ଅତ୍ଯନ୍ତ ନିକ୍ଷୁଣ ଭାବେ ବିଭିନ୍ନ ସରଞ୍ଜାମରେ ୧୨ ଜଣ ଦେବାଦେବୀଙ୍କ ସବୁଠାରୁ କ୍ଷୁଦ୍ର ମୂର୍ତ୍ତିକୁ କାଠରେ ନିର୍ମାଣ କରି ବିଶ୍ବ ଦରବାରରେ ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ।
Trending Photos
ବହ୍ମପୁର: ସବୁବେଳେ କିଛି ନୂଆଁ କରି ଦେଖାଇବାର ପ୍ରୟାସ ହିଁ ଆଜି ତାଙ୍କୁ ଦେଖାଇଛି ସଫଳତାର ମାର୍ଗ। ଅନେକ ସମୟରେ ଆକର୍ଷଣୀୟ ବିରଳ କଳାକୃତି ପ୍ରସ୍ତୁତ କରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଥିବା ବ୍ରହ୍ମପୁର ସହରର ଯୁବ ଶିଳ୍ପୀ ସତ୍ଯ ମହାରଣା। ନିଜର ଆକର୍ଷଣୀୟ କଳାକୃତି ପାଇଁ ତାଙ୍କୁ ଏବେ ମିଳିଛି ଗ୍ରାଣ୍ଡ ମାଷ୍ଟର ଉପାଧି।
ଅଦରକାରୀ କାଠରେ ବିଶ୍ବର ସବୁଠାରୁ କ୍ଷୁଦ୍ର ଦେବାଦେବୀଙ୍କ (God & Goddess) ୧୨ଟି କଳାକୃତି (Artwork) ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ (India Book of Record) ଏବଂ ଏସିଆ ବୁକ୍ ଅଫ ରେକର୍ଡ (Asia Book of Record) ଭଳି ଗ୍ରାଣ୍ଡ ମାଷ୍ଟର ଉପାଧି (Grand Master Title) ପ୍ରାପ୍ତ କରିବା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟୁଛି ଶୁଭେତ୍ସାର ସୁଅ।
Also Read: କାଠରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କରି ରେକର୍ଡ ଅପେକ୍ଷାରେ ବ୍ରହ୍ମପୁର ଶିଳ୍ପୀ
ଅଦରକାରୀ କାଠରେ ପ୍ରସ୍ତୁତ ହୋଇଛି ବିରଳ କଳାକୃତି। ହିନ୍ଦୁ ଧର୍ମର (Hindu Religion) ଦେବାଦେବୀଙ୍କ ମୂର୍ତ୍ତିର ଅବିକଳକୁ ଜୀବନ୍ତ ରୂପ ଦେବାର ନିଆରା ପ୍ରୟାସ। ଅତ୍ଯନ୍ତ ନିକ୍ଷୁଣ ଭାବେ ବିଭିନ୍ନ ସରଞ୍ଜାମରେ ୧୨ ଜଣ ଦେବାଦେବୀଙ୍କ ସବୁଠାରୁ କ୍ଷୁଦ୍ର ମୂର୍ତ୍ତିକୁ ଅଦରକାରୀ କାଠରେ ନିର୍ମାଣ କରି ବିଶ୍ବ ଦରବାରରେ ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ। ଆଜ୍ଞା ହଁ ଆମେ କହୁଛୁ ବ୍ରହ୍ମପୁର ସହରର (Berhampur City) ପ୍ରସିଦ୍ଧ ଯୁବ ଶିଳ୍ପୀ ତଥା ଗ୍ରାଣ୍ଡ ମାଷ୍ଟର ଉପାଧିପ୍ରାପ୍ତ ସତ୍ୟ ମହାରଣାଙ୍କ (Famous Painter Satya Maharana) କଥା।
କୋରୋନା ସଂକଟ କାଳରେ ମୂଲ୍ୟବାନ ସମୟର ସଦୁପଯୋଗ କରି ଅଦରକାରୀ କାଠରେ ନିର୍ମାଣ କରିଛନ୍ତି ବିଶ୍ଵର ସବୁଠୁ କ୍ଷୁଦ୍ର କଳାକୃତି। ଯୁବ ଶିଳ୍ପୀ ସତ୍ୟ ନିର୍ମାଣ କରିଥିବା କଳାକୃତ୍ତିରେ ଜଗନ୍ନାଥଙ୍କ ଉଚ୍ଚତା ୧ ସେମି ରହିଥିବା ବେଳେ, ମା ବୁଢୀ ଠାକୁରାଣୀଙ୍କ ଉଚ୍ଚତା ୧.୧ସେମି, ସେହିପରି ହନୁମାନଙ୍କ ଉଚ୍ଚତା ୧.୩ସେମି, ମା ଦୁର୍ଗାଙ୍କ ଉଚ୍ଚତା ୧.୩ ସେମି, ଶିବଙ୍କ ଉଚ୍ଚତା ୧ସେମି, ଗଣେଶଙ୍କ ଉଚ୍ଚତା ୧ ସେମି, ମା କାଳୀଙ୍କ ଉଚ୍ଚତା ୧.୮ସେମି, ରାମଙ୍କ ଉଚ୍ଚତା ୧.୭ ସେମି, ବୁଦ୍ଧଙ୍କ ଉଚ୍ଚତା ୨.୩ ସେମି, ସରସ୍ଵତୀଙ୍କ ଉଚ୍ଚତା ୨.୮ ସେମି, ମା ଲକ୍ଷ୍ମୀଙ୍କ ଉଚ୍ଚତା ୨.୭ ସେମି ଏବଂ ଶ୍ରୀକୃଷ୍ଣଙ୍କ ଉଚ୍ଚତା ୩.୨ ସେମି ରହିଛି। ତାଙ୍କର ଏହି କଳାକୃତ୍ତି ଇଣ୍ଡିଆ ବୁକ୍ ଅଫ ରେକର୍ଡ, ଏସିଆ ବୁକ୍ ଅଫ ରେକର୍ଡ ତାଲିକାରେ ସ୍ଥାନିତ ହୋଇଥିବା ବେଳେ ବିରଳ ଦକ୍ଷତାକୁ ନେଇ ଏବେ ଗ୍ରାଣ୍ଡ ମାଷ୍ଟର ଉପାଧି ହାସଲ କରିଛନ୍ତି ସେ।
Also Read: ଦିଆସିଲି କାଠିରେ ବିଶ୍ୱର ସର୍ବପ୍ରଥମ ସାଇକେଲ ପ୍ରଦର୍ଶିତ
ବାଲୁକା ଶିଳ୍ପୀ ଭାବେ ସହରରେ ବେଶ ଜଣାଶୁଣା ସତ୍ୟ ମହାରଣା ପୁର୍ବରୁ ଅନେକ ରେକର୍ଡ ହାସଲ କରିବା ସହ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜ ମାଟିକୁ ଗୌରବାନିତ୍ୱ କରିଛନ୍ତି। କେତେ ବେଳେ ଚକ ଖଡି କିମ୍ବା ଆଉ କେତେବେଳେ ସାବୁନରେ ଅନେକ ସମୟରେ କିଛି ନୂଆ ନୂଆ କଳା ଦେଖାଇ ମନ ଜିଣିପାରିଥିବା ସତ୍ୟଙ୍କୁ ଏବେ ଗ୍ରାଣ୍ଡ ମାଷ୍ଟର ଉପାଧି ମିଳିବା ପରେ ବିଭିନ୍ନ ମହଲରୁ ଛୁଟୁଛି ଶୁଭେତ୍ସାର ସୁଅ। ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜ ମାଟିକୁ ଗୌରବାନିତ୍ୱ କରିବା ସହ କଳାକୁ ଉଦଜୀବିତ ରଖିବାରେ ତାଙ୍କର ଏଭଳି ପ୍ରୟାସ ବାସ୍ତବରେ ବେଶ ପ୍ରଶଂସନୀୟ।