ବସ ମାଲିକଙ୍କ ମୁଣ୍ଡ ନେଲା ମହାମାରୀ! ରେଳ ଧରଣାରେ ଖଣ୍ଡବଖଣ୍ଡିତ ଶରୀର ଠାବ
Advertisement
Article Detail0/zeeodisha/odisha996300

ବସ ମାଲିକଙ୍କ ମୁଣ୍ଡ ନେଲା ମହାମାରୀ! ରେଳ ଧରଣାରେ ଖଣ୍ଡବଖଣ୍ଡିତ ଶରୀର ଠାବ

ବ୍ରହ୍ମପୁର ସହରର ବେସ୍ ଜଣାଶୁଣା ଲିଲ୍କ୍ ସିଟି ବସର ମାଲିକ ଫାୟାଜଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳ ଧାରଣାରୁ ଠାବ କରାଯାଇଛି। ମାନସିକ ଭାରସାମ୍ୟ ହରାଇ ଫାୟାଜ୍ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ଦୀର୍ଘ ଦୁଇ ବର୍ଷ ଧରି ବିଶ୍ୱର କୋରୋନା ଆତଙ୍କ ଖେଳାଇଛି। ଆର୍ଥନୈତିକ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ପଡିଛି, ଅନେକ ଲୋକ ମାନସିକ ଚାପରେ ପଡି ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଆଉ ଏଭଳି ଏକ ଘଟଣା ବୁଧବାର ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ଜଣେ ବସ ମାଲିକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ବ୍ରହ୍ମପୁର ସହରର ବେସ୍ ଜଣାଶୁଣା ଲିଲ୍କ୍ ସିଟି ବସର ମାଲିକ ଫାୟାଜଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳ ଧାରଣାରୁ ଠାବ କରାଯାଇଛି। ମାନସିକ ଭାରସାମ୍ୟ ହରାଇ ଫାୟାଜ୍ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତନାଘନା ଆରମ୍ଭ କରିଛି।

Also Read: ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପା-ମାଆ!

ଫାୟାଜଙ୍କ ମୃତଦେହର ପୋଷ୍ଟମର୍ଟମ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଛି। କୋରୋନା କାଳରେ ଦିର୍ଘଦିନ ଧରି ଲକଡାଉନ ପରିସ୍ଥିତି ଯୋଗୁ ବସ ଗୁଡିକ ଛିଡାହୋଇ ରହିଥିଲା। ଫଳରେ ଫାୟାଜଙ୍କୁ ଅନେକ କ୍ଷତି ସହିବାକୁ ପଡିଥିଲା। ଶେଷରେ ଋଣଭାର ସହିନ ପାରି ଫାୟାଜ୍ ଏଭଳି ଚରମ ନିଷ୍ପତ୍ତି ନେଇଥିବା ବସ ମାଲିକ ସଂଘ ଅଭିଯୋଗ ଆଣିଛନ୍ତି।