ଣେ ଫିଲ୍ମ ନିର୍ମାତା ଅନେକ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତି ଦେଇ ଗତି କଲା ପରେ ଗୋଟିଏ ଭଲ ସିନେମା ପରଦାକୁ ଆସେ। ଅନେକ ସମୟରେ ଫିଲ୍ମ ନିର୍ମାତାଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟନ୍ତି ଅଭିନେତା ଓ ଅଭିନେତ୍ରୀ। ଆସନ୍ତୁ ଜାଣିବା ସେହିଭଳି ଏକ ଟ୍ରାଜେଡିଭରା କାହାଣୀ...
Trending Photos
ନୂଆଦିଲ୍ଲୀ: ଦର୍ଶକଙ୍କୁ ସିନେମା ମନୋରଞ୍ଜନର ଖୋରାକ ଯୋଗାଏ। ଏହାକୁ ପରଦାରେ ଦେଖିବା ଓ ଦେଖାଇବା ହୁଏତ ସହଜ ଲାଗିପାରେ କିନ୍ତୁ ତାକୁ ତିଆରି କରିବା ବହୁତ କଷ୍ଟ। ଜଣେ ଫିଲ୍ମ ନିର୍ମାତା ଅନେକ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତି ଦେଇ ଗତି କଲା ପରେ ଗୋଟିଏ ଭଲ ସିନେମା ପରଦାକୁ ଆସେ। ଅନେକ ସମୟରେ ଫିଲ୍ମ ନିର୍ମାତାଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟନ୍ତି ଅଭିନେତା ଓ ଅଭିନେତ୍ରୀ। ଆସନ୍ତୁ ଜାଣିବା ସେହିଭଳି ଏକ ଟ୍ରାଜେଡିଭରା କାହାଣୀ...
କଥା ୧୯୮୯ର, ଯେତେବେଳେ ମିଥୁନ ଚକ୍ରବର୍ତ୍ତୀ ( Mithun Chakraborty) , ରେଖା, ଡିମ୍ପଲ କାପାଡିଆ ଆଦି ଚର୍ଚ୍ଚିତ ଚେହେରାରେ ରୂପେଲି ପରଦା ଝଲସି ଉଠୁଥିଲା। ଏହିପରି କିଛି ମଲ୍ଟି ଷ୍ଟାର୍ସଙ୍କ ସିନେମା (Hindi Films) ସେତେବେଳେ ରିଲିଜ ହେଉଥିଲା ଆଉ ତାହା ହିଟ୍ ମଧ୍ୟ ହେଉଥିଲା। ବକ୍ସ ଅଫିସ (Box Office) ରେ ଅତ୍ୟନ୍ତ ସଫଳ ବା ସୁପର ହିଟ୍ ହୋଇଥିବା ଏକ ଚଳଚ୍ଚିତ୍ର ଥିଲା 'ଲଡାଇ'। ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ ଦୀପକ ଶିବଦସାନୀ। ମିଥୁନ ଚକ୍ରବର୍ତ୍ତୀଙ୍କ ଡବଲ ରୋଲ ଥିବା ଏହି ଫିଲ୍ମରେ ଅଭିନେତ୍ରୀ ରେଖା ମୁଖ୍ୟ ଭୂମିକାରେ ଥିଲେ।
Also Read: Bollywoodକୁ କଲବଲ କରୁଛି କୋରୋନା, ବିକ୍କିଙ୍କ ପରେ କ୍ୟାଟ୍ ପଜିଟିଭ୍
ସବୁଠାରୁ ମଜା କଥା ଥିଲା ଯେ, ସେହି ସମୟରେ ଦୀପକ ଶିବଦସାନୀ (Deepak Shivdasani) ଙ୍କର ଅଧିକାଂଶ ଫିଲ୍ମରେ 'ରାମ ତେରୀ ଗଙ୍ଗା ମୈଲି' ଫେମ୍ ତଥା ଅଭିନେତ୍ରୀ ମନ୍ଦାକିନୀ (Mandakini) ଅତିଥି କଳାକାର ଭାବେ ଆବିର୍ଭଭାବ ହେଉଥିଲେ। ଫିଲ୍ମ 'ଲଡାଇ'ରେ ବି ସେ ଅତିଥି ଭାବେ ଆସି ଗୀତା ବର୍ମାର ଚରିତ୍ରରେ ଦେଖା ଦେଇଥିଲେ। ଏଥିପାଇଁ ରେଖା (Rekha) ଙ୍କ ମନ ଭିତରେ ରାଗ ଅଭିମାନ ଭାରି ହେଇ ଯାଇଥିଲା। କିନ୍ତୁ ପ୍ରକୃତ ବିବାଦର କାରଣ ଆଉ କିଛି ଥିଲା।
ଫିଲ୍ମରେ ମନ୍ଦାକିନୀଙ୍କ ଉପରେ ଅଧିକ ଗୀତ ପିକଚରାଇଜ୍ କରାଯାଇଥିଲା, କିନ୍ତୁ ଫିଲ୍ମର ଲିଡରେ ଥିବା ରେଖାଙ୍କ ଉପରେ ନୁହେଁ। ଫିଲ୍ମ ଆରମ୍ଭରୁ ରେଖା ନିର୍ଦ୍ଦେଶକ ଦୀପକଙ୍କୁ ସେହି କଥା କହି ଆସୁଥିଲେ, କିନ୍ତୁ ଦୀପକ କରିଥାନ୍ତେ ବା କଣ? ତାଙ୍କର ଯୁକ୍ତି ଥିଲା ଯେ, ମନ୍ଦାକିନୀଙ୍କ ଭୂମିକା ପାଇଁ ସେ ଗୀତ ଜରୁରୀ ଥିଲା, ଆଉ ରେଖାଙ୍କ ଉପରେ ନୂଆ ଗୀତ କରିବା ପାଇଁ ବଜେଟ ଅନୁମତି ଦେଉନଥିଲା। ସେହି ସମୟରେ 'ଲଡାଇ' ଫିଲ୍ମ ପାଇଁ ତାଙ୍କର ୪ କୋଟିର ବଜେଟ ଯଥେଷ୍ଟ ଅଧିକ ଥିଲା। ଯେନ-ତେନ ପ୍ରକାରେ ରେଖା ଫିଲ୍ମ ସୁଟିଂ ସାରିଦେଲେ। କିନ୍ତୁ ଶେଷ ଦିନ ବି ଦୀପକଙ୍କୁ କହି ଗଲେ "କିଛି ଠିକ କଲନି।"
Also Read: ବିଶ୍ଵରେ ଧୂମ୍, ନେପାଳରେ ହଙ୍ଗାମା !
ଏଥର ଆସିଲା ଡବିଙ୍ଗ (Dubbing) ସମୟ, ପ୍ରଥମେ ତ ରେଖା ଆଜି-କାଲି କରି ଦିନ ଗଡେଇ ଚାଲିଲେ। ତାପରେ ଶେଷ ବେଳକୁ ସିଧା କହିଲେ, ଗୀତ କର, ମୁଁ ଡବିଙ୍ଗ କରିବି ନାହିଁ। ରେଖାଙ୍କ କଥା ଶୁଣି ଦୀପକଙ୍କ ଅଡୁଆ ବଢ଼ିଲା। ରିଲିଜ ତାରିଖ ବି ପାଖେଇ ଆସୁଥାଏ। ଏତିକି ବେଳେ ଦୀପଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। ଆଇ ସହଜେରେ ସେ ଡବିଙ୍ଗର ଉପାୟ ପାଇଗଲେ। ଦୀପକ ଡବିଙ୍ଗ ପାଇଁ ନଖରା ଦେଖାଉଥିବା ରେଖାଙ୍କୁ ଆଉ ଡାକିଲେ ନାହିଁ। ଆଉ ଜଣେ ଆର୍ଟିଷ୍ଟଙ୍କୁ ଆଣି କାମ ସାରିଦେଲେ। ନା ରେଖାଙ୍କର ହେଲା କିନ୍ତୁ ଫିଲ୍ମରେ ପ୍ରକୃତ ଭଏସ ଆଉ କାହାର ରହିଲା। ହା ହା ହା , ପାଠକ ବନ୍ଧୁ ରୂପେଲି ପରଦା ପଛରେ ଏମିତି ଅନେକ ରୋମାଞ୍ଚକ ଆଉ ମଜାଦାର କାହାଣୀ ରହିଛି।