Team Indiaର ଶ୍ରୀଲଙ୍କା ଗସ୍ତ Schedule ଜାରି; ଏହି ଖେଳାଳି ସାଜିବେ ସେନାପତି
Advertisement
Article Detail0/zeeodisha/odisha915866

Team Indiaର ଶ୍ରୀଲଙ୍କା ଗସ୍ତ Schedule ଜାରି; ଏହି ଖେଳାଳି ସାଜିବେ ସେନାପତି

ଭାରତୀୟ ଦଳ (Team India) ଜୁଲାଇ ୧୩ରେ ଶ୍ରୀଲଙ୍କା ଗସ୍ତ କରିବ। ଏହି ଗସ୍ତରେ ଟିମ୍ ଇଣ୍ଡିଆର ଶେଷ ମ୍ୟାଚ୍ ଜୁଲାଇ ୨୫ରେ ହେବ। ସୋନି ସ୍ପୋର୍ଟସ (Sony Sports) ଦ୍ୱାରା ତାରିଖ ଘୋଷଣା କରାଯାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଜୁଲାଇରେ ହେବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହ୍ୱାଇଟ୍ ବଲ ସିରିଜର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଯଦିଓ ଏହି କାର୍ଯ୍ୟସୂଚୀ BCCI ଦ୍ୱାରା ନୁହଁ ସୋନି ସ୍ପୋର୍ଟସ୍ ଦ୍ୱାରା ରିଲିଜ୍ ହୋଇଛି। ସୋନି ହିଁ ସମଗ୍ର ସିରିଜ୍ ପାଇଁ ବ୍ରଡକାଷ୍ଟର।

ଭାରତୀୟ ଦଳ (Team India) ଜୁଲାଇ ୧୩ରେ ଶ୍ରୀଲଙ୍କା ଗସ୍ତ କରିବ। ଏହି ଗସ୍ତରେ ଟିମ୍ ଇଣ୍ଡିଆର ଶେଷ ମ୍ୟାଚ୍ ଜୁଲାଇ ୨୫ରେ ହେବ। ସୋନି ସ୍ପୋର୍ଟସ (Sony Sports) ଦ୍ୱାରା ତାରିଖ ଘୋଷଣା କରାଯାଇଛି। ଶ୍ରୀଲଙ୍କା ଗସ୍ତ (Sri Lanka Tour) ପାଇଁ ସୋନି ସ୍ପୋର୍ଟସକୁ ମୁଖ୍ୟ ପ୍ରସାରଣକାରୀ କରାଯାଇଛି।

Also Read: IPL 2021 କୁ ନେଇ ଆସିଲା ଏକ ବଡ ଅପଡେଟ୍, ଏହି ଦିନ ହୋଇପାରେ ଫାଇନାଲ୍ ମ୍ୟାଚ୍

ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍ ଇଣ୍ଡିଆର ନୂତନ ଅଧିନାୟକ ଚୟନ ନେଇ BCCI ଆଲୋଚନା କରୁଛି। ଏହି ତାଲିକାରେ ଅନେକ ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ ଅଛି। ଅଧିନାୟକ ହେବା ପାଇଁ ଶ୍ରେୟସ୍ ଆୟର, ଶିଖର ଧାୱନ, ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ରହିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦଳର ସବୁଠାରୁ ଅଭିଜ୍ଞ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଦିଆଯାଇପାରେ।

ଏହି ଟୁରରେ ରାହୁଲ ଦ୍ରାବିଡ (Rahul Dravid) ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବେ। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବିରାଟ କୋହଲିଙ୍କ ଦଳ ସହ ଇଂଲଣ୍ଡରେ ବ୍ୟସ୍ତ ରହିବେ। ଏଭଳି ପରିସ୍ଥିତିରେ ରାହୁଲ ଦ୍ରାବିଡଙ୍କୁ ଦଳର ଅସ୍ଥାୟୀ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏହି ଭ୍ରମଣରେ ରାହୁଲଙ୍କ ଉପସ୍ଥିତି ଇଣ୍ଡିଆ ଏ ପାଇଁ ଲାଭ ହେବ ବୋଲି ବିଶ୍ୱାସ କରାଯାଉଛି। 

Also Read: ଭାରତରେ ହେବ ନାହିଁ T20 World Cup!

ଶ୍ରୀଲଙ୍କା (Sri Lanka) ଗସ୍ତରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ଦେବଦତ୍ତ ପାଦିକଲ, ରାହୁଲ ତେବତିଆ, ନୀତୀଶ ରାଣା ଏବଂ ପୃଥ୍ୱୀ ଶ ଦଳର ପ୍ରମୁଖ ଖେଳାଳି ହୋଇପାରନ୍ତି।