ଭୀମସେନଙ୍କ ହାତର ସ୍ପର୍ଶରେ କଥା କହି ଉଠୁଛି ନିର୍ଜୀବ କାଠ
Advertisement
Article Detail0/zeeodisha/odisha1000125

ଭୀମସେନଙ୍କ ହାତର ସ୍ପର୍ଶରେ କଥା କହି ଉଠୁଛି ନିର୍ଜୀବ କାଠ

କାଠରେ ତିଆରି ହୋଇଛି ଲିଙ୍ଗରାଜ ମନ୍ଦିର। ଇଚ୍ଛା ହୁଏ ଘଡ଼ିଏ ମନ ଭରି ଦେଖିବା ପାଇଁ। 

ଭୀମସେନଙ୍କ ହାତର ସ୍ପର୍ଶରେ କଥା କହି ଉଠୁଛି ନିର୍ଜୀବ କାଠ

କାଠରେ ଲିଙ୍ଗରାଜ ମନ୍ଦିରର ମଡେଲ ତିଆରି କରି ଚର୍ଚ୍ଚାରେ ନୟାଗଡ଼ର କାଠ କାରିଗର ଭୀମସେନ। ତାଙ୍କ ହାତ ତିଆରି ଲିଙ୍ଗରାଜ ମନ୍ଦିରର ମଡେଲ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରେ ହେବାକୁ ଥିବା ମ୍ୟୁଜିୟମ ଠାରେ ସ୍ଥାନ ପାଇବ। କାଠରେ କେବଳ ମନ୍ଦିରର ମଡେଲ ନୁହେଁ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତୀକୁ ଏମିତି ଖୋଦେଇ କରନ୍ତି ଯିଏ ମଧ୍ୟ ଦେଖିବ ତାହାର  ଆଖି ଲାଖିଯିବ।

କାଠରେ ତିଆରି ହୋଇଛି ଲିଙ୍ଗରାଜ ମନ୍ଦିର। ଇଚ୍ଛା ହୁଏ ଘଡ଼ିଏ ମନ ଭରି ଦେଖିବା ପାଇଁ। ତାଙ୍କର ହାତ ସ୍ପର୍ଶରେ କଥା କହି ଉଠୁଛି ନିର୍ଜୀବ କାଠ। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗାଁର ଭୀମସେନ ଖୁଣ୍ଟିଆ କାଠରେ ଭଳିକି ଭଳି ମନ୍ଦିର ମୂର୍ତ୍ତି ନିର୍ମାଣ କରିଛନ୍ତି। ଲିଙ୍ଗରାଜ ମନ୍ଦିରର ମଡେଲକୁ ମଧ୍ୟ ସେ କାଠରେ ତିଆରି କରିଛନ୍ତି। ଏହି ମଡେଲ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ରାଜ୍ୟ ସରକାରଙ୍କ ଦ୍ୱାରା ହେବାକୁ ଥିବା ମ୍ୟୁଜିୟମରେ ସ୍ଥାନ ପାଇବ। ଏମିତି ସୁନ୍ଦର ଆକର୍ଷଣୀୟ ମୂର୍ତ୍ତି କରି ସଫଳତା ସାଉଁଟି ପାରିଛନ୍ତି ଯୁବ ଶିଳ୍ପୀ ଭୀମସେନ। 

fallback

Also Read: କଳାକୃତି ମାଧ୍ୟମରେ ଗଣେଶ ପୂଜାର ଅଭିନନ୍ଦନ ଜଣାଇଲେ ଶିଳ୍ପୀ

ପିଲାବେଳୁ ଭୀମସେନ କିଛି ନିଆରା କରିବାର ନିଶା ତାଙ୍କୁ ଆଜି ସଫଳତାର ଶିଖରରେ ପହଞ୍ଚାଇଛି। କେବଳ କାଠରେ ନୁହେଁ ପଥରରେ ମଧ୍ୟ  ଖୋଦେଇ କରି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି, ମନ୍ଦିର ମଡେଲ, ପ୍ରତିମୂର୍ତ୍ତି ଗଢ଼ିବାରେ ସେ ସିଦ୍ଧହସ୍ତ। କାନ୍ଥବାଡ଼ରେ ଏଣୁତେଣୁ ଗାରୋଉଥିବା ପିଲା ଦିନେ ଲିଙ୍ଗରାଜ ମନ୍ଦିରର ଅବିକଳ କରିବ ତାହା ଘର ଲୋକ ବିଶ୍ୱାସ କରିନଥିଲେ। ଯେ କୌଣସି ଫୋଟୋ ଦେଖିଥିଲେ ତାକୁ କାଠରେ ଅବିକଳ ରୂପ ଦେଇଦିଅନ୍ତି ଭୀମସେନ। 

fallback

Also Read: ରକ୍ଷାବନ୍ଧନ ଅବସରରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରାକ୍ଷୀ

ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ତାଲିମ ଶିବିରରେ ପ୍ରଶିକ୍ଷଣ ପାଇ ଜଣେ ପ୍ରତିଷ୍ଠିତ କାରିଗର ହୋଇପାରିଛନ୍ତି। ୨୦୧୧ ମସିହାରୁ ସେ କାଠରେ ଖୋଦେଇ କରିବା କାମ ଆରମ୍ଭ କରିଥିଲେ। ଭୀମସେନଙ୍କୁ ୨୦୧୫ରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ସମେତ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି। କାଠରେ ଲିଙ୍ଗରାଜ ମନ୍ଦିରର ମଡେଲ କରି ପ୍ରଶଂସା ସାଉଁଟିଛନ୍ତି ଭୀମସେନ ଖୁଣ୍ଟିଆ। କାଠରେ ଖୋଦେଇ ଶିକ୍ଷା ଅନ୍ୟଙ୍କୁ ପ୍ରଦାନ କରି ନୂଆ କାରିଗର ଗଢ଼ିବାର ଲକ୍ଷ୍ୟ ରଖିଛନ୍ତି ସେ।