ତୀକ୍ଷ୍ଣ ସ୍ମରଣ ଶକ୍ତି ଓ ପ୍ରଖର ବୁଦ୍ଧିର ଅଧିକାରୀ ଆରଭ
Advertisement

ତୀକ୍ଷ୍ଣ ସ୍ମରଣ ଶକ୍ତି ଓ ପ୍ରଖର ବୁଦ୍ଧିର ଅଧିକାରୀ ଆରଭ

ଖନେଇ ଖନେଇ କଥା କହୁଥିବା ଆରଭ ପଟ୍ଟନାୟକ ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡର ଅଧିକାରୀ। ପାଟିରୁ ଝରି ପଡୁଛି ଅନର୍ଗଳ ଇଂରାଜି ଶବ୍ଦ। ତାଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଯେ ଯେତେ କଷ୍ଟ ଶୂନ୍ଯସ୍ଥାନକୁ ପୂରଣ କରିବା ସହ ଅନେକ ଶବ୍ଦର ବନାନ ସହ ମୌଳିକ ଗଣିତ ପ୍ରସ୍ତୁତ ଓ ଇଂରାଜୀ ଶବ୍ଦ କ ସଠିକ୍ ଢଙ୍ଗ ଓ ଓଲଟାଲ ଢଙ୍ଗରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଉଚାରଣ କରିବାରେ ବେସ ପାରଙ୍ଗମ।

ତୀକ୍ଷ୍ଣ ସ୍ମରଣ ଶକ୍ତି ଓ ପ୍ରଖର ବୁଦ୍ଧିର ଅଧିକାରୀ ଆରଭ

ବ୍ରହ୍ମପୁର: ବୟସ ମାତ୍ର ସାଢେ ୪ ବର୍ଷ, ହେଲେ ସ୍ମରଣ ଶକ୍ତି ଓ ବୁଦ୍ଧି କିନ୍ତୁ ପ୍ରଖର। ଶୂନ୍ଯସ୍ଥାନ ପୁରଣ କରିବା ସହ ଅନେକ ଶବ୍ଦର ବନାନ ସହ ମୌଳିକ ଗଣିତ ପ୍ରସ୍ତୁତ ଓ ଇଂରାଜୀ ଶବ୍ଦକୁ ସଠିକ୍ ଢଙ୍ଗ ଓ ଓଲଟାଲ ଢଙ୍ଗରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପରିବେଷଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନିଜ ନାମ କୁ ଯୋଡି ପାରିଛନ୍ତି ବ୍ରହ୍ମପୁର ନିଳାଞ୍ଚଳ ନଗରର ଆରଭ ପଟ୍ଟନାୟକ। ଠିକ ସେ କଥା କହିବାର ସକ୍ଷମ ନାହାନ୍ତି କିନ୍ତୁ କୋରୋନା କାଳରେ ଲକଡାନ ହିଁ ତାଙ୍କ ଭିତରେ ରହିଥିବା ସ୍ମରଣ ଶକ୍ତିର ଦକ୍ଷତାକୁ ପାଦାକୁ ଆଣିଛି।

ଖନେଇ ଖନେଇ କଥା କହୁଥିବା ଆରଭ ପଟ୍ଟନାୟକ ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡର ଅଧିକାରୀ। ପାଟିରୁ ଝରି ପଡୁଛି ଅନର୍ଗଳ ଇଂରାଜି ଶବ୍ଦ। ତାଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଯେ ଯେତେ କଷ୍ଟ ଶୂନ୍ଯସ୍ଥାନକୁ ପୂରଣ କରିବା ସହ ଅନେକ ଶବ୍ଦର ବନାନ ସହ ମୌଳିକ ଗଣିତ ପ୍ରସ୍ତୁତ ଓ ଇଂରାଜୀ ଶବ୍ଦ କ ସଠିକ୍ ଢଙ୍ଗ ଓ ଓଲଟାଲ ଢଙ୍ଗରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଉଚାରଣ କରିବାରେ ବେସ ପାରଙ୍ଗମ। କେବଳ ସେତିକି ନୁହେଁ ଗୋଟିଏ ପରେ ଗୋଟିଏ ଏଭଳି ୩୦ରୁ ଊର୍ଦ୍ଧ୍ୱ ଇଂରାଜୀ ରାଇମସକୁ ମୁଖରେ ଆଦୃତ କରି ନିଜ ନାମକୁ ଇଣ୍ଡିଆ ବୁକ୍ ଅଫ ରେକର୍ଡର ତାଲିକାରେ ଯ଼ୋଡିବାରେ ସଫଳ ହୋଇଛନ୍ତି ବ୍ରହ୍ମପୁର ନିଳାଞ୍ଚଳ ନଗରର ସାଦ୍ଧାର୍ଥ ଶଙ୍କର ଓ ବନ୍ୟା ପଟ୍ଟନାୟକଙ୍କ ୪ ବର୍ଷର ପୁଅ ଆରଭ ପଟ୍ଟନାୟକ।  

Also Read: କୋରୋନା କଟକଣା ନିୟମ ଭାଙ୍ଗିଲେ ବିଧାୟକ; ଜୋରିମାନ ଆଦାୟ କରି ଚୁପ୍ ପ୍ରଶାସନ

ଏତେ କମ ବୟସରେ ନିଜ ସନ୍ତାନର ଏଭଳି ପାରଦର୍ଶିତାକୁ ନେଇ ସମସ୍ତେ ଖୁସି ପ୍ରଘଟ କରୁଥିବା ବେଳେ ନିଜ ଭବିଷ୍ୟତର ଲକ୍ଷ କୁ ଅତି ନିକ୍ଷୁଣ ଭାବେ ପ୍ରକାଶ କରୁଛନ୍ତି ଆରଭ। ତାଙ୍କର ଏହି ସଫଳତା ପଛରେ ରହିଛି ଲକଡାଉନ କଟକଣା। ମା ଓ ବାପା ଉଚ୍ଚଶିକ୍ଷିତ ହୋଇଥିବା ବେଳେ ସେମାନେ ବାଙ୍ଗାଲୋରର ଏକ ସପ୍ଟୱେର କମ୍ପାନୀରେ ବାପା କାର୍ଯ୍ୟ କରୁଛନ୍ତି। ତେବେ ଆରଭ୍ ପିଲାଟି ଦିନରୁ ବିଭିନ୍ନ ପ୍ରସଙ୍ଗ ଉପରେ ଜାଣିବାକୁ ଇଚ୍ଛା କରୁଥିଲେ। ଖାଇବା, ଖେଳିବା ସମୟରେ ତାଙ୍କ ମା ତାଙ୍କୁ ଯାହା କୁହନ୍ତି ସେ ମନେ ରଖିପାରୁଥିଲେ। ପୁଅର ଏଭଳି ମନେରଖିବା ଶକ୍ତି ଦେଖି ମାଁ ବନ୍ୟା ତାଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ଶିକ୍ଷା ଦେବା ଆରମ୍ଭ କରିଥିଲେ। ଯାହା ଆଜି ତାଙ୍କ ପାଇଁ ଆଣି ଦେଇଛି ସଫଳତା ମାର୍ଗ।