• ଆସାମ: ପୋଲିସର ଗୁଳିମାଡ଼ ପ୍ରତିବାଦରେ ସଂଖ୍ୟାଲଘୁ ଛାତ୍ର ସଂଗଠନର ବନ୍ଦ ଡାକରା
  • ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ଓ ଦଳର ସମର୍ଥନ
  • ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ ନିର୍ଦେଶ
  • ଗଞ୍ଜାମ ଜରଡ଼ା ଥାନା ଭୀମପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ରେ ୪ ଗୁରୁତର
  • ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ
  • କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ
  • ୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସେପ୍ଟେମ୍ବର ୨୬ରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ
  • କଟକ ମୁଣ୍ଡଳୀରେ ଅପରେଲନ ଗଜରାଜ
  • ଦଳରୁ ଅଲଗା ହୋଇଯାଇଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗର ଉଦ୍ୟମ ଜାରି

ସୋନୁ ସୁଦଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ପହଞ୍ଚିଲା ଆୟକର ବିଭାଗର ଟିମ୍

ଆୟକର ବିଭାଗ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘର ଉପରେ ଏକ 'ସର୍ଭେ' କରିଛି ।  

ସୋନୁ ସୁଦଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ପହଞ୍ଚିଲା ଆୟକର ବିଭାଗର ଟିମ୍
ସୋନୁ ସୁଦ (ଫାଇଲ ଫଟୋ)

ମୁମ୍ବାଇ: ଆୟକର ବିଭାଗ ବଲିଉଡ଼ ଅଭିନେତା ସୋନୁ ସୁଦଙ୍କ ଘର ଉପରେ ଏକ 'ସର୍ଭେ' କରିଛି । ଆୟକର ବିଭାଗ ଦଳ ସକାଳେ ସୋନୁ ସୁଦଙ୍କ ବାସଭବନରେ ପହଞ୍ଚିଥିଲେ । ସୂଚନାନୁସାରେ, ଆଇଟି ବିଭାଗ ସୋନୁ ସୁଦ ସହ ଜଡିତ ଛଅଟି ସ୍ଥାନ ଉପରେ ସର୍ଭେ କରିଛି ।

କୋରୋନା ଅବଧି ଆରମ୍ଭରୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସୋନୁ ସୁଦ ବହୁତ ପ୍ରସିଦ୍ଧ ହୋଇପାରିଛନ୍ତି । ତେବେ ତାଙ୍କ ସମାଲୋଚକମାନେ ସହାୟତା ପାଇବାକୁ ଅର୍ଥ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାମ୍ପ୍ରତିକ ସମୟରେ ସୋନୁ ସୁଦଙ୍କୁ ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ ଦ୍ୱାରା ପରାମର୍ଶଦାତା କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିଲା ।

ଆୟକର ଅଧିନିୟମ, ୧୯୬୧ ର ଧାରା ୧୩୩ ଏ ଅନୁଯାୟୀ ହେବାକୁ ଥିବା 'ସର୍ଭେ (ଆକାଉଣ୍ଟଗୁଡିକର ପର୍ଯ୍ୟବେକ୍ଷଣ) ଅଭିଯାନରେ ଆୟକର ଅଧିକାରୀମାନେ କେବଳ ବ୍ୟବସାୟ ପରିସର ଏବଂ ଏହାର ସଂଲଗ୍ନ ପରିସରରେ ପର୍ଯ୍ୟବେକ୍ଷଣ କରନ୍ତି । ତେବେ କର୍ତ୍ତୃପକ୍ଷ ଏହି ଦଲିଲଗୁଡ଼ିକୁ ଜବତ କରିପାରିବେ ।

ଅଧିକ ପଢ଼ନ୍ତୁ: Cabinet Decisions: କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଲୋକ ପାଇବେ ଚାକିରୀ, ଜାଣନ୍ତୁ ଡିଟେଲ୍ସ

କୋରୋନା ଅବଧି ଆରମ୍ଭରୁ ଲୋକଙ୍କୁ ସାହାଯ୍ୟ କରି ପାଇଁ ସୋନୁ ସୁଦ ବହୁତ ପ୍ରସିଦ୍ଧ ହୋଇପାରିଛନ୍ତି । କଡା ଲକଡାଉନ ସମୟରେ ସେ ଲୋକଙ୍କୁ ଘରକୁ ଫେରିବାକୁ ସାହାଯ୍ୟ କରୁଥିଲ ଓ ରୋଗୀମାନଙ୍କୁ ମେଡ଼ିସିନ ଦେବାରେ ମଧ୍ୟ ସାହାଯ୍ୟ କରିଥିଲା । ସୋନୁ ସୁଦଙ୍କ ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଇଛି ।

୧୨ ସେପ୍ଟେମ୍ବରରେ ସୋନୁ ସୁଦ ଜଣେ ମହିଳାଙ୍କୁ ସାହାଯ୍ୟ ବିଷୟରେ ସେ ସୂଚନା ଦେଇଥିଲେ ।

ଅଧିକ ପଢ଼ନ୍ତୁ: ବେକାରୀ ଭତ୍ତା ଚାହୁଁଥିଲେ ତୁରନ୍ତ କରନ୍ତୁ ରେଜିଷ୍ଟ୍ରେସନ;ଏହା ହେଉଛି ପକ୍ରିୟା, ତୁରନ୍ତ ମିଳିବ ଲାଭ

ତେବେ ତାଙ୍କ ସମାଲୋଚକମାନେ ସହାୟତା ପାଇଁ ଅର୍ଥ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାମ୍ପ୍ରତିକ ସମୟରେ ସୋନୁ ସୁଦଙ୍କୁ ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ ଦ୍ୱାରା ପରାମର୍ଶଦାତା କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିଲା । ଆୟକର ବିଭାଗର ସର୍ଭେରେ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ସୋନୁ ସୁଦ ମଙ୍ଗଳବାର ଟ୍ୱିଟ୍ କରି କହିଛନ୍ତି, 'ଚାଲ ଏକ ନୂଆ ରାସ୍ତା ତିଆରି କରିବା ... ଅନ୍ୟ କାହା ପାଇଁ'।