ଖୋଲିଲା ବିଶ୍ୱର ସବୁଠୁ ଲମ୍ବା ଟନେଲ, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha2148131

ଖୋଲିଲା ବିଶ୍ୱର ସବୁଠୁ ଲମ୍ବା ଟନେଲ, ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

Worlds longest bi lane tunnel: ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍‌ 'ସେଲା ଟନେଲ' ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦଘାଟନ ପରେ ସର୍ବସାଧାରଣଙ୍କ ପାଇଁ ଟନେଲ୍ ଟି ଖୋଲିଛି ।

ଏହି ଟନେଲ୍ ଉଦଘାଟନ କରିବା ପରେ ପିଏମ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସମଗ୍ର ଉତ୍ତର-ପୂର୍ବରେ ବିକାଶ କାର୍ଯ୍ୟ ଚାରି ଗୁଣ ଦ୍ରୁତ ଗତିରେ ଚାଲିଛି। କେବଳ ଏହି ସ୍ଥାନ ନୁହେଁ ବରଂ ସମଗ୍ର ଦେଶ ବର୍ତ୍ତମାନ ବିକଶିତ ଦେଶ ଆଡକୁ ଗତୀ କରୁଛି । ଆପଣଙ୍କୁ କହିରଖୁଛୁ ଯେ, ସେଲା ଟନେଲଟି ସମୁଦ୍ର ପତନ ଠାରୁ ୧୩ ହଜାର ଫୁଟ ଉଚ୍ଚରେ ନିର୍ମାଣ ହୋଇଛି। ସୀମା ତାୱାଙ୍ଗକୁ ଏହି ଟନେଲ୍ ଟି ସଂଯୋଗ କରୁଛି । ଭାରତୀୟ ସେନାର ଯବାନଙ୍କ ପାଇଁ ଏହି ଟନେଲଟି ବେଶ୍ ସହାୟକ ହେବା ସହିତ ଅରୁଣାଚଳ ପ୍ରଦେଶର ଉଭୟ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବିକାଶ କରିବ । ଏହି ଟନେଲ୍ ମଧ୍ୟ ଦେଇ ହଜାର ହଜାର ସଂଖ୍ୟାରେ ଗାଡିମଟର ଯାତାୟତ କରିବ । ଏହି ଟନେଲଟି ନିର୍ମାଣ ପାଇଁ ସମୁଦାୟ ୮୨୫ କୋଟି ଟଙ୍କା ବ୍ୟୟ ହୋଇଛି । ପୂର୍ବରୁ ୨୦୧୯ ମସିହାରେ ଏହି ଟନେଲଟିର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ।

Also Read- Fire Case: ଜଳୁଛି ମଧ୍ୟପ୍ରଦେଶ ମନ୍ତ୍ରାଳୟ ଭବନ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି

Also Read- ପୁଣି ସକ୍ରିୟ ନକ୍ସଲ, ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା !