କୋରୋନା ନୂଆ ଷ୍ଟ୍ରେନ୍କୁ ନେଇ ତତ୍ପର ଗଞ୍ଜାମ ଜିଲ୍ଲା ପ୍ରଶାସନ
Advertisement
Article Detail0/zeeodisha/odisha852947

କୋରୋନା ନୂଆ ଷ୍ଟ୍ରେନ୍କୁ ନେଇ ତତ୍ପର ଗଞ୍ଜାମ ଜିଲ୍ଲା ପ୍ରଶାସନ

ଏହା ପରେ ଜିଲ୍ଲାରେ ହାଇ ଆଲଟ ଜାରି କରାଗଲା। 

କୋରୋନା ନୂଆ ଷ୍ଟ୍ରେନ୍କୁ ନେଇ ତତ୍ପର ଗଞ୍ଜାମ ଜିଲ୍ଲା ପ୍ରଶାସନ

ରାଧେଶ୍ୟାମ ଆଚାର୍ଯ୍ୟ,ବ୍ରହ୍ମପୁର: ନୂଆ କୋରୋନା ଷ୍ଟ୍ରେନ୍କୁ ନେଇ ଚିନ୍ତାରେ ଦେଶ। ମହାରାଷ୍ଟ୍ର,କେରଳ, ମଧ୍ୟପ୍ରଦେଶର ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଆଶଙ୍କା ଦେଖାଦେଇଛି। ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ହୋଇଛି ତତ୍ପର। 

ଯେତେବେଳେ ମହାମାରୀ କାରୋନା ଆସିଲା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର ସବୁଠାରୁ କମଥିଲା। ଏହା ପରେ ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ନିଜ ଭିଟା ମାଟିକୁ ଫେରିବା ପରେ ସଂକ୍ରମଣ ସଂଖ୍ୟା ବଡିଲା ରାଜ୍ୟର ଅଧିକ ସଂକ୍ରମଣରେ ଏକ ନମ୍ବରରେ ରହିଥିଲା ଗଞ୍ଜାମ ଜିଲ୍ଲା (Ganjam District)। 

Also Read: ୟୁପିରେ ଦେଖାଗଲା କୋରୋନା ଷ୍ଟ୍ରେନ, ସବୁ ଜିଲ୍ଲା ଲାଗି ସତର୍କତା ଜାରି

 

ଏହା ପରେ ଜିଲ୍ଲାରେ ହାଇ ଆଲଟ ଜାରି କରାଗଲା। ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଲା। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଲା ଚାହୁ ଚାହୁଁ ଅନେକ ଲୋକ କୋରୋନାରେ ନିଜ ସମ୍ପର୍କୀୟଙ୍କୁ ହରାଇଥିଲେ। ଏନେଇ ପ୍ରଶାସନିକ କଟକଣାକୁ ଲୋକେ ମାନିବା ପରେ ଧିରେ ଧିରେ ରୋଗୀଙ୍କ ସଂଖ୍ୟା କମିଲା। ହେଲେ ଏବେ ଷ୍ଟ୍ରେନ୍କୁ ନେଇ ଚିନ୍ତିତ। 

Also Read: କୋରୋନା ମୁକାବିଲା: ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

 

ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଯାହାକୁ ସ୍ଵାଗତ କରିଛନ୍ତି ବ୍ରହ୍ମପୁରବାସୀ। ସେପଟେ ଗଞ୍ଜାମ ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ସଂକ୍ରମଣ ହାର କମିଛି। ସତର୍କ ରହିବା ସହ ନିୟମକୁ କଡା କଡି ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ନିଜେ ସାଇକେଲରେ ଭ୍ରମଣ କରି ବ୍ରହ୍ମପୁର ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି।