ନବୀନ ସରକାର ଅନୁପ୍ରବେଶକାରୀ ମୁସଲମାନଙ୍କ ପ୍ରତି ଅତ୍ୟନ୍ତ ଦରଦୀ ମନୋଭାବ ଦେଖାଇ ଆସିଥିଲେ। ଓଡ଼ିଶା ହାଇକୋର୍ଟ ଅନୁପ୍ରବେଶକାରୀ ବେଆଇନ ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେବଳ କେନ୍ଦ୍ରାପଡ଼ାରେ ପ୍ରାୟ ୪ହଜାର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲେ ହେଁ ସେମାନଙ୍କୁ ଦେଶାନ୍ତର କରାଯାଇ ପାରି ନାହିଁ। ବରଂ ବିଜଦ ସରକାରଙ୍କ ଅନୁଗ୍ରହ କାରଣରୁ ସେମାନେ ହାଇକୋର୍ଟରୁ ସ୍ଥଗନାଦେଶ ଆଣିପାରିଥିଲେ।
Trending Photos
ଭୁବନେଶ୍ୱର: ବାଂଲାଦେଶ ପରିସ୍ଥିତି ଓଡ଼ିଶା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବାକୁ ଯାଉଛି। ବାଂଲାଦେଶରେ ସେଖ୍ ହସିନା ସରକାର କ୍ଷମତାଚ୍ୟୁତ ହେବାପରେ ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଛି। ଜଗନ୍ନାଥ ମନ୍ଦିର ସମେତ ଅନେକ ମନ୍ଦିର ଭାଙ୍ଗିରୁଜି ଦେଇସାରିଛନ୍ତି ମୌଳବାଦୀ ମୁସଲିମ ସଂଗଠନ। ଏ ଅବସ୍ଥାରେ ହିନ୍ଦୁ ଶରଣାର୍ଥୀ ବେଶରେ ମୁସଲମାନ ଓଡ଼ିଶାକୁ ପଳାଇ ଆସିବାର ଆଶଙ୍କା ବଢ଼ିଛି। ମୋହନ ସରକାର ଏ ଦିଗରେ ସଚେତନ ଅଛନ୍ତି କି?
ନବୀନ ସରକାର ଅନୁପ୍ରବେଶକାରୀ ମୁସଲମାନଙ୍କ ପ୍ରତି ଅତ୍ୟନ୍ତ ଦରଦୀ ମନୋଭାବ ଦେଖାଇ ଆସିଥିଲେ। ଓଡ଼ିଶା ହାଇକୋର୍ଟ ଅନୁପ୍ରବେଶକାରୀ ବେଆଇନ ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେବଳ କେନ୍ଦ୍ରାପଡ଼ାରେ ପ୍ରାୟ ୪ହଜାର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲେ ହେଁ ସେମାନଙ୍କୁ ଦେଶାନ୍ତର କରାଯାଇ ପାରି ନାହିଁ। ବରଂ ବିଜଦ ସରକାରଙ୍କ ଅନୁଗ୍ରହ କାରଣରୁ ସେମାନେ ହାଇକୋର୍ଟରୁ ସ୍ଥଗନାଦେଶ ଆଣିପାରିଥିଲେ।
ଓଡ଼ିଶା ପ୍ରତି ଅନୁପ୍ରବେଶକାରୀଙ୍କ ଦୋହରା ବିପଦ ଅଛି। ରୋହିଙ୍ଗା ଏବଂ ବାଂଲାଦେଶୀ। ନବୀନ ସରକାର କେବଳ ଭୋଟ ପାଇଁ ସିଏଏକୁ ଲାଗୁ କରାଇ ଦେଲେ ନାହିଁ । ଯଦିଓ ସଂସଦରେ ଏହାକୁ ବିଜଦ ବିରୋଧ କରିନଥିଲା। ରାଜଧାନୀ ଭୁବନେଶ୍ଵରରେ ଗତ ୨୫ ବର୍ଷ ଭିତରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମାରାତ୍ମକଭାବେ ବୃଦ୍ଧି ପାଇଛି। ଯେଭଳି ଛତୁ ଫୁଟିଲା ପରି ଯେଉଁଠି ପାରେ ସେଇଠି ମସ୍ଜିଦ ଖୋଲିଯାଇ ସାରିଲାଣି ତାହା ଆଗକୁ ବଡ଼ ବିପଦର ସୂଚନା ଦେଉଛି। ବିଜୁ ଜନତା ଦଳ ପାଇଁ ମୁସଲିମ ଅନୁପ୍ରବେଶକାରୀମାନେ ଏକ ବଡ଼ ଭୋଟ ବ୍ୟାଙ୍କରେ ପରିଣତ ହୋଇସାରିଛନ୍ତି। ଏବେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଏହି ବିପଦକୁ ବଢ଼ାଇ ଦେବାକୁ ବସିଛନ୍ତି । ଉପକୂଳ ଓଡ଼ିଶା ମୁସଲିମ ଅନୁପ୍ରବେଶକାରୀଙ୍କ ପାଇଁ ଭୂସର୍ଗରେ ପରିଣତ ହୋଇଛି। ନିଶା କାରବାର ବଢ଼ିବା ପଛରେ ଏହି ଅନୁପ୍ରବେଶକାରୀଙ୍କ ବଡ଼ ଭୂମିକା ରହିଛି।
ସାମୁଦ୍ରିକ ଥାନା ଖାଲି ନାଁକୁ ମାତ୍ର। ଏପରି ଅବସ୍ଥାରେ ଓଡ଼ିଶା ଭିତରକୁ ପଶିଆସିବା ପାଇଁ ହିନ୍ଦୁ ଶରଣାର୍ଥୀଙ୍କ ସହ ବହୁ ସଂଖ୍ୟାରେ ମୁସଲମାନ ପ୍ରସ୍ତୁତ ହୋଇ ରହିଛନ୍ତି। ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ପ୍ରତି ଏକ ନୂଆଧରଣର ବିପଦ ସୃଷ୍ଟି ହେବାକୁ ଯାଉଛି।
ସରକାରୀ ସୂଚନା ମୁତାବକ ବାଂଲାଦେଶରେ ହସିନା ସରକାରଙ୍କ ପତନ ପରେ ବହୁ ସଂଖ୍ୟାରେ ଆତଙ୍କୀ ଏବଂ ଅପରାଧୀ ଜେଲରୁ ବାହାରି ଆସିଛନ୍ତି। ସେମାନେ ଭାରତ ଭିତରକୁ ପଶିବା ଅପେକ୍ଷାରେ ଅଛନ୍ତି। ଏବେ ସେମାନଙ୍କ ଟାର୍ଗେଟରେ ଅଛି ଓଡ଼ିଶା। ଓଡ଼ିଶା ସେମାନଙ୍କ ପାଇଁ ଏକ ନିରାପଦ ସ୍ଥାନ ବୋଲି ମନେକରାଯାଉଛି। ଯଦିଓ ପୁଲିସର ବଡ଼ ଅଧିକାରୀ କହିଛନ୍ତି ସରକାର ଏଥିପ୍ରତି ସଚେତନ ଅଛନ୍ତି, ତଥାପି ଅନୁପ୍ରବେଶକୁ ରୋକିବା ପାଇଁ ଓଡ଼ିଶାର ବ୍ୟବସ୍ଥା ଆଦୌ ଯଥେଷ୍ଟ ନୁହେଁ ।
କିଛିବର୍ଷ ଆଗରୁ ଓଡ଼ିଶାରୁ କୁଖ୍ୟାତ ଆତଙ୍କବାଦୀ ଏନ୍ଆଇଏଦ୍ଵାରା ଗିରଫ ହୋଇଛନ୍ତି। ପାକିସ୍ତାନ ନଜରରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଅଛି। ଏସବୁ ଦୃଷ୍ଟିରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଯଦି ସରକାର ପଦକ୍ଷେପ ନ ନିଅନ୍ତି, ତେବେ ନେଡ଼ିଗୁଡ଼ କହୁଣିକୁ ବୋହିଯିବା ବିଚିତ୍ର ନୁହେଁ ।
ଓଡ଼ିଶାରେ ୧୮ଟି ସାମୁଦ୍ରିକ ଥାନା ଅଛି। କିନ୍ତୁ ଆନୁସଙ୍ଗିକ ଭିତ୍ତିଭୂମି ଓ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ନାହିଁ। ଏଡିଜି ସଞ୍ଜୟ କୁମାର କହିଛନ୍ତି ଯେ କୋଷ୍ଟଗାର୍ଡ଼ ଏବଂ ନୌବାହିନୀ ସହ ଯୋଗାଯୋଗ ରକ୍ଷା କରାଯାଉଛି। ଇତିମଧ୍ୟରେ ସରକାର ସବୁ ଉପକୂଳ ଜିଲାର ଏସ୍ପିମାନଙ୍କୁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆରଆଇ ଏବଂ ବନ ଅଧିକାରୀଙ୍କୁ ମଧ୍ୟ ସତନ୍ତ୍ର ନିଯୁକ୍ତି ଦିଆଯାଇଛି। ସିଏଏ ଓଡ଼ିଶାରେ ଲାଗୁ କରିବାର ବେଳ ଆସିଛି। ତାହା ସହିତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ସତନ୍ତ୍ର ଟାସ୍କଫୋର୍ସ ଗଠନ ଜରୁରୀ ହୋଇପଡ଼ିଛି। ସଂସଦରେ ସିଏଏ ବିଲ୍ ଗୃହୀତ ହେବାପରେ ଚଳିତବର୍ଷ ଏହାକୁ ଆଇନଭାବେ ଲାଗୁ କରିଛନ୍ତି ମୋଦୀ ସରକାର। ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା କାରଣରୁ ମୋହନ ସରକାର କାଳବିଳମ୍ବ ନ କରି ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ହୋଇପଡ଼ିଛି।