Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏହିସବୁ ବିଜୁଳି ଘଡ଼଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2384530

Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏହିସବୁ ବିଜୁଳି ଘଡ଼଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ।  ଆଉ ଏକ ଘୂର୍ଣ୍ଣିବଳୟ  ବାଂଲାଦେଶ  ଓ ପାଶ୍ବବର୍ତ୍ତୀ ଅଞ୍ଚଳ ଦେଇ ଗତି କରୁଛି।  ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି।  

Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏହିସବୁ ବିଜୁଳି ଘଡ଼଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ। ବର୍ତ୍ତମାନ ରାଜ୍ୟ ଉପରେ ଘୂର୍ଣ୍ଣିବଳୟ ସହ ମୌମୁମୀ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି।  ମୌମୁମୀ ଟ୍ରପ୍ ଲାଇନ୍ ଦିଘା ଦେଇ  ଗତିକରୁଥିବା ବେଳେ  ଆଉ ଏକ ଟ୍ରପ୍ ଲାଇନ୍  ଉତ୍ତର ପୂର୍ବ-ରାଜସ୍ଥାନ ଠାରୁ  ପଶ୍ଚିମବଙ୍ଗ ପର୍ଯ୍ୟନ୍ତ  ରହିଛି।  ସେହିପରି, ଆଉ ଏକ ଘୂର୍ଣ୍ଣିବଳୟ  ବାଂଲାଦେଶ  ଓ ପାଶ୍ବବର୍ତ୍ତୀ ଅଞ୍ଚଳ ଦେଇ ଗତି କରୁଛି।  ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି।  ମଙ୍ଗଳବାର  ବାଲେଶ୍ବରରେ ସର୍ବାଧିକ ବର୍ଷା ୬୦ ମିମି ରେକର୍ଡ଼ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 

 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ନୂତନ ନିଯୁକ୍ତି ନେଇ ମିଳିପାରେ ଖୁସି ଖବର!

ଉପରୋକ୍ତ ପାଣିପାଗ ନିୟାମକ ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି  କରାଯାଇଛି। ୧୭ ତାରିଖ ଯାଏଁ  କିଛି ସ୍ଥାନରେ ପ୍ରବଳ ବର୍ଷା ଅର୍ଥାତ୍ ୭ରୁ ୧୧ ସେମି ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି। ଆଜି ଅର୍ଥାତ୍ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ  ୟେଲୋ ଆଲର୍ଟ ଜାରି କରାଯାଇଛି।   ସେହି ଜିଲ୍ଲା ଗୁଡିକ ହେଲା,  ବାଲେଶ୍ବର, ମୟୂରଭଂଜ, ଭଦ୍ରକ,  କେନ୍ଦୁଝର, ଯାଜପୁର , କେନ୍ଦ୍ରାପଡା, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ୧୫ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ବାଲେଶ୍ବର, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।  ଚଳିତ ମୌମୁମୀ ସିଜିନ୍ ରେ ରାଜ୍ୟରେ ଜୁନ୍ ୧ରୁ ଏପର୍ଯ୍ୟନ୍ତ ୬୩୮.୨ ମିମି ବର୍ଷା ରେକର୍ଡ଼ ହୋଇଛି।