Trending Photos
ଜିନୁ ଜେନା, ବ୍ରହ୍ମପୁର: ଆଗରୁ ଧରା ପଡ଼ିଥିଲେ ୦୭ ଏବେ ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ । ଏଯାଏ ଧରାପଡ଼ିଥିବା ମୋଟ ଶିକ୍ଷକକ ସଂଖ୍ୟା ହେଲା ୧୬ । ଜୀ ଓଡ଼ିଶାରେ ନକଲି ଶିକ୍ଷକ ସମ୍ପର୍କରେ ଖୁଲାସା ହେବେ ପରେ ଏହି ରାକେଟ ଉପରୁ ପରଦା ଉଠୁଛି । ଡରରେ ନିଜଆଡୁ ଇସ୍ତଫା ଦେଇ ସାରିଛନ୍ତି ୩ ଜଣ ନକଲି ଶିକ୍ଷକ । ଗଞ୍ଜାମରେ ଖୋଲୁଛି 420 ନକଲି ଶିକ୍ଷକଙ୍କ ଜାଲ ପେଢି ।
ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲା ରେ 9 ଜଣ ନକଲି ଶିକ୍ଷକ ନିଜ ଚାକିରି ଛାଡି ଫରାର ହୋଇଥିବା ବେଳେ 420 ଶିକ୍ଷକମାନଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଛି ଶିକ୍ଷା ବିଭାଗ । ଅତିଶୀଘ୍ର ସମସ୍ତ ଠକ ଶିକ୍ଷକଙ୍କୁ ଗିରଫ କରିବା ସହ ଅନ୍ୟ ଜାଲ ଶିକ୍ଷକଙ୍କୁ ଅତିଶୀଘ୍ର ଚିହ୍ନଟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ଅଭିଭାବକ ମହଲ । ଜାଲ ସାର୍ଟିଫିକେଟ୍ ପ୍ରଦାନକାରୀଙ୍କୁ ନେଇ ଆରମ୍ଭ ହୋଇଛି ତନାଘନା ।
ଖଲିକୋଟ, ବେଗୁନିଆପଡା, ପୋଲସରା, ବୁଗୁଡା, ପାତ୍ରପୁର, ଧରାକୋଟ, ଶେରଗଡ ଓ କବିସୂର୍ଯ୍ୟନଗର ଭଳି ବ୍ଲକରେ ଅଧିକ ମାତ୍ରାରେ ନକଲି ଶିକ୍ଷକ ଥିବା ଜଣା ପଡିବା ପରେ ସମସ୍ତ ବିଇଡି ଓ ସିଟି ସାର୍ଟିଫିକେଟକୁ ଯାଞ୍ଚ କରାଯାଉଛି । ସୂଚନା ଅଧିକାର ଆଇନର ତଥ୍ୟ ପ୍ରକାଶ ପରେ ପୁଣି ୨୩ ଜଣ ନକଲି ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ନିଜ ସ୍କାନରକୁ ନେଇଥିବା ବେଳେ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ପଠାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।
ଶୁକ୍ରବାର ଧରାପଡ଼ିଥିବା କବିସୂର୍ଯ୍ୟନଗର ଅଞ୍ଚଳର ୫ ଜଣ, ଆସିକା ଅଞ୍ଚଳର ୩ ଜଣ ଓ ଖଲିକୋଟ ଅଞ୍ଚଳର ଜଣେ ଶିକ୍ଷକ । ସାର୍ଟିଫିକେଟ ଯାଞ୍ଚ ବେଳେ ଏହି ନକଲି ଶିକ୍ଷକମାନେ ଧରା ପଡ଼ିଥିବା ସୂଚନା ମିଳିଛି । ଲଗାତାର ନକଲି ଶିକ୍ଷକଙ୍କ ନକଲି ସାର୍ଟିଫିକେଟ ସମ୍ପର୍କରେ ଖୁଲାସା ହେଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ଖୋଳତାଡ ଜାରି ରଖିଛନ୍ତି । ସମସ୍ତ ଠକ୍ ଶିକ୍ଷକଙ୍କ ନାମରେ ଶିକ୍ଷା ବିଭାଗ ପକ୍ଷରୁ ଥାନାରେ ରୁଜୁ କରାଯାଇଛି । ପୂର୍ବରୁ ଧରାପଡ଼ିଥିବା ଜଣ ଠକ ଶିକ୍ଷକ ଧରା ପଡିଛନ୍ତି । ଏହି ଶିକ୍ଷକମାନେ ହେଲେ...
ମଦନମୋହନ, କବିସୂର୍ଯ୍ୟନଗର
କୁନି କୁମାରୀ ବେହେରା, କବିସୂର୍ଯ୍ୟନଗର
ମହାନ୍ତି ଦେବରାଜ, କବିସୂର୍ଯ୍ୟନଗର
ପ୍ରକାଶ ପାଳ, କବିସୂର୍ଯ୍ୟନଗର
ପଞ୍ଚାନନ ନାୟକ , କବିସୂର୍ଯ୍ୟନଗର
ସୁନିଲ କୁମାର ପାଳ, ଖଲିକୋଟ
ବାଳକୃଷ୍ଣ ପଣ୍ଡା, ଆସିକା
ଶିବ ରାମ ପଣ୍ଡା, ଆସିକା
ଅଶୋକ ସାହୁ, ଆସିକା