ରହସ୍ୟମୟ ନିଧିବନ; ଯେଉଁଠି ଭଗବାନ ଶ୍ରୀକୃଷ୍ଣ କରିଥାନ୍ତି ଗୋପୀଙ୍କ ସହ ରସଲୀଳା
Advertisement
Article Detail0/zeeodisha/odisha976053

ରହସ୍ୟମୟ ନିଧିବନ; ଯେଉଁଠି ଭଗବାନ ଶ୍ରୀକୃଷ୍ଣ କରିଥାନ୍ତି ଗୋପୀଙ୍କ ସହ ରସଲୀଳା

ଦ୍ୱାପର ଯୁଗରୁ ଏହି ନଗରୀରେ ଅବସ୍ଥିତ ଥିବା ଏକ ବନ ବର୍ତ୍ତମାନର କଳିଯୁଗ ପର୍ଯ୍ୟନ୍ତ ରହସ୍ୟଘେରରେ ରହିଛି। 

ରହସ୍ୟମୟ ନିଧିବନ; ଯେଉଁଠି ଭଗବାନ ଶ୍ରୀକୃଷ୍ଣ କରିଥାନ୍ତି ଗୋପୀଙ୍କ ସହ ରସଲୀଳା

ନୂଆଦିଲ୍ଲୀ: ବେଶ ଆନନ୍ଦ ଉଲ୍ଲାସର ସହ ଆଜି ଦେଶରେ ପାଳିତ ହେଉଛି ଜନ୍ମାଷ୍ଟମୀ। ଏହି ପର୍ବକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଇଥାଏ। ପ୍ରତିବର୍ଷ ଜନ୍ମାଷ୍ଟମୀ ଅବସରରେ ଉତ୍ସବମୁଖର ହୋଇଉଠେ ଦେଶର ଅନ୍ୟତମ ଧାର୍ମିକ ସହର ମଥୁରା। ହେଲେ ଏଠାରେ ରହିଥିବା ଏକ ରହସ୍ୟମୟ ବନକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। 

ଦ୍ୱାପର ଯୁଗରେ ଜନ୍ମଗ୍ରହଣ କରିଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନରେ ମଥୁରା ନଗରୀ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥାଏ। ଦ୍ୱାପର ଯୁଗରୁ ଏହି ନଗରୀରେ ଅବସ୍ଥିତ ଥିବା ଏକ ବନ ବର୍ତ୍ତମାନର କଳିଯୁଗ ପର୍ଯ୍ୟନ୍ତ ରହସ୍ୟଘେରରେ ରହିଛି। ଏଠାରେ ଅବସ୍ଥିତ ନିଧି ବନରେ ଭଗବାନ ନିଜ ଗୋପୀଙ୍କ ସହ ରାସଲୀଳା କରୁଥିବା ନେଇ ଅନେକ କଥା, କାହାଣୀ, ଗପ, କିମ୍ବଦନ୍ତୀ ପ୍ରଭୃତି ରହିଛି।    

ମଥୁରା ନଗରୀ ଠାରୁ ୧୫ କିମି ଦୂରରେ ଯମୁନା ନଦୀ କୂଳରେ ଅବସ୍ଥିତ ନିଧିବନ। ଯାହାର ଅନ୍ୟନାମ ହେଉଛି ମଧୁବନ। ଏହା ବିଶ୍ୱାସ କରାଯାଏ ଯେ ଭଗବାନ କୃଷ୍ଣ ଶରଦ ପୂର୍ଣ୍ଣିମା ରାତିରେ ଗୋପୀଙ୍କ ସହିତ ରସଲୀଳା ପ୍ରଦର୍ଶନ କରିଥିଲେ ଏବଂ ସେହି ଦିନ ଠାରୁ ପ୍ରଭୁ ପୂର୍ଣ୍ଣିମା ରାତିରେ ଗୋପୀଙ୍କ ସହ ଏଠାକୁ ଆସିଥାନ୍ତି। ଏଠାରେ ଥିବା ତୁଳସୀ ଗଛ ଗୋପୀଙ୍କ ରୂପ ଧାରଣ କରି ଭଗବାନଙ୍କ ସହ ରାସଲୀଳା କରିଥାନ୍ତି। 

Also Read: ଖୁବଶୀଘ୍ର ଖୋଲିବ Ram Setu ଗୂଢ ରହସ୍ୟ; ଗବେଷଣା କରିବାକୁ ମଞ୍ଜୁରୀ ଦେଲା ASI

ସନ୍ଧ୍ୟା ପର ଠାରୁ ସକାଳ ହେବା ପର୍ଯ୍ୟନ୍ତ ନିଧିବନରେ ଗୋପୀଙ୍କ ସହ ଚାଲିଥାଏ ଭଗବାନଙ୍କ ରାସଲୀଳା। ଏହା ପରେ ଗୋପୀ ରୂପ ଧାରଣ କରିଥିବା ତୁଳସୀ ଗଛ ପୁନର୍ବାର ବୃକ୍ଷରେ ପରିଣତ ହୋଇଯାଇଥାଏ। ଶରଦ ପୂର୍ଣ୍ଣିମା ରାତିରେ ଏହି ବନକୁ କେହି ପ୍ରବେଶ କରିନଥାନ୍ତି। ଯେଉଁ ଦିନ ଏହି ପୂର୍ଣ୍ଣିମା ପଡିଥାଏ ସେହି ଦିନ ସନ୍ଧ୍ୟାରେ ନିଧିବନକୁ ଖୋଲି ଦିଆଯାଏ।

କୁହାଯାଏ ଯଦି କେହି ନିଧିବନରେ ଭଗବାନ ଗୋପୀଙ୍କ ସହ କରୁଥିବା ରାସଲୀଳୀଙ୍କୁ ଗୁପ୍ତରେ ଦେଖିବା ପାଇଁ ଚେଷ୍ଟା କରିଥାଏ ତାହେଲେ ବେ ସେ ପାଗଳ ହୋଇଯାଏ | ମନ୍ଦିରର ମହନ୍ତ ଏବଂ ମଥୁରା ନଗରବାସୀ ଏହା ସହ ଜଡିତ ଅନେକ କାହାଣୀ କହିଥାନ୍ତି। ଏହା ଦାବି କରାଯାଏ ଯେ ସନ୍ଧ୍ୟା ପରେ ପଶୁ ପକ୍ଷୀ ଏହି ଜଙ୍ଗଲ ଛାଡି ଦେଇଥାନ୍ତି। ଏହି ବନର ମାଟିକୁ ବେଶ ପବିତ୍ର ବୋଲି ମାନିଥାନ୍ତି ଏଠାକାର ଲୋକ। ସେମାନେ ଏହାକୁ ଚନ୍ଦନ ଭାବେ ନିଜ ମଥାରେ ଲଗାଇଥାନ୍ତି। 

ସ୍ଥାନୀୟ ଲୋକଙ୍କ କହିବା କଥା ଦିନ ସମୟରେ ନିଧିବନରେ ଭିନ୍ନ ପ୍ରକାର ଜୀବ ଜନ୍ତୁ ଦୃଶ୍ୟମାନ ହୋଇଥାନ୍ତି ମାତ୍ର ସନ୍ଧ୍ୟା ହେବା ପରେ ଏଠାରେ ସମ୍ପୂର୍ଣ୍ଣ ନୀରବତା ଖେଳିଯିବା ଏଠାରେ କୌଣସି ପଶୁ ଜନ୍ତୁ ଦେଖାଯାଇନଥାନ୍ତି। ଏହି ବନରେ ବିଶାଳକାୟ ତୁଳସୀ ଗଛ ଦେଖିବାକୁ ମିଳିଥାଏ ଯାହା ପରସ୍ପର ସହ ଲଗାଲଗି ହୋଇ ରହିଥାଏ। ସାଧାରଣତଃ କୌଣସି ଗଛର ଶାଖା ଉପରକୁ ବଢିଥିବାର ଦେଖିବାକୁ ମିଳିଥାଏ ମାତ୍ର ନିଧିବନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଏଠାରେ ଥିବା ଗଛର ଡାଳ ତଳକୁ ବଢିଥିବାର ଦେଖିବାକୁ ମିଳିଥାଏ। ଏହି ଗଛର ସ୍ଥିତି ଏପରି ଅବସ୍ଥାରେ ରହିଛି ଯେ ବନ ମଧ୍ୟରେ ରାସ୍ତା ତିଆରି କରିବା ପାଇଁ କୌଣସି ବାଡି ଅଥବା କାଠ ସାହାଯ୍ୟରେ ଏହାର ଶାଖାକୁ ଆଗକୁ ବଢିବା ପାଇଁ ରୋକାଯାଇଛି। 

Also Read: ଅଯୋଧ୍ୟା: ରାମ ମନ୍ଦିରର ଇତିହାସ କହିବ ଟାଇମ କ୍ୟାପସୁଲ

ଏଠାରେ ପ୍ରତିଦିନ ରାତିରେ ଭଗବାନ ଶ୍ରୀକୃଷ୍ଣଙ୍କ କୋଠରୀରେ ତାଙ୍କ ଶଯ୍ୟା ସଜାଯିବା ସହ ଦାନ୍ତକାଠି, ପାଣି ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରଖାଯାଇଥାଏ। ଯେତେବେଳେ ଏଠାରେ ଥିବା ମନ୍ଦିରର ପୂଜକ ସକାଳେ ମଙ୍ଗଳ ଆରତୀ କରିବା ପାଇଁ ମନ୍ଦିର ଖୋଲିଥାନ୍ତି ସେତେବେଳେ ସେମାନେ ଲୋଟାରେ ରଖାଯାଇଥିବା ପାଣି, ଦନ୍ତକାଠି, ପ୍ୟାନ ପ୍ରଭୃତି ସାମଗ୍ରୀ ପ୍ରଭୃତି ବ୍ୟବହୃତ ଅବସ୍ଥାର ମିଳିଥାଏ। 

ବିଶ୍ୱାସ କରାଯାଏ ରାତି ସମୟରେ ନିଧିବନରେ ଭଗବାନ ଶ୍ରୀକୃଷ୍ଣଙ୍କ ରାସଲୀଳାକୁ ଯଦି କେହି  ଦେଖିଥାଏ ତାହେଲେ ସେ ପାଗଳ କିମ୍ବା ଅନ୍ଧ ହୋଇଯାଏ। ଏହି କାରଣରୁ ସ୍ଥାନୀୟ ଲୋକଙ୍କ ଘରର ଦ୍ୱାର କିମ୍ବା ଝରକା ନିଧିବନ ଆଡକୁ ରହିନଥାଏ। ଅନେକ ଲୋକ ନିଧିବନ ଯେଉଁ ଦିଗରେ ରହିଛି ତାହାର ଆଖପାଖର ରହିଥିବା ଝରକାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ ସନ୍ଧ୍ୟା ପରେ କେହି ଏହି ଜଙ୍ଗଲ ଆଡ଼କୁ ଚାହାଁନ୍ତି ନାହିଁ।