Ramdas Athawale Visit Odisha : ଓଡ଼ିଶା ଆସି ବିଜେପିର ପୋଲ୍ ଖୋଲିଦେଲେ କି ଅଠାଓ୍ୱାଲେ
Advertisement

Ramdas Athawale Visit Odisha : ଓଡ଼ିଶା ଆସି ବିଜେପିର ପୋଲ୍ ଖୋଲିଦେଲେ କି ଅଠାଓ୍ୱାଲେ

ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ନେଇ ଯେଉଁ ପ୍ରସ୍ତାବ ଦେବା ପରେ ରାଜ୍ୟର ପାଣିପାଗ ବେଶ ଉଷ୍ମ ହୋଇ ପଡ଼ିଛି। ସେପଟେ ରାଜନୈତିକ ସମୀକ୍ଷକମାନେ ଅଠାଓ୍ୱାଲେଙ୍କ ପ୍ରସ୍ତାବର ବିଭିନ୍ନ ଦିଗକୁ ନେଇ ଆଲୋଚନା କରୁଛନ୍ତି।

Ramdas Athawale Visit Odisha : ଓଡ଼ିଶା ଆସି ବିଜେପିର ପୋଲ୍ ଖୋଲିଦେଲେ କି ଅଠାଓ୍ୱାଲେ

Ramdas Athawale Visit Odisha : ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଢିବା ଅସମ୍ଭବ। ବିଜେଡ଼ି ବିନା ଓଡ଼ିଶାରେ ବିଜେପି କ୍ଷମତାକୁ ଫେରିବା ଏତେଟା ସହଜ ନୁହେଁ। ବିଜେପି ପାଇଁ ରାଜ୍ୟ ଦଖଲ ଏକ ପ୍ରକାର ଦିବା ସ୍ୱପ୍ନ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। କେନ୍ଦ୍ରରେ ବିଜେପି ସରକାର ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଏନଡିଏର ସହଯୋଗୀ ଦଳ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ନେତା ତଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତି କରଣ ମନ୍ତ୍ରୀ ରାମଦାସ ଅଠାୱାଲ ଓଡିଶା ଗସ୍ତରେ ଆସି ନିଜର ମତ ସାବ୍ୟସ୍ତ କରିବା ପରେ ଏଭଳି କିଛି ଚର୍ଚ୍ଚା ହେଉଛି। 

ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ନେଇ ଯେଉଁ ପ୍ରସ୍ତାବ ଦେବା ପରେ ରାଜ୍ୟର ପାଣିପାଗ ବେଶ ଉଷ୍ମ ହୋଇ ପଡ଼ିଛି। ସେପଟେ ରାଜନୈତିକ ସମୀକ୍ଷକମାନେ ଅଠାଓ୍ୱାଲେଙ୍କ ପ୍ରସ୍ତାବର ବିଭିନ୍ନ ଦିଗକୁ ନେଇ ଆଲୋଚନା କରୁଛନ୍ତି। ବିଶେଷ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ପାଇଁ ଅନୁରୋଧ କରିବା ଘଟଣା ପରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଆଗକୁ ଓଡିଶାରେ କ୍ଷମତାକୁ ଆସିବା ପାଇଁ ଆଶା ରଖି ବିଜେପି ତାର ରଣନୀତି ପ୍ରସ୍ତୁତ କରୁଥିଲା ବେଳେ ଦଳର ସହଯୋଗୀ ସଦସ୍ୟଙ୍କ ମତ ଭିନ୍ନ ମୋଡ ଆଣିଛି। 

ସିଧାସଳଖ ନ ହେଲେ ନବୀନଙ୍କୁ ଏଭଳି ପ୍ରସ୍ତାବ ଦେଇ କେନ୍ଦ୍ର ମନ୍ତ୍ରୀ ଅଠାୱାଲ ପରୋକ୍ଷରେ କହିଛନ୍ତି କି ଓଡିଶାରେ ବିଜେପି ଏକାକି କ୍ଷମତାକୁ ଆସିବା କାଠିକର ପାଠ। ଏଥିପାଇଁ ବିଜେଡିର ସହଯୋଗ ବିଜେପିକୁ ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ ବିଜେପିକୁ ଇଙ୍ଗିତରେ ସୂଚନା ଦେଇଛନ୍ତି । ଏହା ନ ହେଲେ ଓଡିଶାରେ କ୍ଷମତାକୁ ଆସିବା ବିଜେପି ପାଇଁ ସ୍ୱପ୍ନ ହୋଇଯିବ ବୋଲି ସେ ପରୋକ୍ଷରେ ଏକ ପ୍ରକାର ସୂଚାଇଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଆଲୋଚନା କରିଛନ୍ତି।

ରାଜ୍ୟ ରାଜନୀତିର ଇତିହାସ ପୃଷ୍ଠାକୁ ଲେଉଟାଇଲେ ୨୦୦୦ ମସିହାରେ ବିଜେଡ଼ି ଓ ବିଜେପି ରାଜ୍ୟରେ ମେଣ୍ଟ ସରକାର ଗଢିଥିଲେ। ଏହି ମେଣ୍ଟ ସରକାର ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ଶାସନ ଚଳାଇଥିଲେ। ପରେ ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିବା ପରେ ବିଜେପି ଆଉ କ୍ଷମତାକୁ ଆସିପାରୁ ନାହିଁ । ୨୦୦୯ ମସିହା ପରଠାରୁ ବିଜେଡ଼ି ଏକାକୀ ରାଜ୍ୟରେ ଶାସନ କରି ଆସୁଛି। ଏହା ମଧ୍ୟରେ କ୍ଷମତାକୁ ଫେରିବା ପାଇଁ ବହୁ ପ୍ରୟାସ କରିଛି ବିଜେପି। କିନ୍ତୁ କେବଳ ବିଫଳତାର ସ୍ୱାଦ ଚାଖିଛି। ନବୀନଙ୍କ ଭାବମୂର୍ତ୍ତି ଓ ତାଙ୍କ ପ୍ରତି ଥିବା ଲୋକଙ୍କ ସମର୍ଥନ ଆଗରେ ବିଜେପିର ସବୁ ଷ୍ଟ୍ରାଟେଜି ଫେଲ ମାରିଛି। ଓଡିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଲୋକପ୍ରିୟ ହୋଇ ପାରିଛନ୍ତି ଓ ଓଡିଶା ପାଇଁ ଭଲ କାମ କରୁଥିବାରୁ ଲୋକେ ତାଙ୍କ ଉପରେ ଆସ୍ଥା ଓ ଭରଷା ରଖିଛନ୍ତି । ଏ କଥା ମଧ୍ୟ କେନ୍ଦ୍ର ମନ୍ତ୍ରୀ ନିଜେ ସୂଚାଇଛନ୍ତି । ବିଜେପିର ସହଯୋଗୀ ଦଳ ହୋଇ ଏଭଳି ଭାବେ ମନ୍ତବ୍ୟ ଦେବା ବେଶ ଗୁରୁତ୍ୱ ବହନ କରୁଛି । କେନ୍ଦ୍ରରେ ସେ ମନ୍ତ୍ରୀ ଥିବାରୁ ବିଜେପିର କାର୍ଯ୍ୟଧାରା ଓ କେନ୍ଦ୍ର ନେତା ମାନଙ୍କ ଚିନ୍ତାଧାରାକୁ ବେଶ ଭଲ ଭାବରେ ଏକ ରାଜନୈତିକ ଦଳର ନେତା ଭାବେ ପରଖି ଥିଲେ । ବିଜେପିର କେନ୍ଦ୍ର ନେତା ମାନଙ୍କ ନବୀନଙ୍କ ପ୍ରତି ମନୋଭାବକୁ ସେ ପରଖି ନ ଥିଲେ ହୁଏତ ଏଭଳି ପ୍ରସ୍ତାବ ଦେଇନଥାନ୍ତେ ବୋଲି ଅନେକ ମତ ରଖିଛନ୍ତି । ଏ କଥା ବି କୁହାଯାଉଛି ବିଜେପି କେନ୍ଦ୍ର ନେତା ମାନେ କଣ ଚାହିଁଛନ୍ତି ତାହା ସେ ପରୋକ୍ଷରେ ସୂଚାଇଛନ୍ତି । 

ସେପଟେ ବିଜେପି ଟାର୍ଗେଟରେ ଓଡ଼ିଶା ରହିଥିବା ନେଇ ଅଠାଓ୍ୱାଲେ ପରୋକ୍ଷରେ ସଂକେତ ଦେଇଛନ୍ତି। ଆଗାମୀ ନିର୍ବାଚନରେ କିପରି ଓଡିଶାକୁ ଦଖଲ କରିବ ସେଥିପାଇଁ ଅନେକ କାର୍ଯ୍ୟକ୍ରମ ମଧ୍ୟ ବିଜେପି ହାତକୁ ନେଇଛି । ଓଡିଶା ପାଇଁ ବିଭିନ୍ନ ଯୋଜନା ମଧ୍ୟ କରାଯାଉଛି । ଓଡିଶାର ଧର୍ମେନ୍ଦ୍ର ପ୍ରଧାନ , ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ତିନି ଜଣଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି । ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ।
ଏହା ସତ୍ତ୍ୱେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲ ନବୀନଙ୍କୁ ଏନଡିଏରେ ସାମିଲ ହେବା ପାଇଁ ପ୍ରସ୍ତାବ ଦେବା ଫଳରେ ବିଜେପି ଏଠାରେ ଏକାଠି ଜିତିପାରିବ ନାହିଁ ଏକ ପ୍ରକାର ସେ ସୂଚାଇ ଦେଇଛନ୍ତି। ମୋଦି ଓ ଶାହାଙ୍କ ମନୋଭାବ ଜାଣି ନ ଥିଲେ ହୁଏତ ସେ ଏଭଳି ପ୍ରସ୍ତାବ ଦେଇ ନ ଥାନ୍ତେ ବୋଲି ରାଜନୈତିକ ସମୀକ୍ଷକମାନେ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ବିଜେଡି ସହ ମେଣ୍ଟ କରି ବିଜେପି ପୁଣି କ୍ଷମତାକୁ ଆସିବାକୁ ଚାହୁଁଥିବା ନେଇ କେନ୍ଦ୍ରିୟ ନେତା ମାନଙ୍କ ଯୋଜନା ଥିବା ଅଠାଓ୍ୱାଲେଙ୍କ ମତରୁ ଏକ ପ୍ରକାର ସ୍ପଷ୍ଟ।

ଅଧିକ ପଢନ୍ତୁ: ଏହି ୧୭ଟି ବ୍ୟାଙ୍କର ଗ୍ରାହକଙ୍କୁ ମିଳିବ ୫-୫ ଲକ୍ଷ ଟଙ୍କା