After Manipur 2 Women Beaten, Stripped Half-Naked In West Bengal’s Malda । ବିଜେପି ତରଫରୁ ଶନିବାର ଦିନ ଦାବି କରାଯାଇଛି କି ମଣିପୁର ଭଳି ପଶ୍ଚିମବଙ୍ଗରେ ମଧ୍ୟ ୨ ଜଣ ଆଦିବାସୀ ମହିଳାଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ ମରାଯାଇଛି । ଏହି ଘଟଣା ମାଲଦା ଜିଲ୍ଲାରେ ବୋଲି ବିଜେପି ଦାବି କରିଛି । ଚଳିତ ସପ୍ତାହ ପ୍ରାରମ୍ଭରେ କିଛି ଲୋକ ଦୁଇଜଣ ଆଦିବାସୀ ମହିଳାଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ ମାରୁଥିବାର ଭିଡିଓ ମଧ୍ୟ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବିୟ ଟ୍ୱିଟ କରିଛନ୍ତି । ଏହି ଭିଡିଓରେ କିଛି ଲୋକ ଏକତ୍ରୀତ ହୋଇ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରିବା ସହ ଅମାନବୀୟ ଭାବେ ମାଡ ମାରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି।