ମେଡିକାଲରେ ଅଯଥା ଭିଡ ନଜମାଇବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ନିବେଦନ
Advertisement

ମେଡିକାଲରେ ଅଯଥା ଭିଡ ନଜମାଇବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ନିବେଦନ

କୋରୋନା ମହାମାରୀ ଭଳି ଜରୁରୀ ସମୟରେ ବିଭିନ୍ନ ଅସୁବିଧାର ସାମ୍ନା କରୁଥିବା ରୋଗୀ ଡାକ୍ତରଙ୍କ ବେଶୀ ଆବଶ୍ୟକତା ରହିଛି।

ମେଡିକାଲରେ ଅଯଥା ଭିଡ ନଜମାଇବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ନିବେଦନ

ବ୍ରହ୍ମପୁର: କୋରୋନା ସଂକ୍ରମଣଙ୍କୁ ନେଇ ସବୁ ଆଡେ ଆତଙ୍କ ଖେଳିଯାଇଥିବା ବେଳେ ସାମାନ୍ୟ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଲେ ମେଡିକାଲ ଦୌଡୁଛନ୍ତି ରୋଗୀ। ଯାହା ଫଳରେ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରସ୍ଥିତ ଏମକେସିଜିସ୍ଥିତ ମେଡିକାଲରେ ପାଦ ଥାପିବାକୁ ଜାଗା ନାହିଁ। ଲୋକେ ଅବୁଝା ହୋଇ ମେଡିକାଲରେ ଭିଡ ଜମାଇବା ସହ ଡାକ୍ତରଙ୍କୁ ଅଯଥାରେ ଅକ୍ସିଜେନ ଲଗାଇବାକୁ ବାଧ୍ୟ କରୁଛନ୍ତି। 

ନଚେତ ଅକ୍ସିଜେନର ଅଭାବ (Oxygen Crisis) ଦର୍ଶାଇ ସାମାଜିକ ଗଣମାଧ୍ୟମରେ (Social Media) ଏନେଇ ନିଜର ପ୍ରତିକ୍ରିୟା ରଖି ଏହାକୁ ଭାଇରାଲ କରୁଛନ୍ତି। ଯାହା ଫଳରେ ଡାକ୍ତର ଚିକିତ୍ସା କରିବା  କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେବା ସହ ଏହା ଦ୍ୱାରା ବିଭିନ୍ନ ସମସ୍ୟା ଉପୁଜୁଛି। ଅଯଥାରେ ମେଡିକାଲରେ ଭିଡ ନଜମାଇବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

Also Read: Corona Alert: ଫେରୁଛନ୍ତି ଦାଦନ, ସତର୍କ ହୋଉଠିଲା ପ୍ରଶାସନ

କୋରୋନା ମହାମାରୀ ଭଳି ଜରୁରୀ ସମୟରେ ବିଭିନ୍ନ ଅସୁବିଧାର ସାମ୍ନା କରୁଥିବା ରୋଗୀ ଡାକ୍ତରଙ୍କ ବେଶୀ ଆବଶ୍ୟକତା ରହିଛି। ଅତି ଆବଶ୍ୟକତା ନଥିଲେ ମେଡିକାଲ ନଆସି ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସେବା ନେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଏକ ଭିଡିଆ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିବା ସହ ଆପଣଙ୍କ ସହଯୋଗ ଅନ୍ୟ ଏକ ରୋଗୀର ଜୀବନ ବଞ୍ଚିବାରେ ସହାୟକ ହେବ ବୋଲି କହିଛନ୍ତି।