Odisha ବୁଲିବା ପରେ Kolkata ସହରରୁ Bangladeshi Terrorist ଗିରଫ
Advertisement
Article Detail0/zeeodisha/odisha941539

Odisha ବୁଲିବା ପରେ Kolkata ସହରରୁ Bangladeshi Terrorist ଗିରଫ

 ଓଡିଶା, ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟକୁ ଆତଙ୍କବାଦୀ ଟାର୍ଗେଟ କରୁଥିବା ନେଇ ଆଶଙ୍କା କରାଯାଇଥିଲା।

Odisha ବୁଲିବା ପରେ Kolkata ସହରରୁ Bangladeshi Terrorist ଗିରଫ

ଭୁବନେଶ୍ବର: ଓଡିଶାରେ ଆତଙ୍କୀଙ୍କ ଆଡ୍ଡା। ଶରଣାର୍ଥୀ ଆଳରେ ଜାଲ ବିଛାଉଛନ୍ତି ବାଂଲାଦେଶୀ ଆତଙ୍କବାଦୀ। ରାଜ୍ୟରେ କାୟା ବିସ୍ତାର କରୁଛି ଆତଙ୍କୀ ସଙ୍ଗଠନ ଜମାତ ଉଲ୍ ମୁଜାହିଦ୍ଦିନ ବାଂଲାଦେଶ। ପଶ୍ଚିମବଙ୍ଗରୁ ୧୫ ଆତଙ୍କବାଦୀ ଗିରଫ ହେବା ପରେ ଏହା ସ୍ପଷ୍ଟ ହୋଇଛି। ଗିରଫ ହେବା ପୂର୍ବରୁ ଏହି ବାଂଲାଦେଶୀ ଆତଙ୍କବାଦୀ  ଓଡିଶା ଆସି ରେକ୍କି କରି ଯାଇଥିବା ଜେରା ବେଳେ ଜଣାପଡିଛି। 

ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ (West Bengal Special Task Force) ଅଧିକାରୀ ଏହି ବାଂଲାଦେଶୀ ଆତଙ୍କବାଦୀଙ୍କୁ (Bangladeshi Terrorist) ଗିରଫ କରିବା ପରେ ପୂର୍ବ ଓଡିଶାକୁ (East Odisha) ସେମାନେ ଟାର୍ଗେଟ କରିଥିବା ତଥ୍ୟ ପଦାକୁ ଆସିଛି। ବର୍ଷକ ତଳେ ବିଭିନ୍ନ ରାଜ୍ୟର ଆତଙ୍କବାଦୀ ନିରୋଧି ବଳ (Anti-Terrorism Squad) ଏଟିଏସ (ATS) ଏବଂ ସ୍ପେଶାଲ ଟାସ୍କ ଫୋର୍ସ ଶାଖାକୁ (Special Task Force Unit) ନେଇ ବୈଠକ ହୋଇଥିଲା। ଏବେ ସମ୍ପୃକ୍ତ ଆତଙ୍କବାଦୀ ଗିରଫ ହେବା ପରେ ଗୁଇନ୍ଦା ବିଭାଗ (Intelligence Department) ଚିନ୍ତା ବଢିଯାଇଛି। ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀ ଏହା ମଧ୍ୟରେ ଓଡିଶା ଆସି ଆତଙ୍କବାଦୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ତଦନ୍ତ ଆରମ୍ଭ କରିବେ ବୋଲି ଜଣାପଡିଛି।  

Also Read: Ram Mandir ଉପରେ ଥିଲା ଆତଙ୍କବାଦୀଙ୍କ ନଜର; Kashi-Mathura ନକ୍ସା ଜବତ କଲା UP ATS

ଯାହା ଆଶଙ୍କା କରାଯାଉଥିଲା ତାହା ଏବେ ସତ୍ୟ ପ୍ରମାଣିତ ହେଲା। ଓଡିଶା (Odisha), ପଶ୍ଚିମବଙ୍ଗ (West Bengal) ଭଳି ଅନେକ ରାଜ୍ୟକୁ ଆତଙ୍କବାଦୀ ଟାର୍ଗେଟ (Terrorist Target) କରୁଥିବା ନେଇ ଆଶଙ୍କା କରାଯାଇଥିଲା। ଗତ ୨୦୧୯ ଅକ୍ଟୋବରରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନ (Delhi Vigyan Bhawan) ପରିସରରେ ବିଭିନ୍ନ ରାଜ୍ୟର ଆତଙ୍କବାଦ ନିରୋଧି ବଳ ଏବଂ ସ୍ପେଶାଲ ଟାସ୍କ ଫୋର୍ସ ବୈଠକରେ ସମସ୍ତ ରାଜ୍ୟର ଏଟିଏସ ମୁଖ୍ୟଙ୍କୁ ନେଇ ବୈଠକରେ ଏଭଳି ଚିନ୍ତା ପ୍ରକାଶ କରାଯାଇଥିଲା। 

ଠିକ ଏହାର ୨ ବର୍ଷ ପରେ ପଶ୍ଚିମବଙ୍ଗରୁ ଗିରଫ ହୋଇଛନ୍ତି ଜମାତ ଉଲ୍ ମୁଜାହିଦ୍ଦିନ ବାଂଲାଦେଶ (Jamaat ul Mujahideen Bangladesh) ଜେଏମବି (JMB) ସଙ୍ଗଠନର ୧୫ ଆତଙ୍କବାଦୀ। ସବୁଠାରୁ ସଂଗୀନ କଥା ହେଲା ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ଆତଙ୍କୀ ଓଡିଶା ଆସି ରେକ୍କି କରି ଯାଇସାରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଯିବା ଖବର ପାଇବା ପରେ ପଶ୍ଚିମବଙ୍ଗ ଏଟିଏସ (West Bengal ATS) ଓଡିଶା ଗୁଇନ୍ଦା ବିଭାଗକୁ (Odisha Intelligence Department) ସତର୍କ କରାଇଛି।  

Also Read: Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers

ବାଂଲାଦେଶୀ ଆତଙ୍କବାଦୀ ଦେଶରେ ପ୍ରବେଶ କରି ଓଡିଶା, ପଶ୍ଚିମବଙ୍ଗ ସମେତ ଆସାମ (Assam), ଝାଡଖଣ୍ଡ (Jharkhand), ବିହାର (Bihar), କର୍ଣ୍ଣାଟକ (Karnataka), କେରଳ (Kerala) ଆଦି ରାଜ୍ୟରେ କାୟା ବିସ୍ତାର କରୁଛି ବୋଲି ପୂର୍ବରୁ ଜଣାଇଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା-ଏନଆଇଏ (National Investigation Agency-NIA)। ଜେଏମବି ସଙ୍ଗଠନ ସହ ଜଡିତ ୧୨୫ ଜଣ ଆତଙ୍କବାଦୀଙ୍କ ଏକ ତାଲିକା ବିଭିନ୍ନ ରାଜ୍ୟର ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଥିଲା। ସମ୍ପୃକ୍ତ ରାଜ୍ୟ ପୋଲିସ ଏନେଇ ସଜାଗ ରହିବାକୁ ସତର୍କ କରାଯାଇଥିଲା।

ରାଜ୍ୟକୁ ଏହି ଆତଙ୍କବାଦୀ ଆସିଥିବା ନେଇ ଖବର ପରେ ଓଡିଶା ଗୁଇନ୍ଦା ଅଧିକାରୀଙ୍କ ନିଦ ହଜିଯାଇଛି। ଏହା ପ୍ରଥମ ଥର ପାଇଁ ନୁହଁ ଏହା ପୂର୍ବରୁ କଟକ ଜିଲ୍ଲା ସାଲେପୁରରୁ ଅଦଦୁଲ ରେହମାନକୁ ଆତଙ୍କୀ ଲିଙ୍କ୍ ଘଟଣାରେ ଗିରଫ କରାଯାଇଥିଲା। ଏହା ସହିତ ଭଦ୍ରକ ସମେତ ରାଉରକେଲା ସହରରୁ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (Students Islamic Movement of India) ସିମି ଆତଙ୍କବାଦୀଙ୍କୁ (SIMI Terrorist) ଗିରଫ କରାଯାଇଛି। ଦିଲ୍ଲୀ ସ୍ପେଶାଲ ସେଲ ପୋଲିସ (Delhi Special Cell Police) ମଧ୍ୟ ୨ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ସେମାନେ ଓଡିଶା ଆସିଥିବା କଥା ପଦାକୁ ଆସିଥିଲା। 

Also Read: କାର ବୋମା ବିସ୍ଫୋରଣରେ ଥରିଉଠିଲା ରାଜଧାନୀ; ୯ ମୃତ

ରାଜ୍ୟରେ ଅନେକ ଐତିହାସିକ କିର୍ତ୍ତୀରାଜି (Odisha Historic Landmarks ) ଥିବା ବେଳେ ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ର (Chandipur Missile Center), ଧାମରା (Dhamara), ପାରାଦ୍ୱୀପ (Paradip), ଗୋପାଳପୁର (Gopalpur) ଭଳି ସାମୁଦ୍ରିକ ବନ୍ଦର (Sea Port), ଇଣ୍ଡିଆନ ରେୟାର ଆର୍ଥ ଭଳି ସଂସ୍ଥା (Indian Rare Earths Limited) ରହିଛି। ସାମରିକ ସ୍ତରରେ ଏହି ସବୁ ସଂସ୍ଥାର ଗୁରୁତ୍ବ ରହିଥିବା ବେଳେ ପାକିସ୍ତାନ ଭଳି ଶତ୍ରୁ ଦେଶକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ରଗାରର ଜଣେ କ୍ୟାମେରାମ୍ୟାନଙ୍କୁ ଗିରଫ କରାଯାଇଛି। ଏନଆଇଏ ଭଳି ସଂସ୍ଥାରୁ ସୁଚନା ପାଇବା ପରେ ରାଜ୍ୟ ବିଭାଗ ଗୁଇନ୍ଦା ଆତଙ୍କବାଦ ମୁକାବିଲା କରିବା କ୍ଷେତ୍ରରେ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସୁରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି।   

 ପଡୋଶୀ ରାଜ୍ୟରୁ ଧରିପଡିଥିବା ଆତଙ୍କବାଦୀଙ୍କ ଏ ସୁଚନା ପରେ ଏବେ ଫୋକସରେ ରହିଛି ଓଡିଶାରେ ବେଆଇନ ବସବାସ କରୁଥିବା ବାଂଲାଦେଶୀ ନାଗରିକ ଽ ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୩ ହଜାର ୭ ସହ ବାଂଲାଦେଶୀ ରହୁଛନ୍ତି ଽ ହେଲେ ବେସରକାରୀ ତଥ୍ୟ ଅନୁସାରେ ସେମାନଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହୋଇପାରେ ଽ ଅନୁପ୍ରବେଶ ବଢିବା ସହ ଏମାନଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ଽ NIAର ସତର୍କବାଣୀକୁ ଓଡିଶା ଗୁଇନ୍ଦା ବିଭାଗ ଉଚିତ ଢଙ୍ଗରେ ଗ୍ରହଣ କରିନଥିବାରୁ ଏବେ ବାଂଲାଦେଶୀ ଆତଙ୍କବାଦୀ ଓଡିଶାରେ ରେକ୍କି କରିଫେରିଛନ୍ତି ଽ ଆଗକୁ ଓଡିଶା ଗୁଇନ୍ଦା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପରିସ୍ଥିତି ଭୟାନକ ହେବ ବୋଲି ଆଶଙ୍କା କରାଯାଉଛି ଽ