Weather Update: ଦେଶର ମୌମୁମୀର ଆଗମନ ପରେ ବି କିଛି ସ୍ଥାନରେ ଗୁଳୁଗୁଳି ଓ ଅସହ୍ୟ ଗରମ ଅନୁଭୂତ ହେଉଛି। ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକ ନିଖୋଜ ଅଛନ୍ତି।
Trending Photos
Weather Update: ଦେଶର ମୌମୁମୀର ଆଗମନ ପରେ ବି କିଛି ସ୍ଥାନରେ ଗୁଳୁଗୁଳି ଓ ଅସହ୍ୟ ଗରମ ଅନୁଭୂତ ହେଉଛି। ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକ ନିଖୋଜ ଅଛନ୍ତି। ଅନେକ ଘର ଧୋଇ ହୋଇଯାଇଛି । କେରଳର ୱାୟାନାଡରେ ଭୂସ୍ଖଳନ ହେତୁ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଉତ୍ତରାଖଣ୍ଡରେ ବି ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେତୁ ଏଠାରେ ମଧ୍ୟ ୧୨ ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକ କ୍ଷୟକ୍ଷତି ହୋଇଛି। ଭାରତୀୟ ପାଣିପାଗ କେନ୍ଦ୍ରର ତାଜା ସୂଚାନ ଅନୁସାରେ, ଆଜି ଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦିଲ୍ଲୀ-ୟୁପିରୁ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ତ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଇଏମଡି ପୂର୍ବାନୁମାନ କରିଛି।
ସେହିପରି, ଆସନ୍ତା ୫ ଦିନ ମଧ୍ୟରେ ପଶ୍ଚିମବଙ୍ଗ ଓ ଓଡି଼ଶାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି। ସେହିପରି, ଶୁକ୍ରବାର ଦିନ ଗୋଆରେ ଘଣ୍ଟା ପ୍ରତି୫୫ କିଲୋମିଟର ବେଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବାର ପୂର୍ବାନୁମାନ କରିଛି ବିଭାଗ । ଏନେଇ ଗୋଆର କିଛି ଅଞ୍ଚଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେପଟେ, ୧ ରୁ ୫ ତାରିଖ ଯାଏଁ ଶିମଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ-ହି କାରଣରୁ ସମସ୍ତ ସ୍କୁଲ୍, କଲେଜ ଓ ଶିକ୍ଷାନୁଷ୍ଠାନକୁ ଆଜି ଛୁଟି ଘୋଷଣା କରାଯାଇଛି।
ଭାରତ ପାଣିପାଗ ବିଭାଗ (ଆଇଏମଡି) ସୂଚନା ମୁତାବକ, ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଆକାଶ ମେଘୁଆ ରହିବା ସହ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ଦିଲ୍ଲୀ ଏବଂ ଏହାର ଆଖପାଖ ରାଜ୍ୟଗୁଡିକର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ କହିଛି। ସେପଟେ, ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜଧାନୀ ଲକ୍ଷ୍ନୌ ସମେତ ସମଗ୍ର ଉତ୍ତରପ୍ରଦେଶରେ ମୌସୁମୀ ସକ୍ରିୟ ହୋଇପାରିଛି। ଶୁକ୍ରବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଓ ବିହାର ଉପରେ ଏକ ସାଇକ୍ଲୋନିକ୍ ସଞ୍ଚାରଣ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବ ହେତୁ ଆସନ୍ତା ତିନି ଦିନ ମଧ୍ୟରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ଏବଂ ପ୍ରବଳ ବର୍ଷା ହେତୁ ଚେତାବନୀ ଦିଆଯାଇଛି।