟ୍ଟନାୟକଙ୍କୁ ସହାୟତା କରିବାକୁ ରାଜନୀତିକୁ ଆସିଥିଲି । ସେ ଏହା ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକ ମୋର ଗୁରୁ । ବିଜେଡିର କୌଣସି ପଦରେ ନଥିଲି କିମ୍ବା ରାଜନୀତି ଲଢୁନଥିଲି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛି । ହେଲେ ଗତ ନିର୍ବାଚନରେ ବିଜେଡି ହାରିବା ପରେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଓହରିବା ନେଇ କହିବା ପରେ ଦଳୀୟ କର୍ମୀଙ୍କୁ କ୍ଷମା ବି ମାଗିଛନ୍ତି। 

ତେବେ ରାଜନୀତି ସମୀକ୍ଷକଙ୍କ କହିବାନୁଯାୟୀ, ଏହା ହେଉଛି ନବୀନଙ୍କ ଚାଲ୍(Naveen Patnaik) । କାରଣ ଦଳ ସମ୍ପୂର୍ଣ୍ଣ ରୂପେ ହାରିବା ପରେ ବିଜେଡି ନିଜର ସଂଗଠନକୁ କେମିତି ମଜଭୁତ ରଖିବ ତାକୁ ନେଇ ତର୍ଜମା ଜାରି ରହିଛି। ଦଳୀୟ ନେତାଙ୍କୁ ଡାକି ସମୀକ୍ଷା ବୈଠକ କରିଥିଲେ ନବୀନ ପଟ୍ଟନାୟକ । ଜିତିଥିବା ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ଗତକାଲି ଜାତୀୟ ଗଣମାଧ୍ୟମରେ ନବୀନ ଦେଇଥିବା ଟିପ୍ପଣୀ ବୋଧ ହୁଏ କିଛି ବିଜେଡି ନେତାଙ୍କୁ କ୍ରୋଧିତ କରିଥିଲା କାରଣ ବିଜେଡି ଏତେ ଶୋଚନୀୟ ଭାବେ ହାରିବା ପରେ ବି ମୁଖିଆ ନବୀନ ଭିକେ ପାଣ୍ଡିଆନଙ୍କୁ ଭୂରି ଭୂରି ପ୍ରଂଶସା କରିଥିଲେ। ଯାହା ଫଳରେ ବିଜେଡିର ସଂଗଠନ ମଜଭୁତ ନୁହେଁ ଭୁଶୁଡ଼ିବା ଆଶଙ୍କା କରାଯାଇଥିଲା। ଏମିତିରେ ବି ବିଜେଡି ଦଳ ଦୁଇ ଭାଗ ହୋଇଯିବା ଆଶଙ୍କା କରି ଏହି ଭିଡିଓ ରଚାଯାଇଥିବା ବି କୁହାଯାଉଛି। 

ସେପଟେ ସମୀକ୍ଷକଙ୍କ କହିବା କଥା, ଭିକେ ପାଣ୍ଡିଆନ(VK Pandian) ଏକ ବଡ଼ ଯୋଜନାରେ ଥାଇପାରନ୍ତି। ଉଦାହରଣ ସ୍ୱରୁପ- ଜଣେ ଖେଳାଳି ଯେତେବେଳେ ଟିମ୍ ରେ ନୂଆ ଆସିଥାନ୍ତି ପ୍ରଦର୍ଶନ ଖରାପ ପରେ ସେ ନିଜ ଟିମର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିବା କଥାଭାବି ସେ ଦଳରୁ କିଛି ସମୟ ପାଇଁ ବିରତି ନେଇଥାନ୍ତି । ଓ କିଛିଦିନ ପରେ ଜବରଦସ୍ତ କମବ୍ୟାକ କରିଥାନ୍ତି । ଆଉ ଆଜିର ପାଣ୍ଡିଆନଙ୍କ ଏହି ଭିଡିଓ ବି ସେୟା ଦର୍ଶାଉଛି କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଭିକେ ପାଣ୍ଡିଆନ ସ୍ପଷ୍ଟ ଭାବେ କହିନାହାଁନ୍ତି ଯେ, ସେ ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ସେ କହିଛନ୍ତି ସକ୍ରିୟ ରାଜନୀତିରୁ ଅବସର ନେଇଛି। ତେବେ ଆଶା କରାଯାଉଛି ଯେ, ପାଣ୍ଡିଆନ ପୁଣି ଥରେ ଡବଲ ପାୱାର ନେଇ କମବ୍ୟାକ୍ କରିପାରନ୍ତି।

Add Zee News as a Preferred Source

ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ଗଣତି ଅର୍ଥାତ୍  ପାଣ୍ଡିଆନ ଜୁନ୍ ୪ ତାରିଖରୁ ଆଉ ଓଡ଼ିଶାରେ ଦେଖା ନଥିଲେ। କୁହାଯାଉଥିଲା ଯେ, ପାଣ୍ଡିଆନ ଦିଲ୍ଲୀରେ ଅଛନ୍ତି। ପାଣ୍ଡିଆନ ମଧ୍ୟ ମେ ୧୦ ତାରିଖରେ କ୍ୟାମ୍ପେନ ସମୟରେ କହିଥିଲେ ଯେ, ନବୀନ ପଟ୍ଟନାୟକ(Naveen Patnaik) ପୁଣିଥରେ ସରକାର ଗଢିବେ । ନଚେତ୍ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି, ହେଲେ ଆଜିର ଭିଡିଓ ରେ ପାଣ୍ଡିଆନ ପରିସ୍କାର ଭାବେ ନକହିଥିଲେ ବି ସକ୍ରିୟ ରାଜନୀତିରୁ ଓହରିଥିବା ସେ କହିଛନ୍ତି। ଯେତେବେଳେ ବିଜେଡି ଗଡ଼ ଭୁଷୁଡିଲା ସେତେବେଳେ ରାଜ୍ୟବାସୀ ଗୋଟିଏ ଚର୍ଚ୍ଚା ଲାଗିରହିଥିଲା ଯେ, ପାଣ୍ଡିଆନଙ୍କ କାରଣରୁ ବିଜେଡି ତା ସତ୍ତା ହରାଇଲା।

Also Read: VK Pandian ମେକର ହେଲେ ନା ବ୍ରେକର? କଣ କହୁଛି ସମୀକରଣ

About the Author