ସୁମିତ-ତପସ୍ୱିନୀ ବିବାହ ବିବାଦରେ ରୋଚକ ମୋଡ଼, ରାତିରେ ଘର ଛାଡ଼ିଲେ ଶ୍ୱଶୂର
Advertisement

ସୁମିତ-ତପସ୍ୱିନୀ ବିବାହ ବିବାଦରେ ରୋଚକ ମୋଡ଼, ରାତିରେ ଘର ଛାଡ଼ିଲେ ଶ୍ୱଶୂର

ଅନେକ ବାଦ ବିବାଦ ସତ୍ତ୍ୱେ ପ୍ରଶାସନର ସହାୟତାରେ ଗୁରୁବାର ତପସ୍ୱିନୀ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ପ୍ରବେଶ କରିଛନ୍ତି। କିନ୍ତୁ ଏହାକୁ ତାଙ୍କ ଶ୍ୱଶୁର ଅର୍ଥାତ ସୁମିତଙ୍କ ବାପା ବିରୋଧ କରିଛନ୍ତି।

ଡିଜାଇନ୍ ଫଟୋ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ସୁମିତ-ତପସ୍ୱିନୀ ପାରିବାରିକ କଳି ତୁଟିବାର ନାଁ ନେଉ ନାହିଁ। ସୁମିତଙ୍କ ଘରେ ତପସ୍ୱିନୀଙ୍କୁ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ମଧ୍ୟ ମାମଲାରେ ନୂଆ ନୂଆ ସମସ୍ୟା ସୃଷ୍ଟି ହେଉଛି। ପ୍ରଶାସନର ହସ୍ତକ୍ଷେପରେ ଦୀର୍ଘ ଦେଢ ମାସ ପରେ ଗୁରୁବାର ତପସ୍ୱିନୀ ନିଜ ସ୍ୱାମୀ ସୁମିତଙ୍କ ଘରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ନିଜକୁ ଅସୁରକ୍ଷିତ ଅନୁଭବ କରି ସୁମିତଙ୍କ ବାପା ଘର ଛାଡି ବାହାରୁ ଆସିଛନ୍ତି।

ଅନେକ ବାଦ ବିବାଦ ସତ୍ତ୍ୱେ ପ୍ରଶାସନର ସହାୟତାରେ ଗୁରୁବାର ତପସ୍ୱିନୀ ସ୍ୱାମୀ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ପ୍ରବେଶ କରିଛନ୍ତି। କିନ୍ତୁ ଏହାକୁ ତାଙ୍କ ଶ୍ୱଶୁର ଅର୍ଥାତ ସୁମିତଙ୍କ ବାପା ବିରୋଧ କରିଛନ୍ତି। ପରିବାର ଲୋକ ତପସ୍ୱିନୀଙ୍କୁ ଘରେ ରଖିବେ କିନ୍ତୁ ତାଙ୍କ ସାଙ୍ଗରେ ରହିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି। ତପସ୍ୱିନୀ ଘରେ ପଶିବା ପରେ ତାଙ୍କ ସୁମିତଙ୍କ ବାପା ନିଜ ଘରଛାଡି ବାହାରେ ରାତି କାଟିଛନ୍ତି। ଏହା ସହ ସେ ଏକ ଭିଡିଓ ଜାରି କରି କାହିଁକି ଘର ଛାଡିଲେ ତାହାର କାରଣ କହିଛନ୍ତି।

Also Read: ଆଜିଠୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ, ବନ୍ଦ ହେଲା କ୍ଲାସରୁମ୍

ସୁମିତଙ୍କ ବାପା ଭିଡିଓରେ କହୁଛନ୍ତି ଯେ, ତାଙ୍କର ଅନିଚ୍ଛା ସତ୍ତ୍ୱେ ପ୍ରଶାସନ ବଳପୂର୍ବକ ତପସ୍ୱିନୀଙ୍କୁ ଘରେ ପଶାଇଛନ୍ତି। ତପସ୍ୱିନୀଙ୍କୁ ଘରେ ରଖିବା ନେଇ କୋର୍ଟ ଦେଇଥିବା ଆଦେଶକୁ ନେଇ ସେ ଦ୍ୱନ୍ଦରେ ଅଛନ୍ତି। ପୋଲିସକୁ ଏବାବଦରେ କହିଥିଲେ ସୁଦ୍ଧା କୌଣସି ଲାଭ ମିଳିନଥିବା ସୁମିତଙ୍କ ବାପା ଭିଡିଓରେ କହିଛନ୍ତି। ଏହା ବ୍ୟତୀତ ତପସ୍ୱିନୀ ତାଙ୍କ ଘରେ ରହିଲେ ସେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ସୁମିତଙ୍କ ବାପା କହିଛନ୍ତି। 

 

ସୂଚନାଯୋଗ୍ୟ, ମଙ୍ଗଳବାର ବ୍ରହ୍ମପୁର ଜିଲ୍ଲା ଜଜ୍, ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଇଥିଲେ। ତପସ୍ୱିନୀ ଶାଶୁ ଘରେ ରହିବା ସହ ତାଙ୍କୁ ମାସିକ ୧୭ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ତପସ୍ୱିନୀଙ୍କୁ ଘରେ ରଖିବାକୁ ସୁମିତ ପରିବାର ରାଜିଥିବା ବେଳେ ଏବେ ନାନା ବାହାନା କରୁଛନ୍ତି। ସାଙ୍ଗରେ ରହିଲେ ପୁଣି ତପସ୍ୱିନୀ ଘରୋଇ ହିଂସାର ମିଛ ଅଭିଯୋଗ ଆଣିବା ସମ୍ଭାବନା ରହିଛି ବୋଲି ସୁମିତଙ୍କ ପରିବାର ଆଶଙ୍କା କରୁଛନ୍ତି।