କୋରୋନା ଭୟ ଠାରୁ ବଳିଗଲାଣି ପେଟର ଭୋକ; ସହଯୋଗ ପାଇଁ ଆଗେଇ ଆସିଲେ ଜନ ପ୍ରତିନିଧି
Advertisement
Article Detail0/zeeodisha/odisha919082

କୋରୋନା ଭୟ ଠାରୁ ବଳିଗଲାଣି ପେଟର ଭୋକ; ସହଯୋଗ ପାଇଁ ଆଗେଇ ଆସିଲେ ଜନ ପ୍ରତିନିଧି

ପେଟ ପାଇଁ ଏଭଳି ବିକଳ ଅବସ୍ଥା। ଆବାଳ, ବୃଦ୍ଧ, ବନିତା ସଭିଙ୍କ ମଧ୍ୟରେ ଚାଲିଛି ଟଣାଓଟରା।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ସହ ଜନସାଧାରଣଙ୍କ ଜୀବନକୁ ସୁରକ୍ଷା ଯୋଗାଇବା ଲକ୍ଷ୍ୟରେ ଦୀର୍ଘ ଦିନ ଧରି ଲକ ଡାଉନ କଟକଣା ଜାରି ରଖିଛନ୍ତି ରାଜ୍ୟ ସରକାର। ହେଲେ ଏବେ ମହାମାରୀର କୋପ ଠାରୁ ବଳି ଗଲାଣି ପେଟର ଭୋକ। ଦୀର୍ଘ ଦିନ ଧରି ତାଲା ବନ୍ଦରେ ରହି ଅନେକ ଖଟିଖିଆ ଜୀବିକା ହରାଇ ନିଜ ପରିବାରକୁ ଦିନକୁ ଦୁଇ ବେଳା ଦୁଇ ମୁଠା ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡିଲାଣି। 

ଏଭଳି ପରିସ୍ଥିତିରେ ବ୍ରହ୍ମପୁର ସହରରେ (Berhampur Town) ଅସହାୟ ଲୋକଙ୍କୁ ସ୍ଥାନୀୟ ଜନ ପ୍ରତିନିଧିଙ୍କ (Public Representative) ସହ ସ୍ବେଚ୍ଛାସେବୀ ସଙ୍ଗଠନ (Voluntary Organization) ପକ୍ଷରୁ ଖାଦ୍ୟ ପୁଡିଆ (Food Packet) ବଣ୍ଟନ ବେଳେ ପରସ୍ପର ମଧ୍ୟରେ ଦେଖା ଦେଇଥିବା ବିକଳ ଅବସ୍ଥା ସମସ୍ତଙ୍କୁ ଚକ୍କିତ କରିଛି। 

Also Read: Corona Pandemic ପ୍ରଭାବରେ ବ୍ୟବସାୟ ମାନ୍ଦା, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ପେଟ ପାଇଁ ଏଭଳି ବିକଳ ଅବସ୍ଥା। ଖାଇବା ପୁଡିଆ ପାଇବା ଲାଗି ପରସ୍ପର ମଧ୍ୟରେ ଅଘୋଷିତ ପ୍ରତିଯୋଗିତା। ଆବାଳ, ବୃଦ୍ଧ, ବନିତା ସଭିଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ଲମ୍ବା ଧାଡିରେ ଧସ୍ତା ଧସ୍ତି ହୋଇ ଛିଡା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ରେଶମ ନଗରୀ (Silk City) ଭାବେ ଜଣାଶୁଣା ବ୍ରହ୍ମପୁର ସହରରେ। ଲକ୍ ଡାଉନ (Lock Down) କଟକଣା ଭିତରେ ସର୍ବହରା ହେବାକୁ ବସିଥିବା ଅନେକ ବସ୍ତିବାସିନ୍ଦା ଏବେ ପରିବାରର ପାଞ୍ଚ ପ୍ରାଣୀଙ୍କ ଲାଗି  ଭଲ କରି ଦୁଇ ବେଳା ଦୁଇ ମୁଠା ଖାଇବାକୁ ନପାଇ ଏଭଳି  ଡହଳ ବିକଳ ହେଉଥିବା ସ୍ପଷ୍ଟ ବାରି ହେଉଛି।  

Also Read: ସଂକଟ ବେଳେ ଦେବଦୂତ ସାଜିଲେ ବିଧାୟକ; ସହଯୋଗ ପାଇଁ ସାଉଁଟୁଛନ୍ତି ପ୍ରଶଂସା

କିଛି ବୃଦ୍ଧ ଲୋକଙ୍କ ଆଖି ହିଁ ବୟାନ କରୁଛି ଏବେ  ପେଟର ଭୋକ ଆଗରେ ହାର ମାନିଲାଣି କୋରୋନା ଭୟ।  ଅତ୍ୟନ୍ତ ଗରିବ ଶ୍ରେଣୀର ଖଟିଖିଆ, ମଜୁରିଆ, ରାସ୍ତା କଡର ବୁଲାବିକାଳି ମାସ ମାସ ଧରି କାମ ଧନ୍ଦା ହରାଇ  ଘରେ ବସି ରହିଥିବା ବେଳେ ପାଖକୁ ଆସୁଥିବା ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ଏହି ଲୋକ।

ବ୍ରହ୍ମପୁର ସହରର ଅନେକ ବସ୍ତି ବାସିନ୍ଦାଙ୍କ ଏପରି ଅସୁବିଧାୟ ସମ୍ପର୍କରେ ଖବର ପାଇବା ପରେ ବ୍ରହ୍ମପୁର ବିଧାୟକ, ସାଂସଦ କିଛି ସ୍ବେଚ୍ଛାସେବୀଙ୍କୁ ସାଥିରେ ନେଇ ଚାଉଳ, ଡାଲି, ତେଲ ମସଲା ବାଣ୍ଟିବାକୁ ପାଇଥିବା ବେଳେ ବସ୍ତିବାସିନ୍ଦାଙ୍କ ଠାରେ ଦେଖିବାକୁ ମିଳିଥିଲା ଏଭଳି ଅସହାୟ ଅବସ୍ଥା।  ଲୋକଙ୍କ ଦୁଃଖ ବାସ୍ତବରେ କଷ୍ଟକର ହୋଇ ପଡୁଥିବା ବ୍ରହ୍ମପୁର ବିଧାୟକ ହୃଦବୋଧ କରିଥିବା ବେଳେ ଯେଭଳି ଲୋକଙ୍କ ନିକଟରେ ଅଧିକରୁ ଅଧିକ ସହାୟତା ପହଞ୍ଚିବ ସେ ନେଇ ଚେଷ୍ଟା କରାଯାଇଥିବା କହିଛନ୍ତି ସେ। 

Also Read: Lockdown ବେଳେ ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ରାମେଶ୍ବରୀ-ଅଞ୍ଜନା

ସରକାରଙ୍କ ଲକ ଡାଉନ ନିଷ୍ପତ୍ତିକୁ ଗ୍ରାହକ କରି ଲୋକେ ସର୍ବହରା ହେବାକୁ ବସିଥିବା ବେଳେ ସରକାରୀ ସ୍ତରରେ ମଧ୍ୟ ସେମାନଙ୍କ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।