Advertisement
Article Detail0/zeeodisha/odisha985226

ଦରିଆ ପାରିରେ ଦାଦନଙ୍କୁ ଅକଥନୀୟ ନିର୍ଯାତନା

ଓଡିଆ ଶ୍ରମିକ (Odia Labour)ମାନେ ବାହାରିନ ପୋଲିସ (Bahrain Police) ର ଆକ୍ରୋସର ଶିକାର ହେବା ସହ ଭୋକ ଉପବାସରେ ନାକାବନ୍ଦୀ ହୋଇ ରହିଥିବା ଜଣାପଡିଛି। ସେମାନେ ଆଜକୁ ୮ ମାସ ପୂର୍ବରୁ କାମ ଆଶାରେ ସୁଦୁର ବାହାରିନ (Bahrain) କୁ ଯାଇଥିଲେ।

ଡିଜାଇନ୍ ଫଟୋ
ଡିଜାଇନ୍ ଫଟୋ

ବ୍ରହ୍ମପୁର: ନିଜ ଅଞ୍ଚଳରେ କାମ ନ ପାଇ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ସାତ ଦରିଆ ପାର ବାହାରିନରେ ଓଡ଼ିଆ ଶ୍ରମିକଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଜିଲ୍ଲା ଗଞ୍ଜାମ ଓ  ଖୋର୍ଦ୍ଧାର କିଛି ଶ୍ରମିକ ବର୍ତ୍ତମାନ ବାହାରିନରେ ନିର୍ଯାତନା ସହି ନ ପାରି ଏକ ଭିଡିଓ ସୋସିଆଲ ମିଡିଆରେ ଜାରି କରିଛନ୍ତି। 

ଓଡିଆ ଶ୍ରମିକ (Odia Labour)ମାନେ ବାହାରିନ ପୋଲିସ (Bahrain Police) ର ଆକ୍ରୋସର ଶିକାର ହେବା ସହ ଭୋକ ଉପବାସରେ ନାକାବନ୍ଦୀ ହୋଇ ରହିଥିବା ଜଣାପଡିଛି। ସେମାନେ ଆଜକୁ ୮ ମାସ ପୂର୍ବରୁ କାମ ଆଶାରେ ସୁଦୁର ବାହାରିନ (Bahrain) କୁ ଯାଇଥିଲେ। ତେବେ ସେଠାରେ ୧୦ ଘଣ୍ଟା କାମର ପାରିଶ୍ରମିକ ସହ ଖାଇବା ଖର୍ଚ୍ଚ ପାଇଁ ଦଲାଲ ଚୁକ୍ତି କରିଥିଲେ। ହେଲେ ସେମାନଙ୍କୁ ୧୦ ଘଣ୍ଟା ବଦଳରେ ୧୪ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ଯ କରାଯାଉଥିବା ଓଡିଆ ଶ୍ରମିକମାନେ ଅଭିଯୋଗ କରିଛନ୍ତି। 

Also Read: ବିଜେପି ତଥ୍ୟରେ ନବୀନଙ୍କ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର 

Add Zee News as a Preferred Source

ଅନ୍ୟପଟେ ଠିକ ଭାବରେ ଖାଇବା-ପିଇବା ଦିଆ ଯାଇନଥିବା ଫଳରେ ଏବେ ସେଠାରେ ଅନେକ ଶ୍ରମିକ ଫସି ରହିଥିବା ବେଳେ କାମ କରୁଥିବା କମ୍ପାନୀ ବିରୋଧରେ ଅନଶନ ଜାରି ରଖିଛନ୍ତି। ସେମାନଙ୍କର ଜିଦ ରହିଛି ଯେ, ଆମକୁ ଆମ ଭିଟା ମାଟିକୁ ପଠାଇ ଦିଆଯାଉ। ହେଲେ କିଛି ଫଳ ମିଳିପାରୁ ନାହଁ।  
ଅଭିଯୋଗ ମୁତାବକ ଯେଉଁ ଚୁକ୍ତିରେ ଏଠାକୁ ଅଣାଯାଇଥିଲା ସେହି ଚୁକ୍ତି ଏଠାରେ ପାଳନ କରାଯାଉ ନାହିଁ। ପ୍ରତିବାଦ କଲେ ଅକଥନୀୟ ଅତ୍ୟାଚାର କରାଯାଉଛି। କାହାକୁ ଅମାନୁସିକ ଭାବରେ ମାଡ ମରାଯାଉଥିବା ବେଳେ କାହାର ତଣ୍ଟି କଟାଯାଉଛି। ସେପଟେ ନିଜ ଦେଶକୁ ଫେରାଇବାର ପାଇଁ କେନ୍ଦ୍ର ଓ ରାଜ୍ଯ ସରକାରଙ୍କୁ ଶ୍ରମିକମାନେ ନିବେଦନ କରିଛନ୍ତି। କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ଜଣେ ଯୁବକ ବାହାରିନରେ ଆତ୍ମହତ୍ୟା ମଧ୍ୟ କରିଥିଲେ। 

 

 

 

 

 

 

About the Author