Advertisement
Article Detail0/zeeodisha/odisha990162

ଫିଲ୍ମ ଷ୍ଟାଇଲରେ ମର୍ଡର, ରକ୍ତରେ ଲେଖିଲେ ଦ୍ୱିତୀୟ ଟାର୍ଗେଟର ନାମ

ବିନାୟକ ପ୍ରଧାନ ଗ୍ରାମର ଠାକୁରାଣୀଙ୍କ ମନ୍ଦିର ପାଖରେ ଶୋଇଥିବା ବେଳେ ତାକୁ କିଏ ପଥରରେ ଛେଚି ହତ୍ୟା କରିଛି।

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ୨୪ ଘଣ୍ଟା ନପୁରୁଣୁ ଗଞ୍ଜାମ ଜିଲ୍ଲାରେ ଘଟିଛି ଦ୍ୱିତୀୟ ହତ୍ୟାକାଣ୍ଡ। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡିଘାଇ ଗ୍ରାମରେ ରବିବାର ରାତିରେ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗ୍ରାମର ବିନାୟକ ପ୍ରଧାନଙ୍କୁ ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା କରାଯାଇଥିବା  ଅଭିଯୋଗ ହୋଇଛି।  

ମିଳିଥିବା ସୂଚନା ମୁତାବକ, ବିନାୟକ ପ୍ରଧାନ ଗ୍ରାମର ଠାକୁରାଣୀଙ୍କ ମନ୍ଦିର ପାଖରେ ଶୋଇଥିବା ବେଳେ ତାକୁ କିଏ ପଥରରେ ଛେଚି ହତ୍ୟା କରିଛି। ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ହତ୍ୟା କଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

Also Read: ଲିଭିଗଲା ଜ୍ୟୋତିପ୍ରକାଶଙ୍କ ଜୀବନ ଜ୍ୟୋତି, ୪ ଲକ୍ଷରେ ଲୁଚିବ ଦୋଷ-ତ୍ରୁଟି!

Add Zee News as a Preferred Source

ମୃତ ବିନାୟକ ପ୍ରଧାନ ଜଣେ ମଦ ବ୍ୟବସାୟୀ ଥିଲେ। ସେ ଗୋଟିଏ କାଉଣ୍ଟର କରି ମଦ ବିକ୍ରି କରନ୍ତି। ହେଲେ କିଛି ଲୋକ ଚୋରା ମଦ କାରବାର କରୁଥିବା ନେଇ ସେ ବାରମ୍ବାର ଅଭିଯୋଗ କରୁଥିଲେ। ସେହି ରାଗରେ ଦୁର୍ବତ୍ତମାନେ ହତ୍ୟା କରିଥିବା ଅନୁମାନ କରାଯାଉଛି। ସେପଟେ ବିନାୟକଙ୍କୁ ହତ୍ୟା କାରିବା ପରେ ତାଙ୍କ ରକ୍ତରେ ପରବର୍ତ୍ତୀ ଟାର୍ଗେଟରେ ଥିବା ବ୍ଯକ୍ତିଙ୍କ ନାମ ଲେଖିଥିବା ଦେଖିବାକୁ ମିଳିଛି ।

 

 

 

About the Author