Weather Update: ୨୯ ତାରିଖରୁ କମିବ ବର୍ଷା! ଏହି ଦିନ ରାଜ୍ୟରେ ଆଉ ଏକ ଲଘୁଚାପ ନେଇ ସମ୍ଭାବନା
Advertisement
Article Detail0/zeeodisha/odisha1757334

Weather Update: ୨୯ ତାରିଖରୁ କମିବ ବର୍ଷା! ଏହି ଦିନ ରାଜ୍ୟରେ ଆଉ ଏକ ଲଘୁଚାପ ନେଇ ସମ୍ଭାବନା

Weather Update: ମୌସୁମୀ ବାୟୁ ପ୍ରବାହ ଓ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟରେ ଗତ କିଛି ଦିନ ହେବେ ବର୍ଷା ଲାଗି ରହିଛି । ବୁଧବାର ଦିନ ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । 

 

ସୌ(ସୋସିଆଲ ମିଡିଆ)

Weather Update: ବର୍ଷା ଯୋଗୁଁ ତାତିରୁ ଆଶ୍ବସ୍ତି ପାଇଛନ୍ତି ରାଜ୍ୟବାସୀ । ମୌସୁମୀ ବାୟୁ ପ୍ରବାହ ଓ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟରେ ଗତ କିଛି ଦିନ ହେବେ ବର୍ଷା ଲାଗି ରହିଛି । ବୁଧବାର ଦିନ ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

 

ସୂଚନାଯୋଗ୍ୟ, ମୌସୁମୀ (Monsoon) ବର୍ଷା ସାଙ୍ଗକୁ ରାଜ୍ୟରେ ଲଘୁଚାପ ସକ୍ରିୟ ରହିଛି । ଗତ ୨-୩ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ଯାଏଁ ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାପରେ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନଥିବା ବେଳେ ପାଗ ଶୁଖିଲା ରହିବ । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ସୁଦ୍ଧା ଭଲ ବର୍ଷା ହୋଇଛି । ବର୍ତ୍ତମାନ ଲଘୁଚାପ ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଗତି କରିବ, ଯାହା ଫଳରେ କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରବଳ ବର୍ଷା ହୋଇପାରେ, କିନ୍ତୁ ଏହି ସମୟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ । ଏହା ସହ ୨୯ ତାରିଖରୁ ତାପମାତ୍ରା ବଢିବା ନେଇ ସମ୍ଭାବନା ରହିଛି । ଏହାପରେ ଜୁଲାଇ ଦ୍ବିତୀୟ ସପ୍ତାହରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହାର ପ୍ରଭାବରେ ପୁଣି ମୌସୁମୀ ସକ୍ରିୟ ହେବ ।

Also Read-Bahuda Yatra: ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଆଜି ବାହୁଡୁ଼ବେ ମହାବାହୁ, ଏହି ସମୟରୁ ଆରମ୍ଭ ହେବ ରଥଟଣା

Also Read-Horoscope Today 28 June 2023: ଯାତ୍ରା ସମୟରେ ସର୍ତକ ରୁହନ୍ତୁ ଏହି ୨ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ପ୍ରକାଶ ଥାଉ କି, ଆଜି ଅର୍ଥାତ୍ ବୁଧବାର ଦିନ କିଛି ଜିଲ୍ଲାରେ ପ୍ରବଳ ବର୍ଷା (Heavy rain) ହେବା ନେଇ ସମ୍ଭାବନା ରହିଥିବାରୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow alert) ଜାରି କରାଯାଇଛି । ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବରଗଡ଼ ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହାସହ ଦକ୍ଷିଣ ଓଡିଶାର କିଛି ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ହୋଇପାରେ ।

Also Read-ବରଯାତ୍ରୀ ଉପରକୁ ମାଡ଼ିଗଲା ଟ୍ରକ୍: ୫ ମୃତ ଅନେକ ଆହତ, ଆଧାରେ ରହିଲା ବାହାଘର

Also Read-Tomato Price: ଟମାଟୋକୁ ନେଇ ଆସିଲା ଖୁସି ଖବର, ଖୁବ ଶୀଘ୍ର ଖସିବ ଦର

Also Read- HDFC ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଅଛି କି ? ଜୁଲାଇ ୧ରୁ ଲାଗୁ ହେବ ଏହି ନିୟମ...

Also Read-EPFO ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ପେନସନ ଆବେଦନ ପାଇଁ ବଢିଲା ତାରିଖ; ଏହିଦିନ ମଧ୍ୟରେ କରିପାରିବେ ଆବେଦନ