Cyclone Dana: ପୁରୀରୁ ବାଲେଶ୍ଵର ମଧ୍ୟରେ ବାତ୍ଯା ଲ୍ଯାଣ୍ଡଫଲ କରିବାର ଆଶଙ୍କା, ତଳିଆ ଅଞ୍ଚଳ ପାଇଁ ଆଲର୍ଟ ଜାରି...
Advertisement
Article Detail0/zeeodisha/odisha2481904

Cyclone Dana: ପୁରୀରୁ ବାଲେଶ୍ଵର ମଧ୍ୟରେ ବାତ୍ଯା ଲ୍ଯାଣ୍ଡଫଲ କରିବାର ଆଶଙ୍କା, ତଳିଆ ଅଞ୍ଚଳ ପାଇଁ ଆଲର୍ଟ ଜାରି...

Cyclone Dana: ଫିସରୀ ଅଫିସର ,ମେରାଇନ୍ ଅଫିସରଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ୧୭୯ ଟି ସାଇକ୍ଲୋନିକ ସେଣ୍ଟର୍ କୁ ପ୍ରସ୍ତୁତ ରଖାଯାଇଛି ।ଏଥିସହିତ ୩୬୨ଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିଛି। ସମସ୍ତ ତଳିଆ ଅଞ୍ଚଳର ଲୋକଙ୍କୁ ଚିହ୍ନଟ କରାଯାଇଛି ।ଯଥାସମ୍ଭବ ଶୁଖିଲା ଖାଦ୍ୟ ପ୍ରସ୍ତୁତ ଅଛି। ଶେଷରେ ଉପକୂଳର ୬ଟି ବ୍ଲକ କୁ ଅଧିକ ଆଲର୍ଟ କରାଯାଇଛି।

Cyclone Dana: ପୁରୀରୁ ବାଲେଶ୍ଵର ମଧ୍ୟରେ ବାତ୍ଯା ଲ୍ଯାଣ୍ଡଫଲ କରିବାର ଆଶଙ୍କା, ତଳିଆ ଅଞ୍ଚଳ ପାଇଁ ଆଲର୍ଟ ଜାରି...

Cyclone Dana: ପୁରୀରୁ ବାଲେଶ୍ଵର ମଧ୍ୟରେ ବାତ୍ଯା ଲ୍ଯାଣ୍ଡଫଲ କରିବାର ଆଶଙ୍କା ରହିଛି। ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ଜିଲ୍ଲା ପ୍ରଶାସନ। ଫିଲ୍ଡ ଅଫିସରମାନଙ୍କୁ ବିଶେଷକରି ପ୍ରସ୍ତୁତ ରଖାଯାଇଛି। ସମସ୍ତ ବିଡ଼ିଓ, ଲାଇନ୍ ଡିପାଟମେଣ୍ଟ ଆଦିଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।ଯେଉଁମାନେ ମାଛ ମାରିବାକୁ ଭିତରକୁ ଯାଇଛନ୍ତି ସେମାନଙ୍କୁ ଖୁବ୍ ଶୀଘ୍ର ଫେରି ଆସିବାକୁ ନିର୍ଦ୍ଦେଶ ରହିଛି। ଫିସରୀ ଅଫିସର ,ମେରାଇନ୍ ଅଫିସରଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ୧୭୯ ଟି ସାଇକ୍ଲୋନିକ ସେଣ୍ଟର୍ କୁ ପ୍ରସ୍ତୁତ ରଖାଯାଇଛି ।ଏଥିସହିତ ୩୬୨ଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିଛି। ସମସ୍ତ ତଳିଆ ଅଞ୍ଚଳର ଲୋକଙ୍କୁ ଚିହ୍ନଟ କରାଯାଇଛି ।ଯଥାସମ୍ଭବ ଶୁଖିଲା ଖାଦ୍ୟ ପ୍ରସ୍ତୁତ ଅଛି। ଶେଷରେ ଉପକୂଳର ୬ଟି ବ୍ଲକ କୁ ଅଧିକ ଆଲର୍ଟ କରାଯାଇଛି।

ବିଶେଷକରି ଏହିସବୁ ବ୍ଲକରେ ଥିବା ଲୋ ଲାଇନ୍ ଏରିଆର ଲୋକଙ୍କୁ ଚିହ୍ନଟ କରାଯାଇଛି। ରବି ଫସଲର ସମୟ ହୋଇଥିବାରୁ ବିଶେଷକରି ରବି ଫସଲ କରିବାକୁ ଚାହୁଁଥିବା ଚାଷୀ ମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ଜିଲ୍ଲା କୃଷି ଅଧିକାରୀ ମାଧ୍ୟମରେ ପରାମର୍ଶ ଦିଆଯାଇଛି। ସେପଟେ ବାତ୍ୟା ସମୟରେ ବିଭିନ୍ନ ଖାଉଟି ସାମଗ୍ରୀ ତଥା ପରିବା ପତ୍ରର କଳାବଜାର ରୋକିବାକୁ ବାରମ୍ବାର ସ୍ଥିତି ମଧ୍ୟ ସମୀକ୍ଷା କରାଯାଉଛି। ସେହିଭଳି ପରିସ୍ଥିତି ଆସିଲେ ତାକୁ ନିୟନ୍ତ୍ରିତ କରିବାକୁ ସମସ୍ତ ପ୍ରସ୍ତୁତି ରହିଛି। ସେହିଭଳି ଟୁରିଷ୍ଟ ଅଫିସର ମାନଙ୍କ ମାଧ୍ୟମରେ ଯେତେ କମ୍ ସଂଖ୍ୟକ ପର୍ଯ୍ୟଟକ ଏଭଳି ସମୟରେ ଆସିବେ ସେନେଇ ସୂଚନା ତଥା ପରାମର୍ଶ ଦିଆଯାଇଛି। ଅନ୍ୟପଟରେ ଯେଉଁ ପର୍ଯ୍ୟଟକମାନେ ଆସି ସାରିଛନ୍ତି ସେମାନେ କିଭଳି ସୁରକ୍ଷିତ ରହିବେ,ତାର ବ୍ୟବସ୍ଥା କରାଯାଇଛି। ସେପଟେ ୯୦୦ ମିଟର ପରିବ୍ୟାପ୍ତ ବ୍ଲୁ ଫ୍ଲାଗ ବିଚରେ ସ୍ନାନ କରିବା ଉପରେ ଆଲର୍ଟ ଜାରି କରାଯାଇଛି। ଆଜି ଠାରୁ କେହି ଏହି ଅଞ୍ଚଳରେ ସ୍ନାନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।ସେପଟେ ମହାମହୀମ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶାସନ ପ୍ରସ୍ତୁତ ଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ସେପଟେ ବାତ୍ଯା ପୁରୀରେ ଲ୍ଯାଣ୍ଡଫଲ କରିବାର ଆଶଙ୍କା ଥିବାରୁ କେତେକ ସ୍ଥାନରେ ଆଲର୍ଟ ଜାରୀ କରାଯାଇଛି। ବ୍ଲୁଫ୍ଲାଗ ବିଚରେ ଗାଧୋଇବା ଉପରେ କଟକଣା ଲଗାଯାଇଛି। ଖାସକରି ଅନେକ ପର୍ଯ୍ଯଟକ ସମୁଦ୍ରରେ ସ୍ନାନ କରିବାକୁ ପୁରୀ ଆସିଥାନ୍ତି। ମାତ୍ର ସ୍ନାନ କରିବା ଉପରେ କଟକଣା ଲାଗିବା ଯୋଗୁଁ ଶହଶହ ପର୍ଯ୍ଯଟକ ନିରାଶ ହୋଇଛନ୍ତି। ସେପଟେ ସମୁଦ୍ରକୂଳରେ ନାଲି ପତାକା ପୋତାଯିବା ସହ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ ରହିଛି ।ଲାଇଫ ଗାର୍ଡ ମାନେ ପ୍ରସ୍ତୁତ ରହିବା ସହ ହୁଟର ମାଧ୍ୟମରେ ପର୍ଯ୍ୟଟକଙ୍କୁ ସତର୍କ କରାଉଛନ୍ତି।