• ଆଜି ‘ମନ କି ବାତ୍’ର ୬୨ତମ ସଂସ୍କରଣ
  • ବିଜେଡ଼ି ସଭାପତି ନିର୍ବାଚନ
  • ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ
  • ଆଜି ଭାରତ ଫେରିବ ଅଣ୍ଡରୱାର୍ଲଡ ଡ଼ନ୍ ରବି ପୂଜାରୀ
  • ଗତ ସପ୍ତାହରେ ଆଫ୍ରିକାର ସେନେଗଲରୁ ହୋଇଥିଲା ଗିରଫ
  • ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେଲା ପ୍ରତ୍ୟାବର୍ତ୍ତନ ପାଇଁ କରୁଥିଲା ଉଦ୍ୟମ
  • ଶାହୀନ ବାଗ ପରେ ଜାଫରାବାଦରେ ସିଏଏ ଓ ଏନଆରସିକୁ ବିରୋଧ
  • ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ ଆନ୍ଦୋଳନ
  • ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ
  • ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ

ଏଲୋପାଥି ଚିକିତ୍ସା କ୍ଷେତ୍ରରେ ଅଧିକ ନୂତନ ପନ୍ଥା ବାହାର କରିବା ଆବଶ୍ୟକ: ରାଜ୍ୟପାଳ ଗଣେଶଲାଲ

ଏହି କର୍ମଶାଳା ଗତ କାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ୧୫ ତାରିଖରେ ଶେଷ ହେବ ।

ଏଲୋପାଥି  ଚିକିତ୍ସା କ୍ଷେତ୍ରରେ ଅଧିକ ନୂତନ ପନ୍ଥା ବାହାର କରିବା ଆବଶ୍ୟକ: ରାଜ୍ୟପାଳ ଗଣେଶଲାଲ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲର ଅଡ଼ିଟୋରିୟମ ହଲରେ ଓଡିଶା ଅନ୍ତଃସ୍ରାବ ସୋସାଇଟି ତରଫରୁ ଅଷ୍ଟମ ବାର୍ଷିକ ସମ୍ମିଳନୀ  ଅନୁଷ୍ଠିତ ହୋଇଛି । ଏହି କର୍ମଶାଳା ଗତ କାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ୧୫ ତାରିଖରେ ଶେଷ ହେବ । ଏହି ଅବସରର ଦ୍ୱିତୀୟ ଦିନ କର୍ମଶଳାରେ ମୁଖ୍ୟ ଅତିଥି ଭାବେ ମହା ମହିମ ରାଜ୍ୟପାଳ ଶ୍ରୀଗଣେଶଲାଲ ଯୋଗ ଦେଇଥିବା ବେଳେ ଏହି କର୍ମଶାଳାରେ ବିଭିର୍ନ ସ୍ଥାନରୁ ବହୁ ଡାକ୍ତର ଯୋଗ ଦେଇ ଡାଇବେଟିସ, ହର୍ମୋନ ଜନିତ ସମସ୍ୟା, ବିଷୟରେ ଆଲୋଚନା କରିଥିଲେ । 

 

ଡାଇବେଟିସ ରୋଗର ନିରାକରଣ ସରଳ ଚିକିତ୍ସା କ୍ଷେତ୍ରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଡାକ୍ତର ବିସ୍ତୃତ ଆଲୋଚନା କରିଥିବାବେଳେ ଏହା ଅଗାମୀ ଦିନରେ ରୋଗୀ ଚିକିତ୍ସା କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି। ସେପଟେ ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦ ଚିକିତ୍ସା ବର୍ତମାନ ସୁଦ୍ଧା ଅଗ୍ରୀନ ଭୂମିକା ଗ୍ରହଣ କରିଥିବାବେଳେ, ଏଲୋପାଥି  ଚିକିତ୍ସା କ୍ଷେତ୍ରରେ ଅଧିକ ନୂତନ ପନ୍ଥା ବାହାର କରିବା ଆବଶ୍ୟକ ରହିଥିବା କଥା  ରାଜ୍ୟପାଳ ଶ୍ରୀଗଣେଶଲାଲ  ଯୋଗଦେଇ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି।