କୋରୋନା ମହମାରୀ କାରଣରୁ ଫଳ ବଜାର ବ୍ୟବସାୟ ପ୍ରଭାବିତ ହୋଇଛି।
Trending Photos
ବ୍ରହ୍ମପୁର: ଚଳିତ ବର୍ଷ ଫିକା ପଡିବ ଓଡିଆ ଘରର ଅନନ୍ଯ ପରମ୍ପରା ସାବିତ୍ରୀ ଓଷା। ସ୍ବାମୀଙ୍କ ମଙ୍ଗଳ ମନାସୀ ସଧବା ମହିଳା ଏହି ପର୍ବ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ ଏହି ପରମ୍ପରାରେ ବାଧକ ସାଜିଛି କୋରୋନା କଟକଣା। ପୂଜା ବିଧି ବିଧାନ ଅନୁଯାୟୀ ଶଙ୍ଖା, ସିନ୍ଦୁର ସହ ଫଳମୂଳର ଆବଶ୍ୟକତା ରହିଥିବା ବେଳେ ଲକ ଡାଉନ କଟକଣା କାରଣରୁ ବଜାରରେ ଏ ସବୁ ମିଳିବା କଷ୍ଟକର ହୋଇପଡିଛି।
ସେପଟେ ଦକ୍ଷିଣ ଓଡି଼ଶାର (South Odisha) ସର୍ବ ବୃହତ ଆମ୍ବ ବଜାର (Mango Market) ଉପରେ କୋରୋନା ମହମାରୀର ଛାଟ ପଡିଥିବା ବେଳେ ଗ୍ରାହକଙ୍କ ଆଗମନ ଅପେକ୍ଷାରେ ଚାହିଁ ବସିଛନ୍ତି ବ୍ୟବସାୟୀ। ପରମ୍ପରାରେ ବାଧକ ସାଜିଛି କୋରୋନା କଟକଣା। ଗୃହିଣୀଙ୍କୁ ଏବେ ଘାରିଛି ସାବିତ୍ରୀ ଓଷା ଚିନ୍ତା। ବଜାରରେ ବନ୍ଦ ରହିଛି ଦୋକାନ। ଫିକା ପଡିବ କି ବର୍ଷ ବର୍ଷର ବିଶ୍ବାସ। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଓଡିଆଙ୍କ ଘରେ ଘରେ ସଧବା ମହିଳା ପ୍ରତିବର୍ଷ ସାବିତ୍ରୀ ଓଷା ପାଳନ କରିବାର ପରମ୍ପରା କାହି କେଉଁ ପୁରାତନ କାଳରୁ ରହି ଆସିଛି।
Also Read: ବାତ୍ୟା ପୂର୍ବରୁ ବଜାରରେ ଅବୁଝା ଲୋକଙ୍କ ଭିଡ; ବଢିପାରେ Corona Infection
ଏହି ସମୟରେ ବିବାହିତା ଝିଅଙ୍କୁ ବାପଘର ପକ୍ଷରୁ ପ୍ରତ୍ୟେକ ପୂଜା ସାଗଗ୍ରୀ ଭାର ସ୍ବରୂପ ଭେଟି ଦେବାର ପରମ୍ପରା ରହିଥିବା ବେଳେ ଏଥିରେ ବାଧକ ସାଜିଛି କରୋନା କଟକଣା। ଗୋଟିଏ ପଟେ ଅଦୃଶ୍ୟ ମହାମାରୀ ଅନେକ ସଧବାଙ୍କ ଶଙ୍ଖା, ସିନ୍ଦୁର ଛଡାଇ ନେଇଥିବା ବେଳେ ଏବେ ମଧ୍ୟ ଜୀବନ ମୃତ୍ୟୁର ଦୋ ଛକି ଭିତରେ ବଞ୍ଚିବାର ରାହା ଖୋଜୁଛନ୍ତି ଅନେକ ପୁରୁଷ। ଏଭଳି ପରିସ୍ଥିତିରେ ଭଗବାନଙ୍କ ଭରସାରେ ସମସ୍ତେ କାଳ କାଟୁଥିବା ବେଳେ ନିଜ ସ୍ବାମୀଙ୍କ ମଙ୍ଗଳ ମନାସି ଦୀର୍ଘାୟୁ କାମନା କରି ସ୍ବାମୀଙ୍କୁ ମୃତ୍ୟୁର ପଞ୍ଝାରୁ ଟାଣି ଆଣିବା ସକାଶେ ଚଳିତ ବର୍ଷ ସାବିତ୍ରୀ ଓଷା କରିବା ଲାଗି ଘରେ ଘରେ ଗୃହିଣୀ ସଜବାଜ ଆରମ୍ଭ କଲେଣି।
ସାବିତ୍ରୀ ଅମବାସ୍ୟା ସମୟରେ ଘରେ ଘରେ ଆମ୍ବ ପଣସ ଭଳି ଫଳ ମୂଳ ପୂଜା ହେବା ପରମ୍ପରା ରହିଥିବା ବେଳେ ଏହି ସମୟରେ ଭଲ ଦୁଇ ପଇସା ଆଶା ରଖିଥାନ୍ତି ବ୍ୟବସାୟୀ। ହେଲେ କୋରୋନା ଯେମିତି ବ୍ୟବସାୟୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଦକ୍ଷିଣ ଓଡିଶାର ପ୍ରମୁଖ ତଥା ସର୍ବବୃହତ ବାଲୁଙ୍କେଶ୍ବର ଆମ୍ଭ ବଜାର () ଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ସାବିତ୍ରୀ ପୂଜାକୁ ଆଉ ଦିନ କେଇଟା ରହିଥିବା ବେଳେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପଡୋଶୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବେଙ୍ଗାଲୁରୁ ଭଳି ଅଞ୍ଚଳରୁ କୋଟି କୋଟି ଟଙ୍କାର ମାଲ ଆମଦାନୀ କରି ବଜାରରେ ଗଛିତ ରଖିଛନ୍ତି ବ୍ୟବସାୟୀ।
Also Read: ଆଖିକୁ ସୁନ୍ଦର ଭିତରେ ଜହର, ଯାଞ୍ଚ ହେବ ରଙ୍ଗୀନ ମିଠାର ମାନ
ସାବିତ୍ରୀ ଅମାବାସ୍ୟା ସମୟରେ ଭଲ ଦୁଇ ପଇସା ରୋଜଗାର କରିବା ସହ ରାଜ୍ୟର ବିଭନ୍ନ ସ୍ଥନକୁ ଆମ୍ଭ ରପ୍ତାନି କରିଥାଏ। ହେଲେ ଚଳିତ ବର୍ଷ ଦଇବ ଏଭଲି ହଟହଟା କରୁଥିବା କହିଛନ୍ତି ବ୍ୟବସାୟୀ। ଏପରିକି କଟକଣା ଦୃଷ୍ଟିରୁ ବଜାରକୁ ଲୋକେ ଯିବାକୁ ମଙ୍ଗୁ ନଥିବା ବେଳେ ଆମ୍ବ ପଣସ ନଷ୍ଟ ହୋଇ ଗାଇ ମୁହଁକୁ ଫୋପଡା ଯାଉଛି।