ଶୋଇଥିଲା ପ୍ରଶାସନ; ପଶିଗଲା କୋରୋନା
Advertisement
Article Detail0/zeeodisha/odisha880165

ଶୋଇଥିଲା ପ୍ରଶାସନ; ପଶିଗଲା କୋରୋନା

ପ୍ରବାସୀ ଓଡିଆଙ୍କ ଘର ବାହୁଡା ପରେ ଜିଲ୍ଲାରେ ବଢିଛି କୋରୋନା ସଂକ୍ରମଣ। 

 

ଶୋଇଥିଲା ପ୍ରଶାସନ; ପଶିଗଲା କୋରୋନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ଗ୍ରାଫ ଧିରେ ଧିରେ ଉପର ମୁହାଁ ହେବାରେ ଲାଗିଲାଣି। ଯାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଖାସ କରି ଜିଲ୍ଲାରେ କୋରୋନା ସଂକ୍ରମଣ ବ୍ୟାପିବା ପଛରେ ପ୍ରବାସୀ ଓଡିଆଙ୍କ ଆଗମନ ମୁଖ୍ୟ କାରଣ ବୋଲିସ କୁହାଯାଇଛି। ଏହି ବିପଦର ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପଞ୍ଚସୁତ୍ର ନିୟମକୁ ପୁଣିଥରେ କଡାକଡି କରିଛି। 

ସେପଟେ ମହାମାରୀ ମୁକାବିଲା କରିବା ପାଇଁ ଆରମ୍ଭ ହୋଇଯାଇଛି ଟିକାକରଣ। ମାତ୍ର ଆବଶ୍ୟକୀୟ ପରିମାଣର ଟିକା ଉପଲବ୍ଧ ନଥିବା କାରଣରୁ ଜିଲ୍ଲାରେ ଟିକାକରଣ ପକ୍ରିୟା ଏପ୍ରିଲ ୭ ତାରିଖ ବୁଧବାର ବନ୍ଦ ରହିଛି। ଯାହ ଫଳରେ ଟିକା ନେବାକୁ ଆସୁଥିବା ଲୋକେ ନିରାସ ହୋଇ ଫେରିଛନ୍ତି। ଅଭାବୀ ପରିସ୍ଥିତିରେ ଚାଲିଛି ଟିକା କରଣ ପ୍ରକ୍ରିୟା। କୋରୋନା ଟିକା ମହଜୁଦ ନଥିବା କାରଣରୁ ୨୦୧ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି। 

Also Read: କୋରୋନା ଆତଙ୍କ; ଗଞ୍ଜାମବାସୀଙ୍କ ଚିନ୍ତା ବଢାଇଲା ପ୍ରବାସୀଙ୍କ ଘର ବାହୁଡା

 

ଗତ ବର୍ଷ ଭଳି ଏଥର ଗଞ୍ଜାମ ଜିଲ୍ଲାରେ କାୟା ମେଲାଇଲାଣି କୋରୋନା ମହାମାରୀ। ପୁଣିଥରେ ଘର ବାହୁଡା ହେବା ଆରମ୍ଭ କଲେଣି ପ୍ରବାସୀ ଓଡିଆ। ଜିଲ୍ଲାବାସୀଙ୍କୁ ଘାରିଲାଣି ସଂକ୍ରମଣ ଭୟ। କୋରୋନା ସଂକ୍ରମଣ ତାଲିକାର ଶୀର୍ଷରେ ସର୍ବଦା ରହି ଆସୁଥିବା ଗଞ୍ଜାମ ବାସୀଙ୍କୁ ଏବେ କୋଭିଡ୧୯ ଦ୍ବିତୀୟ ଲହର ଭୟ। ଆବଶ୍ୟକ ମୁତାବକ କୋରୋନା ଟିକା ଉପଲବ୍ଧ ନହେବା କରଣରୁ ଟିକାକରଣ ପ୍ରକ୍ରିୟା ବନ୍ଦ ହେବା ଜିଲ୍ଲା ପ୍ରଶାସନ ସହ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି।

Also Read: କୋରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମରେ ନୂଆ ନିୟମ

 

ଜିଲ୍ଲାରେ ୯ ଲକ୍ଷ ଲୋକଙ୍କୁ କୋରୋନା ଟିକା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ ରଖିଥିବା ବେଲେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଛି। ଯାହାକି ଲକ୍ଷର ମାତ୍ର ୩୦.୮ ପ୍ରତିଶତ। ଗଞ୍ଜାମ ଜିଲ୍ଲାରେ ଟିକାକରଣ ଲାଗି ୨୧୦ କେନ୍ଦ୍ର ଖୋଲା ଯାଇଥିବା ବେଳେ ଆବଶ୍ୟକୀୟ ଟିକା ମହଜୁଦ ନଥିବା କାରଣରୁ ଟିକାକରଣ ବନ୍ଦ ରହିଛି। ଜିଲ୍ଲାରେ ଏବେ କେବଳ ୯ଟି କେନ୍ଦ୍ରରେ ଟିକାକରଣ ଚାଲିଛି। 

ବୁଧବାର ରାତି ସୁଦ୍ଧା ଜିଲ୍ଲାକୁ ୫୧ ହଜାର କୋରୋନା ଟିକା ଆସିବା ନେଇ ଜଣାଇଛି ସ୍ବାସ୍ଥ୍ୟ ବିଭାଗ। କେନ୍ଦ୍ରରୁ ଆବଶ୍ୟକୀୟ ପରିମାଣର ଟିକା ରାଜ୍ୟକୁ ଆସିପାରୁନଥିବା କାରଣରୁ ଅଭାବୀ ପରିସ୍ଥିତି ସୃଷ୍ଟି ହୋଇଥିବା  କହିଛନ୍ତି ଜିଲ୍ଲା ଟିକାକରଣ ଦାୟିତ୍ୱରେ ଥିବା ଅଧିକାରୀ। 

Also Read: ପାଞ୍ଚ ରାଜ୍ୟର ପର୍ଯ୍ୟଟକଙ୍କୁ ପୁରୀ ମନା !

ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ସମସ୍ତଙ୍କ ଚିନ୍ତା ବଢାଇଥିବା ବେଲେ ପ୍ରବାସୀ ଓଡିଆଙ୍କ ଘର ବାହୁଡା ଏବେ ଜିଲ୍ଲାବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କେତେ ସଂଖ୍ୟକ ଯାତ୍ରୀ କେଉଁ ରାଜ୍ୟରୁ ଓଡିଶାକୁ ଆସୁଛନ୍ତ ତାହାର ହିସାବ କାହା ପାଖରେ ନାହିଁ। ବ୍ରହ୍ମପୁର ରେଳ ଷ୍ଟେସନରେ କଣ୍ଟାକ୍ଟ ଷ୍ଚ୍ରେସିଂ ବଦଳରେ ଥର୍ମାଲ ସ୍କ୍ରିନିଂ ଚାଲିଛି। ରେଳପଥ ଠାରୁ ଆରମ୍ଭ କରି ସଡକ ପଥ ସବୁକିଛି ମୁକୁଳା ରହିଥିବା କରଣରୁ ଆଗାମୀ ଦିନରେ ବିସ୍ଫୋରକ ପରିସ୍ଥିତି ଉପୁଜିପାରେ। ଏଭଲି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଜନ ସଚେତନତାକୁ ଅଧିକ ଗୁରୁତ୍ୱ ଦେବା ସହ ପଞ୍ଚସୂତ୍ର ନିୟମକୁ କଡାକଡି ଭାବେ ଲାଗୁ କରିବା ସହ କୋରୋନା ଗାଇଡଲାଇନ ଭଙ୍ଗ କରୁଥିବା ଲୋକଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରିବା ଆରମ୍ଭ କରିଦେଲାଣି।