HBD Sai Pallavi: ଜନ୍ମ ଦିନରେ Natural Beautyଙ୍କ ନୂଆ ଫିଲ୍ମର ନୂଆ ଲୁକ୍
Advertisement

HBD Sai Pallavi: ଜନ୍ମ ଦିନରେ Natural Beautyଙ୍କ ନୂଆ ଫିଲ୍ମର ନୂଆ ଲୁକ୍

Natural Beauty ନାମରେ ପରିଚିତ ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମର ପୋଷ୍ଟର ରିଲିଜ କରାଯାଇଛି। Niharika Entertainment ବ୍ୟାନେରରେ ନିର୍ମିତ Shyam Singha Roy ଚଳିତବର୍ଷ ରିଲିଜ କରିବାକୁ ନିର୍ମାତା ଲକ୍ଷ ରଖିଛନ୍ତି।

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ୨୯ ବର୍ଷରେ ପାଦ ଥାପିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମୋଷ୍ଟ ଟ୍ୟାଲେଣ୍ଟଡ୍ ଅଭିନେତ୍ରୀ ସାଇ ପଲ୍ଲବୀ। ଏହି ଅବସରରେ Natural Beauty ନାମରେ ପରିଚିତ ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମର ପୋଷ୍ଟର ରିଲିଜ କରାଯାଇଛି। Niharika Entertainment ବ୍ୟାନେରରେ ନିର୍ମିତ Shyam Singha Roy ଚଳିତବର୍ଷ ରିଲିଜ କରିବାକୁ ନିର୍ମାତା ଲକ୍ଷ ରଖିଛନ୍ତି।

Shyam Singha Roy ହେଉଛି ଏକ ସୁପନେଚ୍ୟୁରାଲ ଆକ୍ସନ ଥ୍ରୀଲର ଡ୍ରାମା ଫିଲ୍ମ। ଏଥିରେ ଦ୍ୱିତୀୟ ଥର ପାଇଁ ସାଉଥ ସୁପରଷ୍ଟାର ନାନୀ (Nani) ଓ ସାଇ ପଲ୍ଲବୀ (Sai pallavi) ଙ୍କୁ ଏକତ୍ର ଦେଖିବାକୁ ମିଳିବ। ଫିଲ୍ମରେ କିର୍ତ୍ତୀ ସେଟ୍ଟୀ ଓ ମାଡୋନା ସାବାଷ୍ଟିଆନ ଅଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ସାଇ ପଲ୍ଲବୀଙ୍କ ୨୯ତମ ଜନ୍ମ ଦିନରେ ମେକର୍ସ ତାଙ୍କର ଫାଷ୍ଟ ଫୋଷ୍ଟର ସେୟାର କରିଛନ୍ତି। 

Also Read: Mother's Day 2021: 'ଏକ ଦୃଶ୍ୟର ଅନୁଭୂତିରୁ ପଦେ'

ପୋଷ୍ଟରରେ ସାଇ ପଲ୍ଲବୀ ଏକ ତ୍ରୀଶୁଳ ଧରି ଠିଆ ହୋଇଛନ୍ତି। ଏବେ ସେହି ତ୍ରୀଶୁଳର ମୁନରେ ନିଆଁ ଲାଗୁଛି। ପୋଷ୍ଟରରେ ଦେବୀ ପରି ଦେଖାଯାଉଛନ୍ତି। Shyam Singha Royର ସୁଟିଂ ପ୍ରାୟ ଶେଷ ପର୍ଯ୍ୟାୟରେ ଅଛି। ଆସନ୍ତା ୧୫ ଦିନ ଭିତରେ ଏହାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହା କେବେ ରିଲିଜ ହେବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ।  

fallback

ପ୍ରଥମ ଥର ପାଇଁ ନାନୀ ଏବଂ ସାଇ ପଲ୍ଲବୀ ତେଲୁଗୁ ଫିଲ୍ମ MCAରେ ନଜର ଆସିଥିଲେ। ଉଭୟଙ୍କ କ୍ୟାମେଷ୍ଟ୍ରୀକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ। Shyam Singha Royରେ ପଶ୍ଚିମବଙ୍ଗର ଅନେକ ସିନ୍ ଦେଖାବାକୁ ମିଳିବ। ସାଇ ପଲ୍ଲବୀଙ୍କ 'ପଡି ପଡି ଲେଚି ମନୁଷୁ' ଫିଲ୍ମରେ ମଧ୍ୟ ବଙ୍ଗୀୟ ପରମ୍ପରାର ଛାପ ରହିଥିଲା। ସେପଟେ ବର୍ତ୍ତମାନ ସାଇ ପଲ୍ଲବୀ ଓ ନାଗା ଚୈତନ୍ୟଙ୍କ ଫିଲ୍ମ Love Story ପାଇପଲାଇନରେ ଅଛି।

Also Read: ବିବାଦରେ ସୁଗନ୍ଧା ମିଶ୍ରଙ୍କ ବିବାହ, ଥାନାରେ ପହଞ୍ଚିଲା ମାମଲା

ସାଇ ପଲ୍ଲବୀ ୨୦୧୫ରେ ମାଲାୟଲାମ ଫିଲ୍ମ Premamରେ ଲିଡ୍ ରୋଲ ଡେବ୍ୟୁ କରିଥିଲେ। ଫିଲ୍ମ ସେତେବେଳେ ସୁପର ଡୁପର ହିଟ୍ ହୋଇଥିଲା। ପରେ Fidaa ମାଧ୍ୟମରେ ସେ ତେଲୁଗୁ ଫିଲ୍ମକୁ ପ୍ରବେଶ କଲେ। ଏହି ଫିଲ୍ମ ମଧ୍ୟ ସୁପର ହିଟ୍ ହେଲା। ଆଉ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଲା। ଏହା ପରେ ସେ ଅନେକ ତେଲୁଗୁ ଓ ତାମିଲ ଫିଲ୍ମ କରିଛନ୍ତି। Maari-2ରେ ଧନୁଷଙ୍କ ବିପକ୍ଷରେ  ସାଇ ପଲ୍ଲବୀଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି।

fallback

ନେଚ୍ୟୁରାଲ ବିୟ୍ୟୁଟି ନାମରେ ପରିଚିତ ସାଇ ପଲ୍ଲବୀ ପେଶାରେ ଜଣେ ଡାକ୍ତର ଏବଂ କଳାକାର। ସେ ପ୍ରାୟତଃ ସମୟରେ ମେକଅପ୍ ଲଗାନ୍ତି ନାହିଁ। ପିଲା ବେଳୁ ତାଙ୍କର ସ୍କିନ୍ ଆଲର୍ଜୀ ଅଛି। ସେଥିପାଇଁ ତାଙ୍କ ଗାଲ ନାଲି ନାଲି ଦେଖାଯାଏ, ଯାହା ସାଇ ପଲ୍ଲବୀଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରେ। ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ବିଜ୍ଞାପନରେ କାମ କରିବାକୁ ସାଇ ପଲ୍ଲବୀ ପସନ୍ଦ କରନ୍ତି ନାହିଁ। ବିଗତ ଦିନରେ ଫେସ୍ କ୍ରିମ ବିଜ୍ଞାପନ ପାଇଁ ତାଙ୍କୁ କୋଟି କୋଟି ଟଙ୍କା ଅଫର ଦିଆଯାଇଥିଲା, କିନ୍ତୁ ସେ ସେଥିରେ କାମ କରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ।