Zero Electricity ଖରାଦିନେ ଅଧିକ ବିଲ ଆସୁଛି କି ? ଆପଣାନ୍ତୁ ଏହି ଉପାୟ, ଦିନରାତି ଏସି ଚଲାଇଲେ ମଧ୍ୟ ବିଦ୍ୟୁତ ବିଲ୍ ଆସିବ zero !
Advertisement
Article Detail0/zeeodisha/odisha1698112

Zero Electricity ଖରାଦିନେ ଅଧିକ ବିଲ ଆସୁଛି କି ? ଆପଣାନ୍ତୁ ଏହି ଉପାୟ, ଦିନରାତି ଏସି ଚଲାଇଲେ ମଧ୍ୟ ବିଦ୍ୟୁତ ବିଲ୍ ଆସିବ zero !

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ଘରେ ବିଦ୍ୟୁତ ସଂଯୋଗ ରହିଛି । ବିଜୁଳି ବିଲ୍ (Electricity Bill) ସର୍ବଦା ମାସିକ ଖର୍ଚ୍ଚର ଏକ ବଡ଼ ଅଂଶ ହୋଇଥାଏ । ଏହି ଖର୍ଚ୍ଚକୁ କମ୍ କରିବା ପାଇଁ ଆମେ ବିଜୁଳି ବ୍ୟବହାରକୁ ହ୍ରାସ କରିବାକୁ ଚେଷ୍ଟା କରିଥାଉ । କିନ୍ତୁ ସମୟର ଅଭାବ ଯୋଗୁଁ ଅନେକ ଥର ଆମେ ଏପରି ଜିନିଷ ପ୍ରତି ଧ୍ୟାନ ଦେବା

Zero Electricity ଖରାଦିନେ ଅଧିକ ବିଲ ଆସୁଛି କି ? ଆପଣାନ୍ତୁ ଏହି ଉପାୟ, ଦିନରାତି ଏସି ଚଲାଇଲେ ମଧ୍ୟ ବିଦ୍ୟୁତ ବିଲ୍ ଆସିବ zero !

Zero Electricity: ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ଘରେ ବିଦ୍ୟୁତ ସଂଯୋଗ ରହିଛି । ବିଜୁଳି ବିଲ୍ (Electricity Bill) ସର୍ବଦା ମାସିକ ଖର୍ଚ୍ଚର ଏକ ବଡ଼ ଅଂଶ ହୋଇଥାଏ । ଏହି ଖର୍ଚ୍ଚକୁ କମ୍ କରିବା ପାଇଁ ଆମେ ବିଜୁଳି ବ୍ୟବହାରକୁ ହ୍ରାସ କରିବାକୁ ଚେଷ୍ଟା କରିଥାଉ । କିନ୍ତୁ ସମୟର ଅଭାବ ଯୋଗୁଁ ଅନେକ ଥର ଆମେ ଏପରି ଜିନିଷ ପ୍ରତି ଧ୍ୟାନ ଦେବା ସମ୍ଭବ ହୋଇନଥାଏ । ଆଜି ଆମେ ଆପଣଙ୍କୁ ବିଜୁଳି ବିଲ୍ ହ୍ରାସ କରିବାର ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହା ବିଷୟରେ ...ସାଧାରଣତଃ ଦେଖାଯାଏ ଯେ ଶୀତ ଋତୁରେ ବିଜୁଳି ବିଲ ଯଥେଷ୍ଟ ବଢ଼ି ଯାଇଥାଏ । ବିଦ୍ୟୁତ ବିଲରେ ବୃଦ୍ଧି ଅର୍ଥ ହେଉଛି ଆପଣଙ୍କ ବଜେଟ ବିଗିଡ଼ିବା । ଯଦି ଆପଣ ଅଧିକ ବିଦ୍ୟୁତ୍ ବିଲ୍ ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଆପଣଙ୍କୁ କେବଳ ଘରର କିଛି ଉପକରଣ ବଦଳାଇବାକୁ ପଡିବ।

MD Proelectra Power Sacer Electricity Saving Device ହେଉଛି ଏକ ଡିଭାଇସ। ଏହା ବହୁତ ଲୋକପ୍ରିୟ ଏବଂ ଲୋକମାନେ ଏହାକୁ ବହୁ ସଂଖ୍ୟାରେ ବ୍ୟବହାର କରୁଛନ୍ତି। ଯଦି ଆପଣ ନିଜ ଘରେ ଏସି କିମ୍ବା ଅନ୍ୟାନ୍ୟ ଉପକରଣ ବ୍ୟବହାର କରନ୍ତି, ତେବେ ଏହି ଡିଭାଇସ୍ ବ୍ୟବହାର କରି ଆପଣ ଆପଣଙ୍କର ବିଦ୍ୟୁତ୍ ବିଲ୍ ହ୍ରାସ କରିପାରିବେ। ଏହି ଉପକରଣର ଅନେକ ପ୍ରକାରର ଉପଲବ୍ଧ ଅଛି, ଯାହା ଆପଣଙ୍କର ଶକ୍ତି ବ୍ୟବହାର ଅନୁଯାୟୀ ପ୍ରସ୍ତୁତ।

Power Saver Electricity Saving Device Price in India 
MD Proelectra Power Saver Electricity Saving Deviceର ଦାମ ଭାରତରେ ୨୨୦୦ ଟଙ୍କା ରହିଛି। ଯଦିଓ ଏହା ଆମାଜନ ଅନଲାଇନ ମାର୍କେଟିଂ ସାଇଟରେ ଏହା ୭୯୯ ଟଙ୍କାରେ ଉପଲବ୍ଧ ହେଉଛି। ଏହି ଡିଭାଇଲରେ ୬୪ ପ୍ରତିଶତ ରିଆତି ରହିଛି। ଏହି କାରଣରୁ ଆପଣଙ୍କୁ ଏହା କେବଳ ୭୦୦ ଟଙ୍କାରେ ଉପଲବ୍ଧ ହୋଇଥାଏ। ଯାହା ଆପଣଙ୍କୁ ବିଦ୍ୟୁତ ବିଲ୍ ଚିନ୍ତାରୁ ମୁକ୍ତି ଦେଇଥାଏ। 

MD Proelectra Power Sacer Electricity Saving Device ଏକ କମ୍ପାକ୍ଟ ଡିଭାଇସ୍, ଯାହା ସହଜରେ ସଂସ୍ଥାପିତ ହୋଇପାରିବ। ଏହା ଘରର ଯେକୌଣସି ସକେଟରେ ଫିଟ୍ ହୋଇପାରିବ। ଏହା ପରେ, ଏହି ଉପକରଣ ଆପଣଙ୍କ ଶକ୍ତି ବ୍ୟବହାର କମାଇବା ଆରମ୍ଭ କରେ।

ଏହି ଡିଭାଇସ ଲଗାଇବା ସହିତ ଯଦି ଆପଣଙ୍କୁ କିଛିଟା ପଦକ୍ଷେପ ଗ୍ରହଣ କରିବାକୁ ହେବ। ଆପଣ ଘରେ ଯଦି ପୁରୁଣା ବଲ୍.ବ ବ୍ୟବହାର କରୁଛନ୍ତି, ତେବେ ସେଗୁଡ଼ିକୁ ଗୁଡବାୟ କୁହନ୍ତୁ। ଏହି ବଲ୍ବଗୁଡ଼ିକ ବିଜୁଳି ବିଲ୍ ଶୀଘ୍ର ବଢ଼ାଇଥାଏ । ସେଗୁଡ଼ିକରୁ ମୁକ୍ତି ପାଇ ଆପଣ ବିଦ୍ୟୁତ୍ ବ୍ୟବହାରକୁ ହ୍ରାସ କରିପାରିବେ । ଏହା ପରିବର୍ତ୍ତେ ଆପଣ ଘରେ ଏଲଇଡି ବଲ୍ବ ବ୍ୟବହାର କରିବା ଆରମ୍ଭ କରନ୍ତୁ । ବିଦ୍ୟୁତ୍ ଉପଯୋଗକୁ ହ୍ରାସ କରି ଏଲଇଡି ବଲ୍ବ ଆପଣଙ୍କୁ ଅଧିକ ବିଲରୁ ରକ୍ଷା କରିପାରିବ।

ସାଧାରଣତଃ ଲୋକମାନେ ଶୀତ ଦିନରେ ଗରମ ପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରିଥାଏ । ଶୀତ ଦିନରେ ହିଟରର ବ୍ୟବହାର ସାଧାରଣ ଅଧିକ ହୋଇଥାଏ । ଯଦି ଆପଣ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ହିଟର ବ୍ୟବହାର କରୁଛନ୍ତି, ତେବେ ତୁରନ୍ତ ଏହାକୁ ହଟାନ୍ତୁ । ଉଚ୍ଚ କ୍ଷମତା ସମ୍ପନ୍ନ ହିଟର ବହୁ ବିଦ୍ୟୁତ୍ ଖର୍ଚ୍ଚ କରିଥାଏ ଓ ଏହାର ପ୍ରତ୍ୟକ୍ଷ ପ୍ରଭାବ ବିଲରେ ଦେଖାଯାଏ ଥାଏ । ହିଟର ବଦଳରେ ବ୍ଲୋୟର ବ୍ୟବହାର କରିବା ଅଧିକ ଲାଭଦାୟକ ହେବ । ବ୍ଲୋଅର୍ ସୁରକ୍ଷିତ ହେବା ସହିତ କମ୍ ବିଜୁଳି ଖର୍ଚ୍ଚ କରେ।

Also Read: Odisha Matric Result 2023: ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

Also Read: DA Hike: ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର, ମଣ୍ଡି କର୍ମଚାରୀଙ୍କ ଦରମାରେ ଆଣିଲେ ପରିବର୍ତ୍ତନ