Maharashtra: ଭାଇରାଲ ଭିଡିଓରେ ଏହା ଦେଖି ପାରିବେ ଯେ ୬ ରୁ ଅଧିକ ଛାତ୍ରଛାତ୍ରୀ ପାଣି ଓ କାଦୁଅରେ ଶୋଇଛନ୍ତି । ସମସ୍ତଙ୍କୁ ମଇଳା ପାଣିରେ ଶୋଇବାକୁ ବାଧ୍ୟ କରାଯାଇଛି । ଜଣେ ସିନିୟର ତାଙ୍କ ଜୁନିୟର NCC ପିଲାମାନଙ୍କୁ ଅତି ନିର୍ମମ ଭାବରେ ବାଡି ବାଡାଉଛି । ଭିଡିଓ କ୍ଲିପ୍ରେ ଭୟଭୀତ ଛାତ୍ରମାନେ କାନ୍ଦୁଥିବା ଓ ଛାଡ଼ିଦେବାକୁ ନିବେଦନ କରୁଥିବା ଦେଖାଯାଉଛି, କିନ୍ତୁ ମାଡ ବନ୍ଦ ହେଉନାହିଁ । ଏହି ଭିଡିଓ କ୍ଲିପ୍ ଅନ୍ୟ ଜଣେ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜଣାପଡିଛି । କହି ରଖୁଛୁ ଯେ ଏହି ଘଟଣାଟି ମହାରାଷ୍ଟ୍ରର ଥାଣେର ବିଦ୍ୟା ପ୍ରସାରକ ମଣ୍ଡଳ କଲେଜର (Vidya Prasarak Mandal College) ଅଟେ । ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.