କୋରୋନା ଆତଙ୍କ; ଗଞ୍ଜାମବାସୀଙ୍କ ଚିନ୍ତା ବଢାଇଲା ପ୍ରବାସୀଙ୍କ ଘର ବାହୁଡା
Advertisement

କୋରୋନା ଆତଙ୍କ; ଗଞ୍ଜାମବାସୀଙ୍କ ଚିନ୍ତା ବଢାଇଲା ପ୍ରବାସୀଙ୍କ ଘର ବାହୁଡା

କୋରୋନା ସଂକ୍ରମଣ ଭୟରେ ପୁଣିଥରେ ପ୍ରବାସିଙ୍କ ଘର ବାହୁଡା ଅରମ୍ଭ ହୋଇଯାଇଛି। ସେପଟେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଗଞ୍ଜାମବାସୀଙ୍କ ଛାତିରେ ଛନକା ପଶିଛି।

 

ଫାଇଲ ଫଟୋ

ବ୍ରହ୍ମପୁର: ପୁଣିଥରେ ଚିନ୍ତା ବଢାଇଲାଣି ମହାମାରୀ କୋରୋନା। ମହାରାଷ୍ଟ୍ର ସମେତ ଦେଶର ୬ଟି ରାଜ୍ୟରେ କୋରୋନାର ଦ୍ବିତିୟ ଲହର ଦେଖିବାକୁ ମିଳିଛି। ଏଥିପାଇଁ ନାଗପୁରେ ୭ ଦିନିଆ ଲକଡାଉନ କରିବା ଲାଗି ନିଷ୍ପତି ନିଆଯାଇଛି। କୋରୋନା ସଂକ୍ରମଣ ଭୟରେ ପୁଣିଥରେ ପ୍ରବାସିଙ୍କ ଘର ବାହୁଡା ଅରମ୍ଭ ହୋଇଯାଇଛି। ସେପଟେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଗଞ୍ଜାମବାସୀଙ୍କ ଛାତିରେ ଛନକା ପଶିଛି।

କୋରୋନା (Corona virus) ଭୟରେ ପ୍ରତି ଦିନ ମହାରାଷ୍ଟ୍ର, ସୁରଥ ଭଳି ଅଞ୍ଚଳରୁ ଟ୍ରେନରେ ଶହ ଶହ ଯାତ୍ରୀ ଗଞ୍ଜାମ (Ganjam) କୁ ଫେରୁଛନ୍ତି। କିନ୍ତୁ ଷ୍ଟେସନ (Berhampur Railway Station) ରେ ପ୍ରଶାସନ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଗଞ୍ଜାମ ଜିଲ୍ଲା ପ୍ରତି ପୁଣିଥରେ କୋରୋନାର ବିପଦକୁ ସହଜରେ ଏଢାଇ ଦିଆଯାଇନପାରେ। ବେଲଗାମ ରେଳଯାତ୍ରୀ ଓ ମୁକୁଳା ରେଳ ଷ୍ଟେସନ ଜିଲ୍ଲାକୁ ପୁଣି ଥରେ ୬ ମାସ ପଛକୁ ନେଇଯିବ ବୋଲି ଆଶଙ୍କା କରାଯାଉଛି।

Also Read: ଦଣ୍ଡୁଆଙ୍କ ଦଣ୍ଡଠୁ ବଳିଯିବ କଳାକାରଙ୍କ କଷ୍ଟ!

ବୁଦ୍ଧିଜୀବୀଙ୍କ କହିବା ଅନୁସାରେ, ଗଞ୍ଜାମବାସୀଙ୍କୁ କୋରୋନାର ଦ୍ବିତୀୟ ଲହର ଭୟ ଘାରିଲାଣି। ଜିଲ୍ଲା ପ୍ରଶାସନ (Ganjam administration) ପୂର୍ବ ପ୍ରସ୍ତୁତ କରିବା ବଦଳରେ ବିପଦକୁ ହାତଠାରି ଡାକୁଛି। ପ୍ରତ୍ୟହ ଅହମ୍ମଦାବାଦ, ମୁମ୍ବାଇ, ନାଗପୁର (Nagpur) ଭଳି ଅଞ୍ଚଳରୁ ଓଡିଶା (Odisha) କୁ ଟ୍ରେନ ଆସୁଛି। କିନ୍ତୁ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଉଥିବା ଯାତ୍ରୀ (Migrant) ଙ୍କର ଟେଷ୍ଟ କରାଯାଉନାହିଁ। ଯାହାଫଳରେ ଏକ ବଡ ବିପଦ ମାଡି ଆସିବାର ସମ୍ଭାବନା ରହୁଛି। ଅନେକ ଅଭିକ୍ଷତା ହାସଲ କରିଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ କୋହଳ ମନଭାବ ଛାଡି ତୁରନ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଲାଗି ସାଧାରଣରେ ଦାବି ହୋଇଛି।

ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ର (Maharastra) ରେ ୧୪ ହଜାର ୩୧୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତମାନ ସୁଦ୍ଧା ମାହାରାଷ୍ଟ୍ରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଅତିକ୍ରମ କରିଲାଣି। ବିପଦକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ଠାରୁ ୨୧ ପର୍ଯ୍ୟନ୍ତ ଲକଡାଉନ କରିବା ଲାଗି ନିଷ୍ପତି ନିଆଯାଇଛି। ଏହି ଅଞ୍ଚଳରୁ ଗଣ୍ଡା ଗଣ୍ଡା ଟ୍ରେନ ଆସୁଥିବା ବେଳେ ଗଞ୍ଜାମ ପ୍ରଶାସନ ଆଖିରେ ଅନ୍ଧପୁଟଳି ବାନ୍ଧି ବସିଛି। ବିମାନ ଯ଼ାତ୍ରୀଙ୍କ ଉପରେ ଜିଡିସିଏ କଟକଣା ଜାରି କରିବା ସହ କୋଭିଡ ନିୟମ ପାଳନ ଲାଗି କଡା ନିର୍ଦେଶ ଦେଲାଣି। ପୂର୍ବରୁ ଓଡିଶା ସରକାର ମଧ୍ୟ ୬ ରାଜ୍ୟକୁ ହାଇଆଲର୍ଟ ଜାରି କରି ସତର୍କତା ଅବଲମ୍ବନ କରିବା ପାଇ ଜିଲ୍ଲା ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ତଥାପି ପ୍ରଶାସନର ଉଦାସିନତାକୁ ବ୍ରହ୍ମପୁରବାସି ନାପସନ୍ଦ କରୁଛନ୍ତି।