ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ ଉଦଯାପିତ, 'ଜୀବନସାଥୀ' ଟିମ ଚମ୍ପିଆନ
Advertisement

ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ ଉଦଯାପିତ, 'ଜୀବନସାଥୀ' ଟିମ ଚମ୍ପିଆନ

ପ୍ରଥମ ଦିବସରେ ୧୪ଟି ଟିମକୁ ନେଇ ସାତଟି କ୍ୱାଲିଫାଇଂ ବା ପ୍ରତିଯୋଗିତା ପର୍ଯ୍ୟାୟ ମ୍ୟାଚ ଖେଳାଯାଇଥିବା ବେଳେ ସେ ମଧ୍ୟରୁ 'କୁଆଁରୀବୋହୂ', 'ନୂଆବୋହୂ', 'ମହାଦେବୀ', 'ସିଂହଦ୍ୱାର',  ନଣନ୍ଦ ପୁଟୁଳି', 'ସିନ୍ଦୁରର ଅଧିକାର', 'ଜୀବନସାଥୀ' ଓ 'ମୋ ଦେହେ ବୋଳିଦେ ତୋ ଦେହ କଳା' ଟିମ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । 

ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ ଉଦଯାପିତ, 'ଜୀବନସାଥୀ' ଟିମ ଚମ୍ପିଆନ

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଭୁବନେଶ୍ୱର କିଟ୍ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ ଆୟୋଜିତ 'ଓଡ଼ିଆ ମେଗା ସିରିଏଲ କ୍ରିକେଟ  ଲିଗ' ଉଦଯାପିତ ହୋଇଯାଇଛି । ଆମେବି ପ୍ଲସ ପ୍ରାୟୋଜିତ ଏହି ଦ୍ବି-ଦିବସୀୟ ପ୍ରତିଯୋଗିତାରେ 'ଜୀବନସାଥୀ' ଟିମ ଚାମ୍ପିଆନ ହୋଇଥିବା ବେଳେ 'ମୋ ଦେହେ ବୋଳିଦେ ତୋଦେହ କଳା' ଟିମ ରନର୍ସ ଅପ ହୋଇଛି । ୧୨ଟି ଟିମକୁ ପଛରେ ପକାଇ 'ଜୀବନସାଥୀ' ଏହି ଟାଇଟଲ ହାସଲ କରିଛି । ଚିକୁ ସାମଲ (ମୋ ଦେହେ ବୋଳିଦେ ତୋଦେହ କଳା) ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ଅମିତ କୁମାର ( ଜୀବନସାଥୀ) ଶ୍ରେଷ୍ଠ  ବୋଲର ଘୋଷିତ ହୋଇଛନ୍ତି । ପ୍ରଥମ ଦିବସରେ ୧୪ଟି ଟିମକୁ ନେଇ ସାତଟି କ୍ୱାଲିଫାଇଂ ବା ପ୍ରତିଯୋଗିତା ପର୍ଯ୍ୟାୟ ମ୍ୟାଚ ଖେଳାଯାଇଥିବା ବେଳେ ସେ ମଧ୍ୟରୁ 'କୁଆଁରୀବୋହୂ', 'ନୂଆବୋହୂ', 'ମହାଦେବୀ', 'ସିଂହଦ୍ୱାର',  ନଣନ୍ଦ ପୁଟୁଳି', 'ସିନ୍ଦୁରର ଅଧିକାର',  'ଜୀବନସାଥୀ' ଓ 'ମୋ ଦେହେ ବୋଳିଦେ ତୋ ଦେହ କଳା' ଟିମ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ।  

fallback

ସେ ମଧ୍ୟରୁ 'ଜୀବନସାଥୀ' (Jibansathi), 'ସିନ୍ଦୁରର ଅଧିକାର', 'ମୋ ଦେହେ ବୋଳିଦେ ତୋ ଦେହ କଳା' ଓ 'କୁଆଁରିବୋହୂ' ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ସେଥିରୁ 'ଜୀବନସାଥୀ' ଓ 'ମୋ ଦେହେ ବୋଳିଦେ ତୋ ଦେହ  କଳା' ପରସ୍ପରକୁ ଫାଇନାଲ (Final) ରେ ଭେଟିଥିଲେ । 'ଜୀବନସାଥୀ' ପ୍ରଥମେ ବ୍ୟାଟିଂ କରିବାକୁ ଆସି ଆଠ ଓଭରରେ ୮୬ ରନ ସ୍କୋର କରିଥିବାବେଳେ 'ମୋ ଦେହେ ବୋଳିଦେ ତୋ ଦେହ  କଳା' ଟିମ୍ ୬ ୱିକେଟ ହରାଇ ୮୨ ରନରେ ସୀମିତ ରହିଥିଲେ । ଦ୍ଵିତୀୟ ଦିବସର ଉଦଯାପନୀ ଉତ୍ସବରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ । 

Also Read: କଙ୍ଗନାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଦିଲଜିତ୍!

ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମାପ୍ରସାଦ ମିଶ୍ର, ଶ୍ରୀଜିତ ଶତପଥୀ, ଦ୍ବିପାୟନ ମଜୁମଦାର, ରତିକାନ୍ତ ଶତପଥି,  ଗାର୍ଗୀ ମହାନ୍ତି, ବସନ୍ତ ସାହୁ, ଅନୁକୂଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାକୁ ଆୟୋଜନ କରିବାରେ ବରଦା ପ୍ରସନ୍ନ ପାତ୍ର, ଅଜୟ ସିଂହ, ଅମିତ କୁମାର ଓ ସାରଦା ପ୍ରସନ୍ନ ପାତ୍ର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । କିଟ୍ ସ୍ପୋର୍ଟ୍ସ ଏକାଡେମୀ  (Kiit Sports Academy) ଏବଂ ଓଡିଶା କ୍ରିକେଟ ଆସୋସିଏସନ (Odisha Cricket Association) ର ପ୍ୟାନେଲ ଅମ୍ପାୟାର ମ୍ୟାଚ ପରିଚାଳନା କରିଥିଲେ । 

Also Read: ଭାଙ୍ଗିଗଲା ସ୍ୱପ୍ନ: ବରୁଣଙ୍କୁ ବିବାହ କରିଥାନ୍ତେ ଆଲିଆ ଭଟ୍ଟ

ଟେଲି କଳାକାର (Tele Artist) ଙ୍କ ପାଇଁ ଏମିତି ଏକ ବିରଳ ସୁଯୋଗ ଓ ଅବସର ଆଣିଦେଇଥିଲା 'ଓଡ଼ିଆ ମେଗା ସିରିଆଲ କ୍ରିକେଟ ଲିଗ' (Odia mega Serial Cricket League) । ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ମାଧ୍ୟମରେ ମନୋରଞ୍ଜନ ସାଙ୍ଗକୁ ସକାରତ୍ମକ ଚିନ୍ତାଧାରା ଓ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେବା ଏହାର ଆଭିମୁଖ୍ୟ ରହିଥିଲା । ପ୍ରଥମ ଦିନରେ ଲିଗ ପର୍ଯ୍ୟାୟ ମ୍ୟାଚ ଗୁଡିକ ଅନୁଷ୍ଠିତହୋଇ ଥିବା ବେଳେ ଦ୍ଵିତୀୟ ଦିବସରେ କ୍ୱାର୍ଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯାଇଥିଲା । 

Also Read: 'ଯେଉଁଠୁ ଅଧିକ କର ପାଉଛନ୍ତି, ତାକୁ ହିଁ ଅଣଦେଖା କରୁଛନ୍ତି'

ସ୍ପନସର ଟିମ  ଆମେବି ପ୍ଲସ କୁ ମିଶାଇ ମୋଟ ୧୪ ଟି ମେଗା ଧାରାବାହିକ ଏଥିରେ ଅଂଶଗ୍ରହଣ କରିଥିବା ବେଳେ 'ତାରାତାରିଣୀ', 'ମାୟା', 'ରହିଛି ରହିବି ତୋରି ପାଇଁ', 'ତୋ ପାଇଁ ମୁଁ ମୋ ପାଇଁ ତୁ' କ୍ୱାର୍ଟର ଫାଇନାଲରୁ ହିଁ ବାଦ ପଡିଛନ୍ତି । ୭ଟି ଲିଗ ମ୍ୟାଚ, ୪ଟି କ୍ୱାର୍ଟର ଫାଇନାଲ, ୨ଟି ସେମି ଫାଇନାଲ ଓ ଗୋଟିଏ ଫାଇନାଲ ମ୍ୟାଚକୁ ମିଶାଇ ମୋଟ ୧୪ଟି ମ୍ୟାଚ ଖେଳାଯାଇଥିଲା । ଏଥିରେ 'ଜୀବନସାଥୀ' ଟିମ ବିଜୟୀ ହୋଇଥିବା ବେଳେ 'ମୋ ଦେହେ ବୋଳିଦେ ତୋ ଦେହ କଳା' (Mo dehe bolide to deha kala) ଟିମ ରନର୍ସ ଅପ୍ (RunnersUp) ହୋଇଛି ।

Edited: Zee Odisha Desk