ଲୁଟ ଘଟଣାରେ ପୋଲିସକୁ ମିଳିଥିବା ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Trending Photos
ବ୍ରହ୍ମପୁର: ସହରର ଶ୍ରୀରାମ ନଗର ଛକ ନିକଟରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମ କାଉଣ୍ଟର ଲୁଟ ଘଟଣାରେ ପୋଲିସ ହାତରେ ଲାଗଛି ବଡ଼ ସଫଳତା। ଏଟିଏମ୍ କାଉଣ୍ଟରରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ବେଳେ ହାଇ ସିକ୍ଯୁରିଟି ଭ୍ୟାନ୍କୁ ଅପହରଣ କରି ହୋଇଥିବା ଲୁଟ ଘଟଣାରେ ଗାଡି ଡ୍ରାଇଭର ସହ ୩ ଜଣଙ୍କୁ ଅଟକ ରଖି ଜେରା କରୁଥିଲା ପୋଲିସ।
ହେଲେ ଏହି ଲୁଟ ଘଟଣାରେ ବ୍ରହ୍ମପୁର ବଡ ବଜାର ଥାନା ପୋଲିସକୁ ମିଳିଥିବା ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହାଇ ସିକ୍ଯୁରିଟି କ୍ୟାସ ଭ୍ୟାନ୍କୁ ଅପହରଣ କରି ଲୁଟ କରାଯାଇଥିବା ଟଙ୍କାକୁ କନ୍ଧମାଳ ଜିଲ୍ଲା ଖଜୁରିପଡା ଅଞ୍ଚଳରୁ ମାଟି ତଳୁ ଉଦ୍ଧାର କରିଛି। ଏହି ଘଟଣାରେ ଗାଡି ଡ୍ରାଇଭର ସମ୍ପୃକ୍ତ ରହିଥିବା ନେଇ ଅନୁମାନ କରିବା ପରେ ଲୁଟ ଟଙ୍କାକୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ।
ସହରର (Berhampur Town) ବଡ ବଜାର ଥାନା ଠାରୁ (Bada Bazar Police Station) କେଇ ମିଟର ଦୂର ଜନଗହଳପୂର୍ଣ୍ଣ ଶ୍ରୀରାମ ନଗର ଛକ ନିକଟରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମ କାଉଣ୍ଟରକୁ (Axis Bank ATM Counter) ଟଙ୍କା ଭରିବାକୁ ଯାଇଥିବା ଏଜିଏସ କମ୍ପାନୀ (AGS Company) ହାଇ ସିକ୍ଯୁରିଟି କ୍ୟାସ ଭ୍ୟାନ୍କୁ (High Security Cash Van) ବନ୍ଧୁକ ମୁନରେ ଅପହରଣ କରି ୨୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା।
Also Read: ATM କ୍ୟାସ ଭ୍ୟାନରୁ ୨୪ ଲକ୍ଷ ଲୁଟ ଘଟଣା: ଡ୍ରାଇଭର ସମେତ ୩ ଅଟକ
ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥିତ ଏକ ଜନଗହଳ ପୂର୍ଣ୍ଣ ରାସ୍ତାରେ ବନ୍ଧୁକ ମୁନରେ ଟଙ୍କା ଭର୍ତ୍ତି କ୍ୟାସ ଭ୍ୟାନ (AGS Company Cash Van) ସହ ଏହାର ଡ୍ରାଇଭରକୁ ଅପହରଣ କରିନେଇଲେ ମୁଖାଧାରୀ ଲୁଟେରା। ଅପହରଣ ହେବାର ଦୀର୍ଘ ସମୟ ପରେ ଅଚେତ ଅବସ୍ଥାରେ ଡ୍ରାଇଭର ସହ ଗାଡିକୁ ସୋରଳ ଗ୍ରାମ (Sorala Village) ନିକଟରୁ ଠାବ କରିଥିଲା ପୋଲିସ।
ଘଟଣାକ୍ରମ ଥିଲା କିଛି ଏମିତି। ଗତ ୧୮ ତାରିଖ ବୁଧବାର ସମୟ ପ୍ରାୟ ୧୨ଟା। ବ୍ରହ୍ମପୁର ସହରର ବଡ ବଜାର ଥାନା ଠାରୁ କେଇ ମିଟର ଦୂରରେ ଅବସ୍ଥିତ ଶ୍ରୀରାମ ନଗର ଛକ ନିକଟରେ ଥିବା ଏକ୍ସିସ ବ୍ୟାଙ୍କ (Shreeram Nagar Axis Bank) ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଲାଗି ପହଞ୍ଚିଥିଲା ଏଜିଏସ କମ୍ପାନୀ ହାଇ ସିକ୍ୟୁରିଟି ଭ୍ୟାନ। ଏଟିଏମରେ ଟଙ୍କା ଭର୍ତ୍ତି ଲାଗି ବନ୍ଧୁକଧାରୀ ସିକ୍ୟୁରିଟି ସହ ଜମାକାରୀ ଏଟିଏମ ଭିତରକୁ ଯାଇଥିବା ସମୟରେ ହଠାତ୍ ଏକ ସ୍କୋର୍ପିଓ ଗାଡିରେ ଆସି ସେଠାରେ ପହଞ୍ଚି ଥିଲେ କିଛି ମୁଖାଧାରୀ ଲୁଟେରା।
Also Read: ATM କ୍ୟାସ ଭ୍ୟାନରୁ ୨୪ ଲକ୍ଷ ଲୁଟ ଘଟଣା: ଡ୍ରାଇଭର ସମେତ ୩ ଅଟକ
ପୂର୍ବ ଯୋଜନା ମୁତାବକ ବନ୍ଧୁକ ମୁନରେ ଡ୍ରାଇଭର ସହ ଭ୍ୟାନକୁ ସେଠାରୁ ଅପହରଣ କରି ନେବା ପରେ ବ୍ରହ୍ମପୁର ଉପକଣ୍ଠ ସୋରଳ ଗ୍ରାମ ନିକଟରେ ଡ୍ରାଇଭରକୁ ଅଚେତ କରି ୨୪ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ ଲୁଟେରା। ଏହି ଘଟଣା ଘଟିବାର କିଛି ସମୟ ପରେ ଟେକ୍ନୋଲୋଜି ଆଧାର କରି ଅଚେତ ଅବସ୍ଥାରେ ଡ୍ରାଇଭର ସହ ଗାଡିକୁ ଉଦ୍ଧାର କରିଥିଲା ପୋଲିସ। ଚେତା ଫେରିବା ପରେ ଘଟଣା ସମ୍ପର୍କରେ କହିଥିଲେ ଡ୍ରାଇଭର।