ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଆରମ୍ଭ ହେବ ଯୋଗ ବିଭାଗ, ସୂଚନା ଦେଲେ କ୍ରୀଡ଼ା ମନ୍ତ୍ରୀ
Advertisement
Article Detail0/zeeodisha/odisha2302334

ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଆରମ୍ଭ ହେବ ଯୋଗ ବିଭାଗ, ସୂଚନା ଦେଲେ କ୍ରୀଡ଼ା ମନ୍ତ୍ରୀ

ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଥିବାରୁ ପୁଣିଥରେ ବାଣୀବିହାରରେ ଯୋଗ ବିଭାଗ କାର୍ଯ୍ୟକ୍ଷମ ହେବା ନେଇ ଆଜି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଆରମ୍ଭ ହେବ ଯୋଗ ବିଭାଗ, ସୂଚନା ଦେଲେ କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ଵର: ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବ ଯୋଗ ବିଭାଗ। କୌଣସି କାରଣ ପାଇଁ ଦୀର୍ଘଦିନ ହେବ ବନ୍ଦ ରହିଥିଲା ବିଭାଗ। ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଥିବାରୁ ପୁଣିଥରେ ବାଣୀବିହାରରେ ଯୋଗ ବିଭାଗ କାର୍ଯ୍ୟକ୍ଷମ ହେବା ନେଇ ଆଜି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଖୁବଶୀଘ୍ର ନିଷ୍ପତ୍ତିି ନିଆଯିବ ବୋଲି କହିଛନ୍ତି ସୂରଜ। 

ଜୁନ୍ ୨୧ରେ କେବଳ ଆମ ରାଜ୍ୟରେ ନୁହେଁ ସାରା ଦେଶରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ତେବେ ଏନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ବାଣୀବିହାରରେ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ଯୋଗ ବିଭାଗ।