Advertisement
Article Detail0/zeeodisha/odisha981914

ସ୍ତ୍ରୀ ଓ ଦଶ ମାସର ସନ୍ତାନକୁ ମାରି ସ୍ୱାମୀର ଆତ୍ମହତ୍ୟା

କୋଟବଗଡ଼ ଗ୍ରାମର ସୁଜନ ପ୍ରଧାନଙ୍କ ଘରୁ ତିନୋଟି ମୃତ ଦେହ ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ସୁଜନ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ଦଶ ମାସର ଶିଶୁ ଅଛନ୍ତି।

ସ୍ତ୍ରୀ ଓ ଦଶ ମାସର ସନ୍ତାନକୁ ମାରି ସ୍ୱାମୀର ଆତ୍ମହତ୍ୟା
ସ୍ତ୍ରୀ ଓ ଦଶ ମାସର ସନ୍ତାନକୁ ମାରି ସ୍ୱାମୀର ଆତ୍ମହତ୍ୟା

ବ୍ରହ୍ମପୁର: ଚମାଖଣ୍ଡି ଥାନା ଅନ୍ତର୍ଗତ କୋଟବଗଡ଼ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ନିଜ ଦଶ ମାସର ସନ୍ତାନ ଓ ସ୍ତ୍ରୀକୁ ମାରି ସ୍ୱାମୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। 

ମିଳିଥିବା ସୂଚନା ଅନୁସାରେ କୋଟବଗଡ଼ ଗ୍ରାମର ସୁଜନ ପ୍ରଧାନଙ୍କ ଘରୁ ତିନୋଟି ମୃତ ଦେହ ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ସୁଜନ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ଦଶ ମାସର ଶିଶୁ ଅଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ପଡିରହି ଥିବା ବେଳେ ଝୁଲନ୍ତା ଅବସ୍ଥାରେ ସୁଜଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Also Read: ବିଧାନସଭା ଆଗରେ ବିଷ ପିଇଲେ, ହାତ କାଟି ଦେଲେ

Add Zee News as a Preferred Source

ଖବର ପାଇ ଚମାଖଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରଥମେ ଶିଶୁର ଗଳା ଚିପିବା ପରେ ସ୍ତ୍ରୀର ଗଳା କାଟି ନିଜେ ବେକରେ ରଶି ଲଗାଇ ସୁଜନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଓ ଆତ୍ମହତ୍ୟାର କାରଣ ଜଣା ପଡିନାହିଁ।

fallback

 

 

 

 

About the Author