Vladimir Putin: ପୁଟିନଙ୍କୁ ଘାରିଲାଣି ମୃତ୍ୟୁର ଭୟ! ମୋବାଇଲ୍ ଠାରୁ ଦୂରତା, ଖାଇବାରେ ବିଷ ଯାଞ୍ଚ କରିବାକୁ ରଖିଲେ ଲୋକ
Advertisement

Vladimir Putin: ପୁଟିନଙ୍କୁ ଘାରିଲାଣି ମୃତ୍ୟୁର ଭୟ! ମୋବାଇଲ୍ ଠାରୁ ଦୂରତା, ଖାଇବାରେ ବିଷ ଯାଞ୍ଚ କରିବାକୁ ରଖିଲେ ଲୋକ

Vladimir Putin: ପୁଟିନ କୌଣସି ପ୍ରକାର ବିପଦରୁ ଦୂରେଇ ରହିବା ପାଇଁ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରୁ ନାହାଁନ୍ତି । କେବଳ ଏତିକି ନୁହେଁ, ସେ ନିଜ ଖାଦ୍ୟକୁ ତାଙ୍କ ସମ୍ମୁଖରେ ଯାଞ୍ଚ କରିବା ପାଇଁ ଲୋକ ରଖିଛନ୍ତି । ଯାହାଦ୍ୱାରା ଖାଦ୍ୟରେ କେହି ବିଷ ନ ମିଶାଇ ପାରିବେ ନାହିଁ । ଆସନ୍ତୁ ଜାଣିବା ଏ ବିଷୟରେ..

Vladimir Putin: ପୁଟିନଙ୍କୁ ଘାରିଲାଣି ମୃତ୍ୟୁର ଭୟ! ମୋବାଇଲ୍ ଠାରୁ ଦୂରତା, ଖାଇବାରେ ବିଷ ଯାଞ୍ଚ କରିବାକୁ ରଖିଲେ ଲୋକ

Vladimir Putin: ଋଷର ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ଙ୍କୁ ୭୦ ବର୍ଷ ବୟସ ହୋଇସାରିଛି । ଗତ ବର୍ଷ ୟୁକ୍ରେନ ବିରୋଧରେ ଯୁଦ୍ଧ (Russia-Ukraine War) ଘୋଷଣା ହେବା ପରଠାରୁ ଭ୍ଲାଦିମିର ପୁଟିନ (Vladimir Putin) ଲଗାତର ଚର୍ଚ୍ଚାରେ ରହିଆସିଛନ୍ତି । ମଝିରେ ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ଅସୁସ୍ଥତାର ଖବର ମଧ୍ୟ ଆସିଥିଲା । ବର୍ତ୍ତମାନ କୁହାଯାଉଛି ଯେ, ଭ୍ଲାଦିମିର ପୁଟିନ (Vladimir Putin) ନିଜକୁ ବହୁତ ରିଜର୍ଭ ରଖିଛନ୍ତି । ଭ୍ଲାଦିମିର ପୁଟିନ (Vladimir Putin) କୌଣସି ପ୍ରକାର ବିପଦରୁ ଦୂରେଇ ରହିବା ପାଇଁ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରୁ ନାହାଁନ୍ତି । କେବଳ ଏତିକି ନୁହେଁ, ଭ୍ଲାଦିମିର ପୁଟିନ (Vladimir Putin) ନିଜ ଖାଦ୍ୟକୁ ତାଙ୍କ ସମ୍ମୁଖରେ ଯାଞ୍ଚ କରିବା ପାଇଁ ଲୋକ ରଖିଛନ୍ତି । ଯାହାଦ୍ୱାରା ଖାଦ୍ୟରେ କେହି ବିଷ ନ ମିଶାଇ ପାରିବେ ନାହିଁ । ଭ୍ଲାଦିମିର ପୁଟିନ (Vladimir Putin) କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ବିମାନ ପରିବର୍ତ୍ତେ ଏକ ଗୁପ୍ତ ଟ୍ରେନ୍ ବ୍ୟବହାର କରୁଛନ୍ତି, ଯାହା ବୋମା ବିସ୍ଫୋରଣରେ ମଧ୍ୟ ସୁରକ୍ଷିତ ରହିବ ।

ଋଷ-ୟୁକ୍ରେନ ଯୁଦ୍ଧ (Russia-Ukraine War) ଆରମ୍ଭ ହେବା ପର ଠାରୁ ଋଷ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି । ଏହି କାରଣରୁ ଭ୍ଲାଦିମିର ପୁଟିନ (Vladimir Putin) ମଧ୍ୟ ଅନେକ ଥର ପରମାଣୁ ଆକ୍ରମଣ (Nuclear Attack) ର ଧମକ ଦେଇଛନ୍ତି । ଏହି କାରଣରୁ ଭ୍ଲାଦିମିର ପୁଟିନ (Vladimir Putin) ପାଶ୍ଚାତ୍ୟ ଦେଶଗୁଡିକ ଠାରୁ ବିପଦ ଆଶଙ୍କା ଅନୁଭବ କରୁଥାଏ । ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ସହ ଜଡିତ ଅନେକ ଖୁଲାସା କରୁଥିବାବେଳେ ଋଷର ଫେଡେରାଲ୍ ପ୍ରୋଟେକ୍ସନ୍ ସର୍ଭିସେସ୍ (SFO) ର ପୂର୍ବତନ କ୍ୟାପଟେନ୍ ଗ୍ଲେବ କାରୋକୁଲୋଭ୍ କହିଛନ୍ତି ଯେ, ସେ (Vladimir Putin) ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି ଓ ପ୍ରତିଦିନ ନିଜକୁ ସୁରକ୍ଷିତ ରଖିବା ପାଇଁ ଉପାୟ ଖୋଜୁଛନ୍ତି ।

fallback

'ଦି ଗାର୍ଡିଆନ୍'ର ଏକ ରିପୋର୍ଟ ଅନୁଯାୟୀ, ଗ୍ଲେବ୍ କାରୋକୁଲୋଭ୍ କହିଛନ୍ତି ଯେ, ଭ୍ଲାଦିମିର ପୁଟିନ (Vladimir Putin) ବିମାନ ଯାତ୍ରାକୁ ଏଡ଼ାଇ ଯାଆନ୍ତି ଓ ଏପରି ଟ୍ରେନ ବ୍ୟବହାର କରନ୍ତି ଯାହା ସାଧାରଣ ଦେଖାଯାଏ କିନ୍ତୁ ଭିତରୁ ବିଶେଷ ଅଟେ । ଗ୍ଲେବ କାରୋକୁଲୋଭ ଆହୁରି କହିଛନ୍ତି ଯେ, ମୁଁ ଭ୍ଲାଦିମିର ପୁଟିନ (Vladimir Putin) ଙ୍କୁ ଜଣେ ଯୁଦ୍ଧ ଅପରାଧୀ ବୋଲି ମନେ କରେ । ବର୍ତ୍ତମାନ ଏହି ଯୁଦ୍ଧ (Russia-Ukraine War) ଶେଷ କରିବାର ସମୟ ଆସିଛି ।

ଗ୍ଲେବ କାରୋକୁଲୋଭ୍ ଏହା ମଧ୍ୟ କହିଛନ୍ତି ଯେ, ଭ୍ଲାଦିମିର ପୁଟିନ (Vladimir Putin) ନିଜକୁ ଦୁନିଆରୁ ରକ୍ଷା କରନ୍ତି । ଭ୍ଲାଦିମିର ପୁଟିନ (Vladimir Putin) ମୋବାଇଲ୍ ଫୋନ୍ କିମ୍ବା ଇଣ୍ଟରନେଟ୍ ଠାରୁ ଦୂରରେ ରୁହନ୍ତି । ଭ୍ଲାଦିମିର ପୁଟିନ (Vladimir Putin) କେବଳ କିଛି ଲୋକଙ୍କ ଉପରେ ନିର୍ଭର କରନ୍ତି । ଭ୍ଲାଦିମିର ପୁଟିନ (Vladimir Putin) ନିଜ ସୁରକ୍ଷାକୁ ନେଇ ବହୁତ ଭୟଭୀତ ଅଛନ୍ତି । ଭ୍ଲାଦିମିର ପୁଟିନ (Vladimir Putin) ବାରମ୍ବାର ନିଜକୁ କୋଭିଡ-19 ପରୀକ୍ଷା କରନ୍ତି ଓ ତାଙ୍କ ସହିତ ରହୁଥିବା ଲୋକଙ୍କୁ ମଧ୍ୟ କ୍ୱରାଣ୍ଟିନ କରନ୍ତି । ଏପରିକି ଭ୍ଲାଦିମିର ପୁଟିନ (Vladimir Putin) ଜଣେ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଯାଆନ୍ତି ଯିଏ ଖାଦ୍ୟକୁ ଯାଞ୍ଚ କରନ୍ତି, ସେଥିରେ କୌଣସି ବିଷ ଅଛି କି ନାହିଁ ।

ଅଧିକ ପଢ଼ନ୍ତୁ-ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର; ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ! ବର୍ତ୍ତମାନ ମିଳିବ ଏତେ ଲାଭ...

ଅଧିକ ପଢ଼ନ୍ତୁ-IPL ମଝିରେ ଭାରତୀୟ କ୍ରିକେଟ୍ ପାଇଁ ଦୁଃଖଦ ଖବର, ଏହି ଖେଳାଳିଙ୍କ ନିଧନ; ଶୋକରେ ବୁଡ଼ିଲା କ୍ରୀଡା ଜଗତ

ଅଧିକ ପଢ଼ନ୍ତୁ-ପେନସନଭୋଗୀଙ୍କ ପାଇଁ ବଡ଼ ଖବର; ସରକାର ବଢ଼ାଇଲେ ପେନସନ ରାଶି! ବର୍ତ୍ତମାନ ଏହି ଲୋକମାନେ ପାଇବେ ଅଧିକ ଟଙ୍କା

ଅଧିକ ପଢ଼ନ୍ତୁ-ଶୁକ୍ର ଦେବ କଲେ ଗୋଚର, ଏହି ୫ଟି ରାଶିଙ୍କ ଖୋଲିଲା ଭାଗ୍ୟ; ମାସ ସାରା ବର୍ଷିବ ଧନ, ମିଳିବ ଅନେକ ଖୁସି ଖବର