ତାଲାବନ୍ଦ କାରଣରୁ ଗଡୁନି ବସ୍, ହତାଶ ମାଲିକ, ରାସ୍ତାକୁ ଓହ୍ଲାଇଲେ କର୍ମଚାରୀ
Advertisement

ତାଲାବନ୍ଦ କାରଣରୁ ଗଡୁନି ବସ୍, ହତାଶ ମାଲିକ, ରାସ୍ତାକୁ ଓହ୍ଲାଇଲେ କର୍ମଚାରୀ

କୋରୋନାର ଭୟାବହତା ଠାରୁ ପେଟର ଭୋକ ବଳିଯାଇଥିବା ବେଳେ ଏବେ ନିରୁପାୟ ହୋଇ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଶହ ଶହ ବସ କର୍ମଚାରୀ।

ତାଲାବନ୍ଦ କାରଣରୁ ଗଡୁନି ବସ୍, ହତାଶ ମାଲିକ, ରାସ୍ତାକୁ ଓହ୍ଲାଇଲେ କର୍ମଚାରୀ

ବ୍ରହ୍ମପୁର: କୋରୋନ ମହାମାରୀ ସାଧାରଣ ଜନତାଙ୍କ ଜୀବନ ଜୀବିକା ଉଜାଡି ଦେଇଥିବା ବେଲେ ଭୋକ ବିକଳରେ ଦିନ କାଟୁଛନ୍ତି ବିଭିନ୍ନ ବର୍ଗର ଲୋକ। ଏହା ମଧ୍ୟରେ ପଦାକୁ ଆସିଛି ବସ କର୍ମଚାରୀଙ୍କ ଅସହାୟତାର ସ୍ବର। କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ଦିନ ଧରି ଜାରି ରହିଥିବା ତାଲା ବନ୍ଦ ଫଳରେ ବସ ଚକା ଗଡୁନଥିବା ବେଳେ ହାତରେ ହାତ ବାନ୍ଧି ବସିଛନ୍ତି ବସ ମାଲିକ। 

ଏଭଳି ପରିସ୍ଥିତିରେ କାମ ନାହିଁ ତ ଦରମା ନାହିଁ ନୀତିରେ କାମ କରୁଥିବା ହଜାର ହଜାର ବସ କର୍ମଚାରୀଙ୍କ ଘରେ ଏବେ ଚୁଲି ଜଳୁନି। ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଅସହାୟଙ୍କ ପ୍ରତି ସରକାର ଶୁଭ ଦୃଷ୍ଟି ଦେବା ଲାଗି ଦାବି ହୋଇଛି। କୋରୋନା ମହାମାରୀ (Corona Pandemic) ପ୍ରକୋପ ଆରମ୍ଭ ହୋଇଯିବା ପରେ ମାସ ମାସ ଧରି ବସଷ୍ଟାଣ୍ଡ (Bus Stand) ଠାରେ ଅଟକି ରହିଛି ଯାତ୍ରୀବାହୀ ବସ (Passenger Bus)। ତାଲା ବନ୍ଦ କାରଣରୁ ଚକା ଜାମ୍ ହୋଇଥିବାରୁ ନିରୁପାୟ ହୋଇ ହାତ ଟେକି ଦେଲେଣି ବସ ମାଲିକ (Bus Owner)। ମାସ ମାସ ଧରି କାମଧନ୍ଦା ନଥିବା କାରଣରୁ ହତାସ ହୋଇପଡିଲେଣି ବସ୍ କର୍ମଚାରୀ (Bus Staff)।

Also Read: ଏଣିକି 'ମୋ ବସ'ରେ ମିଳିବ 'ମୋ ଏଫଏମ' ସେବା

କୋରୋନାର ଭୟାବହତା ଠାରୁ ପେଟର ଭୋକ ବଳିଯାଇଥିବା ବେଳେ ଏବେ ନିରୁପାୟ ହୋଇ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ଶହ ଶହ ଡ୍ରାଇଭର,କଣ୍ଡକ୍ଟର, କ୍ଲିନର। ମହମାରୀ ସମୟରେ ଜୀବିକା ହରାଇ ହଜାର ହଜାର ପରିବାର ଏବେ ଭୋକ ବିକଳରେ ଦିନ କାଟୁଥିବା ବେଳେ ସରକାରଙ୍କ ଶୁଭ ଦୃଷ୍ଟି ଯେମିତି ସେମାନଙ୍କ ଉପରେ ପଡିନଥିବା ଅଭିଯୋଗ ହୋଇଛି। ଏପରିକି କୋରୋନାର ପ୍ରଥମ ଲହର ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ ବସ କର୍ମଚାରୀ। ହେଲେ ସେବେ ଠାରୁ ସେମାନଙ୍କୁ ଅନୁକମ୍ପା ଦେଖାଇବା ତ ଦୂରର କଥି କେହି ଯେମିତି ଆଡ ଆଖିରେ ସେମାନଙ୍କୁ ଚାହୁଁନଥିବା ଅଭିଯୋଗ ହୋଇଛି।  

Also Read: ବ୍ରହ୍ମପୁରରେ ଘରୋଇ ବସ ସେବା ଠପ୍

ବସଷ୍ଟାଣ୍ଡରୁ ଗାଡି ଗଡୁନଥିବା ହେତୁ ମାଲିକ ବସ ମାଲିକ ହତାଶ ହୋଇ ହାତ ଟେକିଦେଲେଣି। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ପ୍ରତି ଯେମିତି କେହି ସାହା ଭରସା ନଥିବା ବେଳେ ସରକାଙ୍କ ନିକଟରେ ଦାବି ଜଣାଇବା ଲାଗି ଏକତ୍ରୀତ ହୋଇଛନ୍ତି ବସ କର୍ମଚାରୀ। ବସଷ୍ଟାଣ୍ଡ ସମ୍ମୁଖରେ ସହ ସହ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କୋରୋନା କାଳରେ ଯୁଝି ହେଉଥିବା ବସ  କର୍ମଚାରୀ ପେଟ ପାଟଣାକୁ ଦୃଷ୍ଟିରେ ରଖି ସରକାର ସହାୟତା ଯୋଗାଇଦେବା ଲାଗି ଦାବି କରିଛି ଗଞ୍ଜାମ ଜିଲ୍ଲା ବସ କର୍ମଚାରୀ ସଂଘ।   

Also Read: ପୁରୀକୁ ଗଡ଼ିବ 'ମୋ ବସ'

କୋରୋନା କାଳରେ ଜୀବିକା ହରାଇ ଭୋକ ଉପାସରେ ପିଲା ଛୁଆଙ୍କୁ ନେଇ ଡହଳ ବିକଳ ହେଉଥିବା ଏହି ବସ କର୍ମଚାରୀଙ୍କ ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।