ବିବାଦ ମଧ୍ୟରେ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ; ପ୍ରଶ୍ନ ଉଠାଇଲେ ବିରୋଧି
Advertisement
Article Detail0/zeeodisha/odisha953954

ବିବାଦ ମଧ୍ୟରେ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ; ପ୍ରଶ୍ନ ଉଠାଇଲେ ବିରୋଧି

ନିର୍ବାଚନ ସମୟରେ ବାରମ୍ବାର ନିଜର ଶିକ୍ଷାଗତ ଯୋଗ୍ଯତାକୁ ନେଇ ମିଥ୍ୟା ସତ୍ୟ ପାଠ ଦାଖଲ କରି ଅଡୁଆରେ ରହି ଆସିଥିବା ବିଧାୟକ ଏବେ ପୁଣି ଥରେ ମାଟ୍ରିକ ପରୀକ୍ଷା ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। 

ବିବାଦ ମଧ୍ୟରେ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ; ପ୍ରଶ୍ନ ଉଠାଇଲେ ବିରୋଧି

ବ୍ରହ୍ମପୁର: ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ। ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ଏଭଳି କିଛି ନାରା ଦେଇ ଦେଶକୁ ଶିକ୍ଷିତ କରିବାକୁ ପ୍ରାୟସ କରୁଛନ୍ତି ସରକାର। ଆଉ ଏହି ନାରାରେ ଅନୁପ୍ରାଣିତ ହେବା ସହ ନିଜର ଶିକ୍ଷାଗତ ଯୋଗ୍ଯତାକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହି ଆସିଥିବା ଗଞ୍ଜାମ ଜିଲ୍ଲା ସୋରଡା଼ ବିଧାୟକ ଏବେ ମାଟ୍ରିକ ପରୀକ୍ଷା ଦେବାକୁ ମନ ବଳାଇଛନ୍ତି। 

୪୯ ବର୍ଷ ବୟସରେ ବିଜେଡି଼ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଓପନ ସ୍କୁଲ ସାଟିଫିକେଟ ପରୀକ୍ଷା ମାଧ୍ୟମରେ ଫର୍ମ ଫିଲପ୍ କରିଥିବା ବେଳେ ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହୋଇ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଅନ୍ୟ ପରୀକ୍ଷାର୍ଥୀଙ୍କ ଭଳି ବିଧାୟକ ମଧ୍ୟ ପରୀକ୍ଷା ଦେବା ଲାଗି ପହଞ୍ଚି ଥିବା ବେଳେ କୋଭିଡ ଲକ୍ଷଣ ରହିଥିବା କାରଣରୁ ବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା। ସେପଟେ ନିର୍ବାଚନ ସମୟରେ ବାରମ୍ବାର ନିଜର ଶିକ୍ଷାଗତ ଯୋଗ୍ଯତାକୁ ନେଇ ମିଥ୍ୟା ସତ୍ୟ ପାଠ ଦାଖଲ କରି ଅଡୁଆରେ ରହି ଆସିଥିବା ବିଧାୟକ ଏବେ ପୁଣି ଥରେ ମାଟ୍ରିକ ପରୀକ୍ଷା ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। 

Also Read: କୋରୋନା କଟକଣା ନିୟମ ଭାଙ୍ଗିଲେ ବିଧାୟକ; ଜୋରିମାନ ଆଦାୟ କରି ଚୁପ୍ ପ୍ରଶାସନ

ମେଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ସୋରଡା଼ ବିଜେଡି ବିଧାୟକ (Surada MLA Purna Chandra Swain)। ନିଜର ଶିକ୍ଷାଗତ ଯୋଗ୍ଯତାପ୍ରାପ୍ତ କରିବା ଲାଗି ଏବେ ବେଶ ବ୍ଯାଗ୍ର ବିଧାୟକ। କୋଭିଡ୧୯ ଲକ୍ଷଣ ଥିବା ମେଡିକାଲ ସାଟିଫିକେଟ ପ୍ରଦାନ କରି ଏକ ସ୍ବତନ୍ତ୍ର କୋଠରୀରେ ବିଧାୟକ ଦେଲେ ପରୀକ୍ଷା। ଚଳିତ ବର୍ଷ ଜୁଲାଇ ୩୦ ତାରିଖ ଶୁକ୍ରବାର ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଅଫଲାଇନ ମାଟ୍ରିକ ପରୀକ୍ଷା। 

ଓଡି଼ଶା ରାଜ୍ୟ ମୁକ୍ତ ଶିକ୍ଷା ସଂସ୍ଥାନ (Odisha State Open Schooling) ମାଧ୍ୟମରେ ସାଧାରଣ ପରୀକ୍ଷାଙ୍କ ଭଳି ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପହଞ୍ଚି ପରୀକ୍ଷା ଦେଇଥିଲେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ମୋଟର ସାଇକେଲ ଯୋଗେ ବିଧାୟକ ନିଜ ପିଏସଓ ଓ କର୍ମଙ୍କ ସହ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ କୋଭିଡ ଲକ୍ଷଣ ଥିବା ମେଡିକାଲ ସାଟିଫିକେଟ ପ୍ରଦାନ କରିଥିଲେ। ଯାହା ଫଳରେ ବିଧାୟକଙ୍କ ଲାଗି ସ୍ବତନ୍ତ୍ର ସଙ୍ଗରୋଧ ଗୃହର (Isolation Room) ବ୍ୟବସ୍ଥା କରାଯାଇ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। 

ସେପଟେ ବିଧାୟକ ମାଟ୍ରିକ ପରୀକ୍ଷା ଦେ୍ବାକୁ ନେଇ ସ୍ବର ଉଠାଇଛନ୍ତି ବିରୋଧି। ଗତ ୨୦୦୯ ବିଧାନସଭା ନିର୍ବାଚନ ସମୟରେ ବିଧାୟକ ନିଜେ ଦାଖଲ କରିଥିବା ସତ୍ୟପାଠରେ ନିଜର ଶିକ୍ଷାଗତ ଯୋଗତ୍ୟା ମାଟ୍ରିକ ଦର୍ଶାଇ ଥିବା ବେଳେ  ୨୦୧୪ ନିର୍ବାଚନରେ ନବମ ପାସ ବୋଲି ଜଣାଇଥିଲେ। ସେହିପରି ୨୦୧୯ ନିର୍ବାଚନରେ ଅଷ୍ଟମ ବୋଲି ଦର୍ଶାଇ ଥିବା ଅଭିଯୋଗ ହୋଇଛି। ଏହା ବିରୁଦ୍ଧରେ ସୋରଡା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଧାୟକ ସତ୍ୟପାଠକୁ ମିଥ୍ୟା ଦର୍ଶାଇ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଏବେ ଏହି ମାମଲା ବିଚାରଧିନ ରହିଛି।

Also Read: ପ୍ରଦୀପଙ୍କ ପରେ ଟାର୍ଗେଟରେ ପୂର୍ଣ୍ଣ; ଅଭିଯୋଗକୁ ମାନିଲେ ଦଳୀୟ ନେତା

ଏଭଳି ପରିସ୍ଥିତିରେ ବିଧାୟକ କିଭଳି ପରୀକ୍ଷା ଦେଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧି। ଏପରିକି ନିକଟରେ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀରେ ହଜାର ହଜାର ଲୋକଙ୍କୁ ମେଳି କରି ଭୋଜି ଭାତର ଆୟୋଜନ କରିଥିବା ବିଧାୟକ ଏବେ କୋଭିଡ ଲକ୍ଷଣ ଥିବା ମେଡିକାଲ ସାଟିଫିକେଟ ପ୍ରଦାନ କରିଥିବା ବେଳେ ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବା ଅଭିଯୋଗ ହୋଇଛି। ସେପଟେ ବିଧାୟକ ଏନେଇ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି। ପାଠ ପଡିବା ଲାଗି ଯଦିଓ ବୟସ ସୀମା ନାହିଁ ହେଲେ ନିର୍ବାଚନ ଦାଖଲ କରିଥିବା ସତ୍ୟପାଠ ଯଦି ସତ୍ଯ ପ୍ରମାଣିତ ହୁଏ ତାହେଲେ ବିଧାୟକଙ୍କ ଲାଗି ସମସ୍ୟା ବଢିପାରେ।