Heat wave: ପାଣିପାଗ ବିଭାଗ ଦେଲା ଚେତାବନୀ, ରାଜ୍ୟରେ ଏଥର ତାତି ବଢାଇବ ଚିନ୍ତା
Advertisement
Article Detail0/zeeodisha/odisha2136903

Heat wave: ପାଣିପାଗ ବିଭାଗ ଦେଲା ଚେତାବନୀ, ରାଜ୍ୟରେ ଏଥର ତାତି ବଢାଇବ ଚିନ୍ତା

Heat Wave in Odisha: ଫେବୃଆରୀ ମାସରୁ ରାଜ୍ୟରୁ ଶୀତ ଗାଏବ ହୋଇଥିବା ବେଳେ ତାତି ବଢିଛି।  ମାର୍ଚ୍ଚ ମାସରେ ଓଡି଼ଶାର କିଛି ଅଞ୍ଚଳ ରେ ହିଟ୍ଓ୍ବେଭ୍  ପରିସ୍ଥିତି ସୃଷ୍ଟି ହେବ। ଦିନରେ ସର୍ବୋର୍ଚ୍ଚ ତାପମାତ୍ରା ସ୍ବାଭାବିକ୍ ଠାରୁ  ୩ରୁ ୪ ଡିଗ୍ରୀ ଅଧିକ ରହିବ।  ଦକ୍ଷିଣ  ଓ ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଉପକୂଳ ଓଡି଼ଶାରେ ଅଧିକ ଦିନ ହିଟ୍ ଓ୍ବେବ ସ୍ଥିତି ରହିବା 

Heat wave: ପାଣିପାଗ ବିଭାଗ ଦେଲା ଚେତାବନୀ, ରାଜ୍ୟରେ ଏଥର ତାତି ବଢାଇବ ଚିନ୍ତା

Heat Wave in Odisha: ଫେବୃଆରୀ ମାସରୁ ରାଜ୍ୟରୁ ଶୀତ ଗାଏବ ହୋଇଥିବା ବେଳେ ତାତି ବଢିଛି।  ମାର୍ଚ୍ଚ ମାସରେ ଓଡି଼ଶାର କିଛି ଅଞ୍ଚଳ ରେ ହିଟ୍ଓ୍ବେଭ୍  ପରିସ୍ଥିତି ସୃଷ୍ଟି ହେବ। ଦିନରେ ସର୍ବୋର୍ଚ୍ଚ ତାପମାତ୍ରା ସ୍ବାଭାବିକ୍ ଠାରୁ  ୩ରୁ ୪ ଡିଗ୍ରୀ ଅଧିକ ରହିବ।  ଦକ୍ଷିଣ  ଓ ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଉପକୂଳ ଓଡି଼ଶାରେ ଅଧିକ ଦିନ ହିଟ୍ ଓ୍ବେବ ସ୍ଥିତି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟର ଭୁବନେଶ୍ବର, ମାଲକାନଗିରି, ବଲାଙ୍ଗୀର, ଟିଟିଲାଗଡ, ଅନୁଗୁଳ, ତାଳଚେର,ପରି ସହର ତତଲା କଡେଇରେ ଭାଜି ହେବ। ସବୁ ସହରର ତାପମାତ୍ରା ୩୮ ଡିଗ୍ରୀ ଉପକୁ ଯାଇଥିବା ବେଳେ କେତେକ ସ୍ଥାନରେ ତପମାତ୍ରା ୪୨ ଡିଗ୍ରୀବି ଛୁଇଁବାର ସମ୍ଭାବନା ରହିଛି। 

ALSO READ: Weather Update: ବଦଳିବ ରାଜ୍ୟର ପାଣିପାଗ, ପଶ୍ଚିମାଝଡ଼ ପ୍ରଭାବରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

କେବଳ ଓଡିଶା ନୁହେଁ, ଦେଶର ଅଧିକାଂଶ ଅଞ୍ଚଳରେ ଏଭଳି ସ୍ଥିତି ଉପୁଜିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ସାରା ଦେଶରେ ପାଣିପାଗ ସ୍ଥିତି ନେଇ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଆହୁରି ଚିନ୍ତା ବଢାଇଛି। ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ, ଆନ୍ଦ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ତେଲେଙ୍ଗାନା, ଲାକ୍ଷାଦିପ ଆଦି ସ୍ଥାନରେ ସ୍ବାଭାବିକ ଠାରୁ ବେଶ୍ ଅଧିକ ରହିବ। ଉତ୍ତର- ପୂର୍ବ- ଭାରତ, ପଶ୍ଚିମ ହିମାଳୟ ଅଞ୍ଚଳ,ଦକ୍ଷିଣ ପଶ୍ଚିମ ପେନିସସୁଲା ଓ ପଶ୍ଚିମ ଉପକୂଳ ବ୍ୟତିତ ଦେଶର ଅଧିକାଂଶ ସ୍ଥାନରେ ହିଟଓ୍ବେଭ୍ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଇଛି। ସେପଟେ, ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଶୁକ୍ଲ ବାୟୁ ପ୍ରବାହର ପରିମାଣ ବୃଦ୍ଧି ପାଇବ। ଫଳରେ ମାର୍ଚ୍ଚ  ପ୍ରଥମ ସପ୍ତାହରୁ ଦିନ ଓ ରାତି ତାପମାତ୍ରା ଉପରମୁହାଁ ହେବ।