Agniveer Recruitment: ଅଗ୍ନିପଥ ଯୋଜନାରୁ ମୁହଁ ଫେରାଉଛନ୍ତି ଯୁବପିଢି! ଟ୍ରେନିଂ ଛାଡି ପଳାୟନ କରିଥିବା ସୈନିକଙ୍କ ଠାରୁ ଆଦାୟ ହେବ ଖର୍ଚ୍ଚ
Advertisement
Article Detail0/zeeodisha/odisha1773849

Agniveer Recruitment: ଅଗ୍ନିପଥ ଯୋଜନାରୁ ମୁହଁ ଫେରାଉଛନ୍ତି ଯୁବପିଢି! ଟ୍ରେନିଂ ଛାଡି ପଳାୟନ କରିଥିବା ସୈନିକଙ୍କ ଠାରୁ ଆଦାୟ ହେବ ଖର୍ଚ୍ଚ

Agniveer in  Indian Army: ଅଧାରୁ ଟ୍ରେନିଂ ଛାଡୁଥିବା ଅଗ୍ନିବୀରଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି ସେନା। ସେମାନଙ୍କ ଠାରୁ ସେମାନଙ୍କ ଠାରୁ ସେହି ଟଙ୍କା ଆଦାୟ କରିବାକୁ ଯୋଜନା କରୁଛି ସେନା. ଯାହା ସେମାନଙ୍କୁ ତାଲିମ ଦେବା ପାଇଁ ଖର୍ଚ୍ଚ ହୋଇଥିଲା।

 

Agniveer Recruitment: ଅଗ୍ନିପଥ ଯୋଜନାରୁ ମୁହଁ ଫେରାଉଛନ୍ତି ଯୁବପିଢି! ଟ୍ରେନିଂ ଛାଡି ପଳାୟନ କରିଥିବା ସୈନିକଙ୍କ ଠାରୁ ଆଦାୟ ହେବ ଖର୍ଚ୍ଚ

Agnipath Scheme: ଅଗ୍ନିପଥ ଯୋଜନା ଅଧୀନରେ ଆଗାମୀ ମାସରେ ପ୍ରଥମ ବ୍ୟାଚ ଭାରତୀୟ ସେନାରେ ଯୋଗଦେବ। ଗୋଟିଏ ପଟେ ପ୍ରଥମ ବ୍ୟାଚ୍ ଟ୍ରେନିଂ ଶେଷ ହୋଇସାରିଛି। ଅନ୍ୟପଟେ ଦ୍ୱିତୀୟ ବ୍ୟାଚ୍ ଟ୍ରେନିଂ ଆରମ୍ଭ ହେବାକୁ ଯାଉଛି। ଯଦିଓ ଅନେକ ଯୁବପିଢି ସେମାନଙ୍କୁ ପ୍ରଦାନ କରାଯାଉଥିବା ସୈନ୍ୟ ତାଲିମ ମଝିରୁ ଛାଡି ଚାଲିଯାଇଛନ୍ତି। ଟ୍ରେନିଂ ଛାଡିବା ପଛରେ ସେମାନେ ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି। ବର୍ତ୍ତମାନ ତାଲିମ ଛାଡି ପଳାୟନ କରିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ସେମାନଙ୍କୁ ତାଲିମ ଦେବା ପାଇଁ ହୋଇଥିବା ଖର୍ଚ୍ଚ ସେହି ଯୁବକଙ୍କ ଠାରୁ ଆଦାୟ କରିବାକୁ ଯାଉଛି। ଯେଉଁ ଅଗ୍ନିବୀର ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କ ତାଲିମ ଅଧାରୁ ଛାଡ଼ି ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ ଅଗ୍ନିପଥ ଯୋଜନା (Agnipath Scheme) ଅଧିନରେ ନିଯୁକ୍ତ ହୋଇଥିବା ସୈନିକଙ୍କ ପାଇଁ ଟ୍ରେନିଂ (Agniveer Training) ମଧ୍ୟଭାଗରେ ଛାଡିବାକୁ ନେଇ ବର୍ତ୍ତମାନ କୌଣସି ନିୟମ ନାହିଁ। ହେଲେ ବର୍ତ୍ତମାନ ଏହାକୁ ରୋକିବା ପାଇଁ ସରକାର ନିୟମ ଆଣିବାକୁ ଯୋଜନା କରୁଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜଣେ ସୈନିକ କହିଛନ୍ତି ଯେ ପ୍ରଥମ ଅଗ୍ନିବୀର ବ୍ୟାଚ୍ ଟ୍ରେନିଂ (Agniveer First Batch Training) ସମୟରେ ୫୦ ଜଣରୁ ଅଧିକ ଯୁବକ ଅଧାରୁ ତାଲିମ ଛାଡି ଦେଇଛନ୍ତି। ଦ୍ୱିତୀୟ ବ୍ୟାଚ୍‌ ଅଗ୍ନିବୀର ଟ୍ରେନିଂ (Agniveer Second Batch Training) ସମୟରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ଯେଉଁମାନେ ଟ୍ରେନିଂ ଛାଡି ପଳାୟନ କରିଛନ୍ତି ସେମାନଙ୍କ ଠାରୁ ସେହି ଟଙ୍କା ଆଦାୟ କରାଯିବ। ଯାହା ସେମାନଙ୍କୁ ତାଲିମ ଦେବା ପାଇଁ ଖର୍ଚ୍ଚ ହୋଇଥିଲା। ଯାହାଫଳରେ ଅଗ୍ନିବୀର ଟ୍ରେନିଂ (Agniveer Training) ସମୟରେ କେବଳ ସେହି ଯୁବକଙ୍କ ଉପରେ ଗୁରୁତ୍ୱ ଦିଆଯିବା ଯେଉଁମାନେ ସେନାରେ (Agniveer in Indian Army) ଯୋଗଦେବା ଉପରେ ଗମ୍ଭୀରତାର ବିଚାର କରୁଛନ୍ତି।

ଅଗ୍ନିବୀର ଟ୍ରେନିଂ ଛାଡି କାହିଁକି ପଳାୟନ କରୁଛନ୍ତି ଯୁବକ  
ସେନା ଅଧିକାରୀଙ୍କ କହିବା ଅନୁସାରେ ଅଧାରୁ ଅଗ୍ନିବୀର ଟ୍ରେନିଂ ଛାଡିଥିବା ଯୁବକ ବିଭିନ୍ନ କାରଣ ଦର୍ଶାଇଛନ୍ତି। କେତେକ ଯୁବକ ୩୦ ଦିନ କିମ୍ବା ଏହା ଠାରୁ ଅଧିକ ସମୟ ମେଡିକାଲ ଛୁଟିରେ (Medical Leave) ରହିଥିବାରୁ ସେମାନଙ୍କୁ ସେନାର ବାହାର କରି ଦିଆଯାଇଥିଲା। କାରଣ ସେନାବାହିନୀରେ ଏକ ନିୟମ ରହିଛି। ଯଦି କେହି ପ୍ରଶିକ୍ଷଣ ସମୟରେ ୩୦ ଦିନରୁ ଅଧିକ ସମୟ ଧରି ଅନୁପସ୍ଥିତ ରୁହନ୍ତି, ତାହେଲେ ତାଙ୍କୁ ସେନାରୁ ବାହାର କରିଦିଆଯାଏ। ଏହା ସହିତ, କିଛି ଯୁବକ ଏକ ଉତ୍ତମ ସୁଯୋଗ ପାଇବାର କାରଣ ଦର୍ଶାଇ ତାଲିମ ଛାଡିଥିଲେ।

ସେନାରେ ସାମିଲ ହୋଇଥିଲେ ୧୯ ହଜାରରୁ ଅଧିକ ଅଗ୍ନିବୀର
ଚଳିତ ବର୍ଷ ଜାନୁଆରୀ ୧ ତାରିଖରେ, ପ୍ରଥମ ବ୍ୟାଚ୍ ଟ୍ରେନିଂ ପରେ ୧୯ ହଜାରରୁ ଅଧିକ ଅଗ୍ନିବୀରଙ୍କୁ ସେନାରେ ସାମିଲ କରାଯାଇଥିଲା। ଦେଶର ବିଭିନ୍ନ ଭାଗରେ ଅବସ୍ଥିତ ୪୦ ପ୍ରଶିକ୍ଷଣ କେନ୍ଦ୍ରରେ (Training Centre of Indian Army) ସେମାନଙ୍କୁ ତାଲିମ ଦିଆଯାଇଥିଲା। ସେମାନଙ୍କୁ ୬ ମାସର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଯେଉଁଥିରେ ମୌଳିକ ଏବଂ ଉନ୍ନତ ସାମରିକ ପ୍ରଶିକ୍ଷଣ ଅନ୍ତର୍ଭୂକ୍ତ ରହିଥିଲା।