Playoffs ପୂର୍ବରୁ ଧୋନିଙ୍କୁ ଡରାଉଛି ଏହି ସମସ୍ୟା, CSKକୁ ହୋଇପାରେ ବଡ଼ କ୍ଷତି
Advertisement

Playoffs ପୂର୍ବରୁ ଧୋନିଙ୍କୁ ଡରାଉଛି ଏହି ସମସ୍ୟା, CSKକୁ ହୋଇପାରେ ବଡ଼ କ୍ଷତି

ରାଜସ୍ଥାନ ରୟାଲ୍ସ (Rajsthan Royals) ଙ୍କ ଦ୍ୱାରା ସାତ ୱିକେଟରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ, ପାୱାରପ୍ଲେରେ ରୟାଲ୍ସର ଆକ୍ରମଣାତ୍ମକ ବ୍ୟାଟିଂ ହେତୁ ମ୍ୟାଚ୍ ତାଙ୍କ ହାତରୁ ଚାଲିଯାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ରେ ସିଏସକେ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଶନିବାର ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ରାଜସ୍ଥାନ ୭  ୱିକେଟ୍ ଜିତିଛି। ୨୦୨୧ ସିଜିନରେ ଏହା CSKର ତୃତୀୟ ପରାଜୟ। ରାଜସ୍ଥାନ ଏକ ଦୁର୍ବଳ ଦଳ ହୋଇଥିଲେ ସୁଦ୍ଧା ଫର୍ମରେ ଥିବା CSK ଦଳକୁ କିପରି ପରାସ୍ତ କଲା ବୋଲି ଏବେ ପ୍ରଶ୍ନ ଉଠୁଛି।

ରାଜସ୍ଥାନ ରୟାଲ୍ସ (Rajsthan Royals) ଙ୍କ ଦ୍ୱାରା ସାତ ୱିକେଟରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ, ପାୱାରପ୍ଲେରେ ରୟାଲ୍ସର ଆକ୍ରମଣାତ୍ମକ ବ୍ୟାଟିଂ ହେତୁ ମ୍ୟାଚ୍ ତାଙ୍କ ହାତରୁ ଚାଲିଯାଇଛି। ଧୋନି ମ୍ୟାଚ୍ ପରେ କହିଛନ୍ତି, 'ଆମକୁ ଏହି ପରାଜୟକୁ ଭୁଲିଯିବାକୁ ପଡିବ କାରଣ ଟୁର୍ନାମେଣ୍ଟରେ ଏଭଳି ଘଟେ। ଆମ ଭୁଲରୁ ଆମକୁ ଶିଖିବାକୁ ପଡିବ କାରଣ ଏହା ନକ୍ଆଉଟରେ ମଧ୍ୟ ହୋଇପାରେ। ଆମେ ପ୍ରତ୍ୟେକ ମ୍ୟାଚରୁ ଶିଖୁ।'

Also Read: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟିଲେ ଭାରତୀୟ ଫୁଟବଲ ଦଳର ଗୋଲକିପର!

ଆଇପିଏଲ (IPL 2021) ର ୟୁଏଇ ପର୍ଯ୍ୟାୟରେ ଏହା ଚେନ୍ନାଇ (Chennai Super Kings) ର ପ୍ରଥମ ପରାଜୟ। କିନ୍ତୁ ଦଳ ୧୮ ପଏଣ୍ଟ ସହ ପ୍ଲେ ଅଫରେ ସ୍ଥାନିତ ହୋଇଛି। ଧୋନି (MS Dhoni) କହିଛନ୍ତି, 'ଆଜି ଟସ୍ ହରାଇବା ଅତ୍ୟଧିକ ଭାରୀ ଥିଲା କିନ୍ତୁ ରୟାଲ୍ସ ଚମତ୍କାର ବ୍ୟାଟିଂ କରିଥିଲା। ଆମର ସ୍କୋର କମ୍ ନଥିଲା କିନ୍ତୁ ପରେ ବଲ୍ ବ୍ୟାଟରେ ଭଲ ଆସିବା ଆରମ୍ଭ କଲା। ସେମାନେ ଭଲ ଆରମ୍ଭ କରିଥିଲେ ଏବଂ ପାୱାରପ୍ଲେରେ ମ୍ୟାଚ୍ ଆମ ହାତରୁ ଚାଲିଗଲା।'

ଧୋନି ଅପରାଜିତ ୧୦୧ ସ୍କୋର କରିଥିବା ଋତୁରାଜ ଗାଇକୱାଡ (Ruturaj Gaikward) ଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ସେ ଏକ ବଡ଼ ଇନିଂସ ଖେଳିଥିଲେ। ତେଙ୍କୁ ଯେତେ ପ୍ରଶଂସା କରାଯିବ ତାହା କମ୍। ଡୱେନ ବ୍ରାଭୋ ଏବଂ ଦୀପକ ଚହରଙ୍କୁ  ଉଭୟଙ୍କ ଖେଳରେ ଅଭିବ ଛଥିଲା।' ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ଏବଂ ଶିବମ୍ ଦୁବେଙ୍କୁ ପ୍ରଶଂସା କରିଥିଲେ।

Also Read: World Body Building Championship: ଭାରତକୁ ପ୍ରତିନିଧିତ୍ୱ କରିବେ ବ୍ରହ୍ମପୁରର ଚନ୍ଦନ ସାହୁ

'ଆମର ଯୁବ ଖେଳାଳିଙ୍କ ପ୍ରତିଭା ବିଷୟରେ ଆମେ ଅବଗତ ଏବଂ ସେଥିପାଇଁ ମ୍ୟାଚ୍ ହାରିବା ଦୁଃଖଦାୟକ ଥିଲା। ଆଜି ଆମର ଓପନରମାନେ ପାୱାରପ୍ଲେରେ ବହୁତ ଭଲ କାମ କରିଥିଲେ। ସୁଯୋଗ ଦିଆଯିବା ପରେ ଶିବମ୍ ଭଲ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ଆମେ ମ୍ୟାଚ୍ ରଣନୀତି ମ୍ୟାଚ୍ ପ୍ରସ୍ତୁତ କରୁଛୁ ବୋଲି ଚେନ୍ନାଇ ସୁପର କଙ୍ଗସ୍ କ୍ୟାପଟେନ ଧୋନି କହିଛନ୍ତି।