Shani Gochar 2024: ୩ ଅକ୍ଟୋବର ପର୍ଯ୍ୟନ୍ତ ୫ରାଶି ଭାଗ୍ୟବାନ, ମିଳିବ ଶନିଙ୍କ ଆଶୀର୍ବାଦ
Advertisement
Article Detail0/zeeodisha/odisha2301069

Shani Gochar 2024: ୩ ଅକ୍ଟୋବର ପର୍ଯ୍ୟନ୍ତ ୫ରାଶି ଭାଗ୍ୟବାନ, ମିଳିବ ଶନିଙ୍କ ଆଶୀର୍ବାଦ

Saturn Transit 2024: ୩ ଅକ୍ଟୋବର ପର୍ଯ୍ୟନ୍ତ ୫ ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶନିଦେବ ବହୁତ ଶୁଭଫଳ ପ୍ରଦାନ କରିବେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ଶନିଙ୍କ ପ୍ରଭାବ ଶୁଭଫଳ ପ୍ରଦାନ କରିବ ।

Shani Gochar 2024: ୩ ଅକ୍ଟୋବର ପର୍ଯ୍ୟନ୍ତ ୫ରାଶି ଭାଗ୍ୟବାନ, ମିଳିବ ଶନିଙ୍କ ଆଶୀର୍ବାଦ

Saturn Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁଭ ରାଶି ଏବଂ ନକ୍ଷତ୍ରରେ ଶନିଙ୍କ ଉପସ୍ଥିତି ଶୁଭଫଳ ପ୍ରଦାନ କରିଥାଏ । ସମୟ ସମୟରେ ଶନିଙ୍କ ରାଶି ନକ୍ଷତ୍ର ପରିବର୍ତ୍ତନ ଅନେକ ଲୋକଙ୍କ ଭାଗ୍ୟରେ ଉତ୍ଥାନ-ପତନ ଆଣିଥାଏ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସମସ୍ତ ନଅଟି ଗ୍ରହ ମଧ୍ୟରେ ଏକମାତ୍ର ଗ୍ରହ ଶନି ଯିଏକି ମନ୍ଥର ଗତିରେ ଗତି କରନ୍ତି । କିନ୍ତୁ ଅନ୍ୟ ରାଶି ତୁଳନାରେ ସମସ୍ତ ରାଶି ଉପରେ ଶନିଙ୍କ ପ୍ରଭାବ ଅଧିକ ରହିଥାଏ । ଜ୍ୟୋତିଷଙ୍କ ଅନୁଯାୟୀ, ଶନି ନକ୍ଷତ୍ରର ପରିବର୍ତ୍ତନ ଦେଶ ତଥା ବିଶ୍ୱ ସମେତ ସମସ୍ତ ରାଶିର ଲୋକଙ୍କ ଜୀବନରେ ବ୍ୟାପକ ଏବଂ ଗଭୀର ପ୍ରଭାବ ପକାଇଥାଏ । ବର୍ତ୍ତମାନ ଶନିଦେବ ପୁର୍ବଭାଦ୍ରପଦ ନକ୍ଷତ୍ରରେ ଚଳନ କରୁଛନ୍ତି। ଏହି ନକ୍ଷତ୍ରରେ ଶନିଙ୍କ ଚଳନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ପରେ ଶନିଦେବ ୩ ଅକ୍ଟୋବରରେ ଶତଭିଶା ନକ୍ଷତ୍ରରେ ଚଳନ କରିବେ । ୩ ଅକ୍ଟୋବର ପର୍ଯ୍ୟନ୍ତ ୫ ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶନିଦେବ ବହୁତ ଶୁଭଫଳ ପ୍ରଦାନ କରିବେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ଶନିଙ୍କ ପ୍ରଭାବ ଶୁଭଫଳ ପ୍ରଦାନ କରିବ ।

ମେଷ ରାଶି
ଆପଣଙ୍କର ସାହସ, ବୀରତ୍ୱ ଏବଂ ଜ୍ଞାନ ବୃଦ୍ଧି ପାଇବ । ଆୟ ବୃଦ୍ଧି ହେବା ସହ ମାନ ସମ୍ମାନ ମିଳିବ । ଜୀବନଧାରଣରେ ଉନ୍ନତି ଆସିବ । ବ୍ୟବସାୟରେ ଲାଭ ହେବ । ବ୍ୟବସାୟ ବିସ୍ତାର କରିବା ନେଇ ଯୋଜନା ପ୍ରସ୍ତୁତ କରିବେ । ନୂଆ ଯାନବାହନ କିମ୍ବା ନିଜ ଘର କିଣିବା ପାଇଁ ଏହା ଭଲ ସମୟ ।

କର୍କଟ ରାଶି
ଆପଣଙ୍କ ଉପରେ ଶନିଦେବଙ୍କ ସକରାତ୍ମକ ପ୍ରଭାବ ରହିବ । ମାନସିକ ଅସ୍ଥିରତା ହ୍ରାସ ହେବାର ସମ୍ଭାବନା ରହିଛି । ବାଣିଜ୍ୟରେ ଉନ୍ନତି ହେବାର ସମ୍ଭାବନା ରହିଛି । ଆପଣଙ୍କର ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ସମ୍ଭାବନା ରହିଛି । ପାରିବାରିକ ଜୀବନ ଖୁସିରେ କଟିବ । ଆପଣ ଜୀବନସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।

ସିଂହ ରାଶି
ବ୍ୟବସାୟ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଛାତ୍ରମାନେ ପରୀକ୍ଷାରେ ସଫଳତା ପାଇବେ । ଉଚ୍ଚଶିକ୍ଷା ପାଇଁ ଭଲ ଶିକ୍ଷାନୁଷ୍ଠାନରେ ସ୍ଥାନ ମିଳିବ । ସେୟାର ବଜାରରେ ଟଙ୍କା ବିନିଯୋଗ କରିବାର ଏହା ହେଉଛି ଉପଯୁକ୍ତ ସମୟ । ଧାର୍ମିକ କାର୍ଯ୍ୟକଳାପ ଦ୍ୱାରା ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । 

ଧନୁ ରାଶି
ଜୀବନରେ ଅର୍ଥନୈତିକ ପ୍ରଗତିର ସମ୍ଭାବନା ରହିଛି । ଟଙ୍କା ଉପାର୍ଜନର ଉତ୍ସ ବୃଦ୍ଧି ପାଇବ । ଜୀବନଶୈଳୀରେ ପରିବର୍ତ୍ତନ ହେବ । ପାରିବାରିକ ସୁଖ ଶାନ୍ତି ପାଇବେ । ନୂଆ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ ହୋଇପାରେ । ସମ୍ପର୍କୀୟଙ୍କଠାରୁ ସମର୍ଥନ ମିଳିବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଆଶାଠାରୁ ଅଧିକ ମାର୍କ ପାଇବେ । ବ୍ୟବସାୟୀ ଭଲ ହେବ ।

କୁମ୍ଭ ରାଶି
ଆପଣଙ୍କ ଜୀବନରେ ସୁଖ ଏବଂ ଶାନ୍ତି ବଢିବ । ଘରକୁ ନୂଆ ଗାଡି ଆଣିପାରନ୍ତି । ବିଚାରାଧୀନ କାର୍ଯ୍ୟ ଶେଷ ହେବା କାରଣରୁ ଖୁସିବ୍ୟକ୍ତ କରିବେ । ବ୍ୟବସାୟରେ ଅଭିବୃଦ୍ଧି ହେବ । ଅର୍ଥ ସଞ୍ଚୟ କରିବାକୁ ସକ୍ଷମ ହେବେ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭପ୍ରଦ ସାବ୍ୟସ୍ତ ହେବ । 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Mangal Gochar 2024: ବୃଷ ରାଶିରେ ମଙ୍ଗଳ ଚଳନ, ୬ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ଘାଟିରେ ବ୍ରେକ୍‌ ଫେଲ୍‌ କାରଣରୁ ହାଇୱା ସହ ବସ୍‌ ଦୁର୍ଘଟଣା